ଅକଲାଣ୍ଡ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲା ଆଜି ଅକଲାଣ୍ଡରେ ଖେଳା ଯାଉଛି। ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ୧୮୫ ରନ କରି ପାରିଛି। ଜବାବରେ ଭାରତ ୧୦.୫ ଓଭରରେ ଏକ ଓ୍ଵିକେଟ୍ ହରାଇ ୫୪ ରନ କରିଛି। ତେବେ ବର୍ଷା ହେବାରୁ ଖେଳ ବନ୍ଦ ରହିଛି। କିନ୍ତୁ ଏହି ସମୟରେ ରନ ମେସିନ ବିରାଟ କୋହଲି ବିଶ୍ଵ ରେକର୍ଡ କରିଛନ୍ତି। ସେ ୧୨ରନ କରିବା ମାତ୍ର ଏକ ଖାସ୍ ଉପଲବ୍ଧି ନିଜ ନାମରେ କରିଛନ୍ତି।

ନମ୍ବର ୩ରେ ବ୍ୟାଟିଂ କରି ଦିନିକିଆ କ୍ରିକେଟରେ ସର୍ବାଧିକ ରନ କରିବାରେ ରେକର୍ଡ ପୂର୍ବରୁ ବିରାଟ ନିଜ ନାମରେ କରି ସାରିଛନ୍ତି। ଏବେ ନିଜର ଏହି ରେକର୍ଡକୁ ଆହୁରି ମଜବୁତ କରିଛନ୍ତି କିଙ୍ଗ କୋହଲି। ସେ ଦୁନିଆର ପ୍ରଥମ ବ୍ୟାଟର ଭାବେ ଦିନିକିଆ ମ୍ୟାଚରେ ନମ୍ବର ୩ରେ ବ୍ୟାଟିଂ କରି ୧୩ ହଜାର ରନ ପୂରଣ କରିଛନ୍ତି। ଏହି କ୍ରମରେ ବ୍ୟାଟିଂ କରି ସର୍ବାଧିକ ରନ କରିବାର ରେକର୍ଡ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ନାମରେ ଥିଲା। ହେଲେ କିଛି ମାସ ପୂର୍ବରୁ ପଣ୍ଟିଂଙ୍କ ଏହି ରେକର୍ଡ ଭାଙ୍ଗିଥିଲେ ବିରାଟ କୋହଲି। ଏବେ ୧୩ ହଜାର ରନ ପୂରଣ କରିବା ସହିତ ନମ୍ବର ୩ରେ ସର୍ବାଧିକ ଶତକ ମାରିବାର କୀର୍ତ୍ତିମାନ ମଧ୍ୟ ବିରାଟଙ୍କ ନାଁରେ ରହିଛି।

Also Read: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପଞ୍ଜାବ କିଙ୍ଗ୍ସକୁ ଯିବା କନଫର୍ମ ! MIରୁ ଖେଳିବେ ଅର୍ଶଦୀପ; ଟ୍ରେଡ ଡିଲ୍ ଉପରେ ଆସିଲା ବଡ଼ ଅପଡେଟ୍

ଦିନିକିଆରେ ନମ୍ବର ୩ ସର୍ବାଧିକ ରନ

୧୩୦୦୦ ରନ- ବିରାଟ କୋହଲି(୬୧.୬୧*)

୧୨୬୬୨ ରନ- ରିକି ପଣ୍ଟିଂ(୪୨.୪୮)

୯୪୭୪୭ ରନ- କୁମାର ସାଙ୍ଗାକାରା(୪୪.୭୧)

୭୭୭୪ ରନ- ଜ୍ୟାକ୍ସ କ୍ୟାଲିସ(୪୫.୭୨)

୬୫୦୪ ରନ- କେନ ଓ୍ଵିଲିୟମସନ(୫୧.୬୧)

୬୦୫୪ ରନ- ବାବର ଆଜମ(୫୫.୫୪)

୫୫୨୫ ରନ- ଜୋ ରୁଟ(୫୩.୨୧)

ଆଜିର ମ୍ୟାଚରେ ବିରାଟ କୋହଲି ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହେବା ବେଳକୁ ୨୭ ବଲରୁ ୫ ଚୌକା ଜରିଆରେ ୨୯ ରନ କରି ଅପରାଜିତ ଅଛନ୍ତି। ଅଧିନାୟକ ଶୁଭମନ ଗିଲ୍ ୩୬ ବଲରୁ ୨୨ ରନ କରି କ୍ରିଜରେ ବ୍ୟାଟିଂ କରୁଛନ୍ତି। ବର୍ଷା କାରଣରୁ ଓଭର କଟା ଯାଇଛି। ଡକ ଓ୍ଵର୍ଥ ଲୁଇସ ନିୟମ ହିସାବରେ ଭାରତକୁ ୪୦ ଓଭରରେ ୧୬୭ ରନର ବିଜୟ ଲକ୍ଷ୍ୟ ମିଳିଛି।

Also Read: 'ଭୁବନେଶ୍ୱର କୁମାରଙ୍କୁ ଖେଳାଇ ବିସିସିଆଇ ଭୁଲ କରିଛି' : ସିଲେକ୍ସନକୁ ନେଇ କଟାକ୍ଷ କଲେ ପୂର୍ବତନ ଅଲରାଉଣ୍ଡର