ଭୁବନେଶ୍ବର ୫।୭: ଅବପାତର ରୂପ ନେଇଛି ବଙ୍ଗୋପସାଗରରେ ସୃଷ୍ଟ ସ୍ପଷ୍ଟ ଚିହ୍ନିତ ଲଘୁଚାପ । ବାଲେଶ୍ୱରର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ୫୦ କି.ମି. ଦୂରରେ ଅବପାତ କେନ୍ଦ୍ରୀଭୂତ ହୋଇଛି । ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ୨୪ ଘଣ୍ଟାରେ ଓଡ଼ିଶା ଉପକୂଳକୁ ଛୁଇଁବ। ବାଲେଶ୍ୱର ନିକଟ ଚାନ୍ଦବାଲି ଏବଂ ଦିଘା ମଧ୍ୟରେ ଅତିକ୍ରମ କରିବା ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । କେଉଁଠି କେଉଁଠି ଜଳବନ୍ଦୀ ପରିସ୍ଥିତି । ପାଣିପାଗ ବିଜ୍ଞାନୀଙ୍କ ପୂର୍ବାନୁମାନ, ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା ହୋଇପାରେ । ଲଘୁଚାପ ପ୍ରଭାବରେ ଟ୍ବିନ୍ ସିଟିରେ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଛି । କଟକ ଓ ଭୁବନେଶ୍ବରରେ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଛି ।

କଟକ ସହରର ଗତ ୨୪ ଘଣ୍ଟାରେ ବର୍ଷା ପରିମାଣ :

ସିଡିଏ ସେକ୍ଟର ୬ ଅଞ୍ଚଳ - ୧୯୭.୨ମିମି

ଓଏମପି କମ୍ୟୁନିଟି ସେଣ୍ଟର ଅଞ୍ଚଳ – ୧୮୫.୪ମିମି

କଟକ ସଦର ଅଞ୍ଚଳ - ୧୩୮ମିମି

ସହିଦ ଭବନ ଅଞ୍ଚଳ - ୧୩୩.୨ମିମି

ବାଦାମବାଡ଼ି ଅଞ୍ଚଳ - ୧୨୪.୨ମିମି

ଭୁବନେଶ୍ବର ସହରର ଗତ ୨୪ ଘଣ୍ଟାରେ ବର୍ଷା ପରିମାଣ :

ରେଣ୍ଟାଲ କଲୋନୀ ଅଞ୍ଚଳ – ୧୪୪ମିମି

ପଟିଆ ଅଞ୍ଚଳ – ୧୩୮.୨ମିମି

ଚନ୍ଦ୍ରଶେଖରପୁର ଅଞ୍ଚଳ – ୧୩୦.୮ମିମି

ମଧୁସୂଦନ ନଗର ଅଞ୍ଚଳ – ୧୩୫.୨ମିମି

ସତ୍ୟ ନଗର ଅଞ୍ଚଳ - ୧୩୫ମିମି

କଳ୍ପନା ଅଞ୍ଚଳ - ୧୨୩ମିମି

ଖଣ୍ଡଗିରି ଅଞ୍ଚଳ – ୧୨୨.୪ମିମି

ଭୁବନେଶ୍ୱର ବିମାନବନ୍ଦର ଅଞ୍ଚଳ – ୧୧୯ମିମି

ଜଗମୋହନ ନଗର ଅଞ୍ଚଳ – ୧୧୬.୪ମିମି

ଲକ୍ଷ୍ମୀ ସାଗର ଅଞ୍ଚଳ – ୧୧୪.୪ମିମି

ସହିଦ ନଗର ଅଞ୍ଚଳ – ୧୧୩.୮ମିମି

ନୟାପଲ୍ଲୀ ଅଞ୍ଚଳ – ୧୧୨.୮ମିମି