କଟକ ୩୧।୭: ଉଚ୍ଛୁଳିଲାଣି ମହାନଦୀ । ଶାଖା ନଦୀ, ନଈକୂଳ ଅଞ୍ଚଳରେ ବନ୍ୟା ଭୟ । ବାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣରେଖାରେ ବନ୍ୟା ପରର ସ୍ଥିତି ସଙ୍ଗୀନ । ଏଭଳି ସ୍ଥିତିରେ ମୁଣ୍ଡଳୀରେ ଜଳ ପ୍ରବାହ ସ୍ଥିର ଅଛି, ଆଗକୁ ପାଣି କମିବ ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ବିଚିତ୍ର କୁମାର ସାମଲ । ଆଗକୁ ସେଭଳି ବିପଦ ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ସ୍ଥିତି ଅନୁଧ୍ୟାନ ପରେ ଏଭଳି ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ।

ସେପଟେ ମୁଣ୍ଡଳୀ ଠାରେ ସ୍ଥିତି ନିରୀକ୍ଷଣ କରିଛନ୍ତି ଜଳ ସମ୍ପଦ ସଚିବ । ସମସ୍ତ ବିଭାଗୀୟ କର୍ମଚାରୀ ସଜାଗ ରହିବାକୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଆକଳନ ମୁତାବକ ମହାନଦୀରେ ୯ ଲକ୍ଷ କ୍ୟୁସେକ ପାଣି ଆସିବାର ଥିଲା, ହେଲେ ଶୁକ୍ରବାର ସକାଳ ୭ଟା ପରଠାରୁ ମୁଣ୍ଡଳୀ ଦେଇ ମହାନଦୀରେ ପ୍ରବାହିତ ହେଉଛି ୮ ଲକ୍ଷ ୬୫ ହଜାର କ୍ୟୁସେକ ପାଣି । ଯେହେତୁ ଜଳ ପ୍ରବାହ ସ୍ଥିର ରହିଛି, ତେଣୁ ଆଗକୁ ପାଣି କମିବ ବୋଲି ବିଭାଗ ଆକଳନ କରୁଛି ।

Also Read:- ବୈତରଣୀରେ କମିଲା, ବ୍ରାହ୍ମଣୀ-ଖରସ୍ରୋତାରେ ବଢ଼ିଲା! ୩୦ ହଜାର ଲୋକ ସ୍ଥାନାନ୍ତର, ଜଳବନ୍ଦୀ ଲକ୍ଷାଧିକ ଲୋକ

ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ଶୁଭା ଶର୍ମା ମୁଣ୍ଡଳୀ ଠାରେ ସ୍ଥିତି ପରଖିଛନ୍ତି । ବର୍ତ୍ତମାନ ସମୟରେ ସମସ୍ତ ବିଭାଗୀୟ କର୍ମଚାରୀ ସଜାଗ ରହିବାକୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ତେବେ ମହାନଦୀ ଅବବାହିକାରେ ସେଭଳି କୌଣସି କ୍ଷୟକ୍ଷତି ହୋଇନଥିବା କହିଛନ୍ତି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ।