ଝାରସୁଗୁଡ଼ା ୨୯।୫: ପାରିବାରିକ କଳହର କରୁଣ ପରିଣତି । ପୁଅର ଟାଙ୍ଗିଆ ଚୋଟରେ ବାପା ଗୁରୁତର ହୋଇଛନ୍ତି l ଝାରସୁଗୁଡା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ କୁଡାବଗା ଗାଁରେ ଘଟିଛି ଏହି ଆକ୍ରମଣ ଘଟଣା l ଗୁରୁତର ବାପା ଥଣ୍ଡା ରାମ ମଲ୍ଲିକ ।

ସୂଚନାଯୋଗ୍ୟ ଯେ, କୌଣସି କାରଣକୁ ନେଇ ପୁଅ ଛନ୍ଦାଚରଣ ମଲ୍ଲିକ ଏକ ଟାଙ୍ଗିଆରେ ବାପା ଥଣ୍ଡା ରାମ ମଲ୍ଲିକଙ୍କ ମଧ୍ୟ ଝଗଡ଼ା ହୋଇଥିଲା । ପରେ ଏହି ଝଗଡ଼ା ଉଗ୍ରରୂପ ନେଇଥିଲା । ପୁଅ ଛନ୍ଦାଚରଣ ବାପା ଥଣ୍ଡାରାମଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ ବେଳେ ବେକରେ ଆଘାତ ଲାଗିଛି l

Also Read:- ପଲିଥିନ୍‌ରେ ବନ୍ଧା ଅଜଣା ମହିଳାଙ୍କ ମୃତଦେହ ; ଶରୀରରେ କ୍ଷତଚିହ୍ନ, ପଡିଛି ରକ୍ତ ଛିଟା

ଏହି ସମୟରେ ଗାଁର ଏକ ଯୁବକ ନିରଞ୍ଜନ ବଗାରକୁ ମଧ୍ୟ ଛନ୍ଦାଚରଣ ଆକ୍ରମଣ କରିଛି । ଫଳରେ ଉଭୟ ଗୁରୁତର ଆହତ ହୋଇଛନ୍ତି l ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି l ରେଙ୍ଗାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l