ନୂଆଦିଲ୍ଲୀ: ଧନତେରସ ପୂର୍ବରୁ ଆଜି(ନଭେମ୍ବର ୪) ସୁନା ଓ ରୁପା ଦରରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି। ବୁଧବାର ୧୦ ଗ୍ରାମ ୨୪ କ୍ୟାରେଟ ସୁନା ଦରରେ ୩,୪୮୬ ଟଙ୍କା ବଢ଼ି ୧ ଲକ୍ଷ ୪୧ ହଜାର ଟଙ୍କା ହୋଇଛି। ସେହିପରି ରୁପା କେଜି ୭,୭୭୫ ଟଙ୍କା ବଢି ୧ ଲକ୍ଷ ୮୪ ହଜାର ଟଙ୍କା ଛୁଇଁଛି।

ଚଳିତ ବର୍ଷ ୮ ହଜାର ଟଙ୍କା ମହଙ୍ଗା ହେଲା ରୁପା

ଚଳିତ ବର୍ଷ ସୁନା ଓ ରୁପା ଦରରେ ଲଗାତର କମ ବେଶି ହୋଇଛି। ଗତ କିଛି ଦିନ ହେବା ଯଦିଓ ସୁନା ଦର ସାମାନ୍ୟ ହ୍ରାସ ପାଇଛି, ତଥାପି ଚଳିତ ବର୍ଷ ସୁନା ଦରରେ ୮ ହଜାର ଟଙ୍କା ମହଙ୍ଗା ହୋଇଛି। ୩୧ ଡିସେମ୍ବର ୨୦୨୫ରେ ୧୦ ଗ୍ରାମ ସୁନା ଦର ଥିଲା ୧. ୩୩ ଲକ୍ଷ ଟଙ୍କା ହେଲେ। ଏବେ ଏହା ବଢ଼ି ୧. ୪୧ ଲକ୍ଷ ଟଙ୍କା ହୋଇଛି।

ଅନ୍ୟପଟେ ରୁପା ଦରରେ ଓଲଟା ପ୍ରଭାବ ଦେଖିବାକୁ ମିଳିଛି। ବର୍ଷ ଆରମ୍ଭର ମୂଲ୍ୟକୁ ହିସାବ କଲେ ରୁପା ଦରରେ ବହୁତ ହ୍ରାସ ହୋଇଛି। କାରଣ ଚଳିତ ବର୍ଷ ଜାନୁଆରୀ ୨୯ ତାରିଖରେ ରୁପା ଦର କେଜି ପ୍ରତି ୩. ୮୬ ଲକ୍ଷ ଟଙ୍କାରେ ପହଞ୍ଚିଥିଲା। ସେହି ଅନୁସାରେ ରୁପା ଦରରେ ବର୍ତ୍ତମାନ ୧୮୪ ହଜାରରୁ ଅଧିକ ହ୍ରାସ ରହିଛି।। ତେବେ ୩୧ ଡିସେମ୍ବର ୨୦୨୫ ହିସାବ ଦେଖିଲେ ରୁପା କେଜିର ଦର ୨.୩୦ ଲକ୍ଷ ଟଙ୍କା ଥିଲା । ହେଲେ ୨୦୨୬ ନଭେମ୍ବର ୪ ତାରିଖରେ ରୁପା କେଜି ମୂଲ୍ୟ ୧ ଲକ୍ଷ ୮୪ ହଜାର ଟଙ୍କା ହୋଇଛି। ଫଳରେ ରୁପା ଦରରେ ୪୬ ହଜାର ଟଙ୍କା ଶସ୍ତା ହୋଇଛି।

Also Read- ଭାରତରେ ଆପଲର ରେକର୍ଡ ଆୟ: ଆଇଫୋନ୍ ଓ ମ୍ୟାକ୍ ଚାହିଦା ସର୍ବକାଳୀନ ସ୍ତରରେ

ସେହିପରି ଚଳିତ ବର୍ଷ ଜାନୁଆରୀ ମାସରେ ୨୪ କ୍ୟାରେଟ ୧୦ ଗ୍ରାମ ସୁନା ଦର ୧ ଲକ୍ଷ ୭୬ ହଜାର ଟଙ୍କା ହୋଇ ଅଲ୍ଟାଇମରେ ହାଇରେ ପହଞ୍ଚିଥିଲା। ବର୍ତ୍ତମାନ ଏହାର ଦର ୧.୪୧ ହୋଇଥିବା ବେଳେ ଏଥିରେ ୩୫ ହଜାର ଟଙ୍କା ଶସ୍ତା ହୋଇଛି।