କୋଲକାତା, ୦୬/୦୫: କୋଲକାତାରେ ଆସିଛି ଫଳାଫଳ । ହାରିଛି ଟିମଏସି । ଶାସନ ଗାଦିରୁ ବିଦା ହୋଇଛନ୍ତି ମମତା ବାନାର୍ଜୀ । ତାଙ୍କ ଦଳ ଶୋଚନୀୟ ଭାବେ ପରାସ୍ତ ହୋଇଚି । ଏପରିକି ୯ ଜିଲ୍ଲାରେ ଖାତା ଖୋଲିପାରିନି ଟିଏମସି ।

ପଶ୍ଚିମବଙ୍ଗର ୨୩ ଜିଲ୍ଲାରୁ ୯ ଜିଲ୍ଲାରେ ବିଜେପି ଟିଏମସି କୁ ପୂରା ସଫା କରିଦେଇଛି। ଏହି ଜିଲ୍ଲାଗୁଡ଼ିକରେ ଥିବା ଆସନରୁ ଗୋଟିଏରେ ବି ଟିଏମସି ଜିତିପାରିନାହିଁ। ଏହି ସମସ୍ତ ଆସନକୁ ବିଜେପି ଦଖଲ କରିଛି। ନିର୍ବାଚନ ପ୍ରଚାର ବେଳେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଯେ, ଟିଏମ୍ସି ଅନେକ ଜିଲ୍ଲାରେ ଖାତା ଖୋଲି ପାରିବନି ଏବଂ ଏହା ଏବେ ସତ ହୋଇଛି।

Also Read :-Mamata Banerjee: ଆମେ ହାରିନୁ, ଆମକୁ ହରାଇ ଦିଆଗଲା, ପରାଜୟ ପରେ ବିଜେପି ଉପରେ ଗର୍ଜିଲେ ମମତା

୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ବିଜେପି ୨୦୬ ଆସନ ଜିତି ପ୍ରଚଣ୍ଡ ବହୁମତ ହାସଲ କରିଛି। ବିଜେପିର ପ୍ରଦର୍ଶନରେ ସବୁଠୁ ଉନ୍ନତ ରହିଛି ପୂର୍ବ ମେଦିନିପୁର ଜିଲ୍ଲା। ଏଠାରେ ଦଳର ପ୍ରମୁଖ ନେତା ଶୁଭେନ୍ଦୁ ଅଧିକାରୀଙ୍କ ପୂର୍ଣ୍ଣ ଦବଦବା ଦେଖିବାକୁ ମିଳିଛି । ଗତ ନିର୍ବାଚନରେ ବିଜେପି ଏଠାରେ ୧୫ ଆସନ ଜିତିଥିଲା । ବିଶେଷଜ୍ଞଙ୍କ ଅନୁସାରେ, ୨୦୨୦ରେ ବିଜେପିରେ ସାମିଲ ହେବା ପରେ ଶୁଭେନ୍ଦୁ ଅଧିକାରୀଙ୍କ ପ୍ରଭାବ ଲଗାତର ବଢ଼ିଛି। ଉତ୍ତର ପଶ୍ଚିମବଙ୍ଗଳର ପାହାଡ଼ିଆ ଅଞ୍ଚଳ ଯଥା ଦାର୍ଜିଲିଂ, କାଲିମୋଙ୍ଗ୍, ଜଲପାଇଗୁଡ଼ି ଏବଂ ଅଲୀପୁରଦ୍ଵାରରେ ବି ଟିଏମ୍ସି ଏବଂ ଏହାର ସହଯୋଗୀ କୌଣସି ପ୍ରଭାବ ପକାଇପାରିନାହାନ୍ତି। ଏହି ୪ ଜିଲ୍ଲାର ୧୮ ସିଟରେ ବିଜେପି ଜିତିଛି।

ସେହିପରି ଉତ୍ତର ବେଙ୍ଗଲରେ ୫୪ ଆସନରୁ ୪୦ଟି ବିଜେପି ଜିତିଥିବାବେ ୧୪କୁ କମିଛି ଟିଏମସି। ପାହାଡ଼ିଆ କ୍ଷେତ୍ରରେ ସମସ୍ତ ଆସନ ବିଜେପି ହାତକୁ ଯାଇଥିବାରୁ ଗୋର୍ଖାଲ୍ୟାଣ୍ଡ ଟେରିଟୋରି ଆଲ ଆଡମିନିଷ୍ଟ୍ରେସନ (ଜିଟିଏ)ର ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର ଧରିଛି। କାରଣ ଏହି ସଂସ୍ଥା ମମତା ବାନାର୍ଜୀଙ୍କ ସରକାରଙ୍କ ସମର୍ଥନରେ ଚାଲୁ ଥିଲା । ଗୋର୍ଖାଲ୍ୟାଣ୍ଡ ଆଞ୍ଚଳିକ ପ୍ରଶାସନ ହେଉଛି ପଶ୍ଚିମବଙ୍ଗର ଦାର୍ଜିଲିଂ, କାଲିମୋଙ୍ଗ୍ ଜିଲ୍ଲାର ଏକ ଅର୍ଦ୍ଧ –ସ୍ୱୟଂଶାସିତ ପରିଷଦ, ଯାହା ଆଞ୍ଚଳିକ ବିକାଶର ତଦାରଖ ପାଇଁ ୨୦୧୨ ମସିହାରେ ପ୍ରତିଷ୍ଠା ହୋଇଥିଲା। ଅନିତ ଥାପା ଜିଟିଏର ମୁଖ୍ୟ ଅଛନ୍ତି। ରାଜ୍ୟରେ ସରକାରୀ ବିରୋଧୀ ମାହୋଲ ଯୋଗୁ ଟିଏମସି ପରାଜିତ ହୋଇଥିବା ଅନିତ ଥାପା କହିଛନ୍ତି।