ପୁରୀ ୨୯।୫: ପୁରୀ ବଡ଼ଦାଣ୍ଡକୁ କେବେ କରାଯିବ ଆମିଷମୁକ୍ତ। ପୁରୀ ବଡ଼ଦାଣ୍ଡକୁ ଆମିଷ କ୍ତ କରିବା ପାଇଁ ବିଭିନ୍ନ ସଂଗଠନ ଓ ସେବାୟତଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଛି। ବଡ଼ଦାଣ୍ଡରେ ମାଳ ମାଳ ଆମିଷ ଦୋକାନ ଖୋଲିଥିବା ବେଳେ ଶ୍ରୀମନ୍ଦିର ଆସୁଥିବା ଭକ୍ତ ଶ୍ରଦ୍ଧାଳୁମାନେ ଏଭଳି ପରିବେଶ ଦେଖି ଅସନ୍ତୋଷ ପ୍ରକାଶ କରୁଛନ୍ତି। କେବଳ ଆମିଷ ଦୋକାନ ନୁହେଁ ବଡ଼ଦାଣ୍ଡରେ ଥିବା ଅନେକ ହୋଟେଲ, ରେଷ୍ଟୁରାଣ୍ଟରେ ମଧ୍ୟ ଆମିଷ ଖାଦ୍ୟ ପ୍ରସ୍ତୁତ କରାଯାଉଛି। ବଡ଼ଦାଣ୍ଡକୁ ସମ୍ପୂର୍ଣ୍ଣ ଆମିଷମୁକ୍ତ କରିବା ପାଇଁ ଦୀର୍ଘ ବର୍ଷ ହେବ ଦାବି ଜୋର୍ ଧରି ଆସୁଛି।

ତେବେ ବଡ଼ଦାଣ୍ଡ ମାର୍କେଟ ଛକ ଠାରେ ଏକ ମାଛ ମାର୍କେଟ ଥିବାବେଳେ ଆମିଷ ପାଣି ଆସି ବଡ଼ଦାଣ୍ଡରେ ଭାସୁଛି। ଏହାକୁ ନେଇ ଉଭୟ ସହର ବାସୀ ଏବଂ ଭକ୍ତ ଅସନ୍ତୋଷ ପ୍ରକାଶ କରୁଛନ୍ତି। ପୁରୀ ବଡ଼ଦାଣ୍ଡକୁ ଆମିଷମୁକ୍ତ କରିବା ପାଇଁ ହେଲେ ପ୍ରଶାସନ ଏଥିପାଇଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାର ଆବଶ୍ୟକତା ରହିଛି। ତେବେ ପୁରୀ ତାଳବଣିଆ ଠାରେ ନିର୍ମାଣ କରାଯାଇଥିବା ସ୍ବଚ୍ଛ ମାଛ ବଜାର ବା ହାଇଜେନିକ ଫିସ ମାର୍କେଟର ଉଦଘାଟନ ସରିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରୁନାହିଁ।

Also Read:- ପୁଅର ଟାଙ୍ଗିଆ ଚୋଟରେ ବାପା ଗୁରୁତର, ଛଡ଼ାଇବାକୁ ଆସି ପାହାର ଖାଇଲେ ଯୁବକ

ପୁରୀ ଏକ ଆଧ୍ୟାତ୍ମିକ ତଥା ଧାର୍ମିକ କ୍ଷେତ୍ର ହୋଇଥିବାରୁ ପ୍ରତିଦିନ ଏଠାକୁ ହଜାର ହଜାର ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଛନ୍ତି। ଏଣୁ ବଡ଼ଦାଣ୍ଡରେ ଆମିଷ ବିକ୍ରି ଯୋଗୁଁ ଧାର୍ମିକ ଭାବନା ଉପରେ ଆଘାତ ଲାଗୁଛି। ତେଣୁ ବଡ଼ଦାଣ୍ଡରେ ଆମିଷ ବିକ୍ରି ସମ୍ପୂର୍ଣ୍ଣ ନିଷିଦ୍ଧ କରିବା ପାଇଁ ବିଭିନ୍ନ ଅନୁଷ୍ଠାନ ବାରମ୍ବାର ଦାବି କରି ଆସୁଛନ୍ତି।