ଭୁବନେଶ୍ବର ୪।୧୧: ବନ୍ୟା ମୁକାବିଲାରେ ସରକାର ଫେଲ୍, ବିଜେଡିର ଅଭିଯୋଗ । ଏହାକୁ ନେଇ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ । ସାମ୍ବାଦିକ ସମ୍ମିଳନୀରେ ବିରଞ୍ଚି ତ୍ରିପାଠୀ କହିଛନ୍ତି, ରାଜ୍ୟ ସରକାର ବାତ୍ୟା ମୁକାବିଲା ପାଇଁ ପ୍ରୟାସ କଲେ । ମୁଖ୍ୟମନ୍ତ୍ରୀ ଏବଂ ରାଜସ୍ବ ମନ୍ତ୍ରୀ ଦିନ ରାତି କଣ୍ଟ୍ରୋଲ ରୁମ୍‌ରେ ବସି ସମୀକ୍ଷା କଲେ । ଦୁଇ ଉପ ମୁଖ୍ୟମନ୍ତ୍ରୀଙ୍କ ସହ ୮ ମନ୍ତ୍ରୀଙ୍କୁ ଗ୍ରାଉଣ୍ଡକୁ ପଠାଗଲା । ଅଧିକ ବୃଷ୍ଟିପାତ ପାଇଁ ସର୍ବାଧିକ କ୍ଷତି ହେଲା । ବିରୋଧୀ ଦଳ ମିଥ୍ୟା ଅପପ୍ରଚାର କରୁଛନ୍ତି । କହୁଛନ୍ତି ବନ୍ୟା ନିୟନ୍ତ୍ରଣ ପାଇଁ ଡ୍ୟାମ୍ର ଜଳସ୍ତର କମାଗଲା ନାହିଁ । ସମସ୍ତ ଡ୍ୟାମ୍ରୁ ପାଣି ନିଷ୍କାସନ କରି କମା ଯାଇଥିଲା ।

Also Read:- କୋଟିଆ ପ୍ରସଙ୍ଗରେ ସରକାରଙ୍କୁ ଘେରିଲା ବିଜେଡି, କେନ୍ଦ୍ରର ହସ୍ତକ୍ଷେପ ଦାବି; ନହେଲେ ଆନ୍ଦୋଳନ ଚେତାବନୀ

ସରକାର ସଂପୂର୍ଣ୍ଣ ପ୍ରସ୍ତୁତି କରିଥିଲେ । ରିଲିଫ କାର୍ଯ୍ୟରେ ବିଜେପିର ୨ ମନ୍ତ୍ରୀ, ୯ ବିଧାୟକ, ସାଂସଦ ଲାଗିଥିଲେ । ଗଞ୍ଜାମ ଜିଲ୍ଲାର ୧୩ ବିଧାୟକ ଅଛନ୍ତି କିନ୍ତୁ ଜଣେ ବିଧାୟକ ଛାଡିକି ଆଉ ସମସ୍ତେ ଗ୍ରାଉଣ୍ଡରେ ଅଛନ୍ତି । ଜଣେ ବିଧାୟକ ଏବେ ବି ସେଠାକୁ ଯାଉନାହାନ୍ତି, ଲୋକଙ୍କ ପାଖରେ ପହଞ୍ଚି ନାହାନ୍ତି । ରାଜ୍ୟ ସରକାରଙ୍କ ମୁକାବିଲା ଉଦ୍ୟମ ଏବଂ ପ୍ୟାକେଜ ପାଇଁ ଧନ୍ୟବାଦ ବୋଲି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି ।

Watch Video: