ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ହମଲାକୁ ନେଇ କଡ଼ା ନିନ୍ଦା କରିଛି ଭାରତ। ଏବେ ବ୍ଲାକ୍ ଲିଷ୍ଟେଟ୍ ହେବେ ପାକିସ୍ତାନର ଆତଙ୍କବାଦୀ ସଂଗଠନ। ଭାରତ ସହ ହାତ ମିଳାଇଛି ଟ୍ରମ୍ପ ପ୍ରଶାସନ। ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ଏବଂ ଅଲ-କାଏଦା, ଲସ୍କର-ଏ-ତୈବା, ଜୈଶ-ଏ-ମହମ୍ମଦ ଏବଂ ସେମାନଙ୍କର ପ୍ରକ୍ସି ନେଟୱର୍କଗୁଡ଼ିକ ଉପରେ ଜାତିସଂଘ ସୁରକ୍ଷା ପରିଷଦ 1267 ସିଷ୍ଟମ ଅନୁଯାୟୀ ନୂତନ ପ୍ରତିବନ୍ଧକ ଲଗାଇବା ପାଇଁ ଆମେରିକା ଏବଂ ଭାରତ ମିଳିତ ଭାବରେ ଜାତିସଂଘକୁ ନିବେଦନ କରିଛନ୍ତି।

୨୦୦୨ରେ ପାକିସ୍ତାନ ଦ୍ୱାରା ଲସ୍କର ଏବଂ ଜୈସ ସଂଗଠନକୁ ବିଶ୍ୱ ଆତଙ୍କୀ ସଂଗଠନ ଘୋଷଣା କରାଯାଇଥିଲା। ତଥାପି ସେମାନେ ପାକିସ୍ତାନରୁ କାର୍ଯ୍ୟ ଜାରି ରଖିଛନ୍ତି। ଭାରତ ବିରୁଦ୍ଧରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଛନ୍ତି।ଆମେରିକା ଏବଂ ଭାରତ ମଧ୍ୟରେ ଆତଙ୍କବାଦ ବିରୋଧୀ ସହଯୋଗକୁ ଆହୁରି ମଜବୁତ କରିବାର ସଙ୍କେତ ଦେଇଛନ୍ତି। ସମ୍ପତ୍ତି ଫ୍ରିଜ୍ କରିବା, ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବା ଏବଂ ଅସ୍ତ୍ରଶସ୍ତ୍ର ପ୍ରତିବନ୍ଧକ ନେଇ ଆମେରିକା ଏବଂ ଭାରତ ଦ୍ୱାରା ପ୍ରସ୍ତାବ ଦିଆଯାଇଛି।

ମିଳିତ ବିବୃତ୍ତିରେ ପାକିସ୍ତାନର ନାମ ଉଲ୍ଲେଖ ନାହିଁ। ମିଳିତ ବିବୃତ୍ତିରେ ଆମେରିକାର ବୈଦେଶିକ ବିଭାଗର ମୋନିକା ଜ୍ୟାକବସନ୍ ଏବଂ ଭାରତର ଯୁଗ୍ମ ସଚିବ ବିନୋଦ ବାହାଡେ ତାଲିମ, ସାଇବର ସୁରକ୍ଷା, ନ୍ୟାୟିକ ସହଯୋଗ, ଆଇନଗତ ସହାୟତା ଏବଂ ଗୁପ୍ତଚର ଆଦାନପ୍ରଦାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଉଭୟ ଦେଶ ପହଲଗାମ ଏବଂ ଦିଲ୍ଲୀର ଲାଲକିଲ୍ଲାରେ ସମ୍ପ୍ରତି ଘଟିଥିବା ଆତଙ୍କବାଦୀ ଆକ୍ରମଣର କଡ଼ା ନିନ୍ଦା କରିଛନ୍ତି ଏବଂ ଅପରାଧୀଙ୍କୁ ଦାୟୀ କରିବାକୁ ଆହ୍ୱାନ କରିଛନ୍ତି।

ୱାଶିଂଟନସ୍ଥିତ ଭୂରାଜନୈତିକ ବିଶେଷଜ୍ଞ ଶୁଜା ନୱାଜଙ୍କ ମତରେ 2025 ମଧ୍ୟଭାଗରୁ ଆମେରିକା-ପାକିସ୍ତାନ ସମ୍ପର୍କରେ ଉଷ୍ମତା ନାଟକୀୟ ହୋଇଛି। ଆମେରିକା ହୁଏତ ପାକିସ୍ତାନର ସାଥ ଦେବାକୁ ଚାହୁଁନି। ଏହା ଭାରତକୁ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଏକ ଅଂଶୀଦାର ଭାବରେ ମନୋନୀତ କରିଛି। ଏହି ଦ୍ୱୈତ ନୀତି କେତେ ଦିନ ଚାଲିବ, ତାହା ଦେଖିବା ଗୁରୁତ୍ୱପୂର୍ଣ୍ଣ। ଏହି ସମୟରେ, ଭାରତୀୟ ଏବଂ ଆମେରିକୀୟ ଅଧିକାରୀମାନେ ପହଲଗାମ ଆକ୍ରମଣ ପଛରେ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ (TRF)କୁ ଏକ ବିଦେଶୀ ଆତଙ୍କବାଦୀ ସଂଗଠନ (FTO) ଏବଂ ଏକ ସ୍ୱତନ୍ତ୍ର ଭାବରେ ବିଶ୍ୱ ଆତଙ୍କବାଦୀ (SDGT) ଭାବରେ ଆମେରିକାର ଘୋଷଣାକୁ ସ୍ୱାଗତ କରିଛନ୍ତି।