ଭୁବନେଶ୍ୱର ୦୪।୧୧ : ସରକାରଙ୍କୁ କଂଗ୍ରେସର ଟାର୍ଗେଟ । ବନ୍ୟା ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ। ସରକାରଙ୍କ ଅପାରଗତା ଓ ଅବହେଳା ପାଇଁ ଆଜି ରାଜ୍ୟବାସୀ ବନ୍ୟା ବିପର୍ଯ୍ୟୟର ସାମ୍ନା କରୁଥିବା ଅଭିଯୋଗ କରିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ।

ସେ କହିଛନ୍ତି ଯେ, ବାତ୍ୟା ଓ ବନ୍ୟା ପୂର୍ବରୁ ସରକାର କେତେ ପ୍ରସ୍ତୁତି କରିଥିଲେ, ତାହାର ଜବାବ ମାଗିବା ସହ ଦାୟିତ୍ୱରେ ଖିଲାପ କରିଥିବା ଅଧିକାରୀଙ୍କୁ ଗିରଫ ଦାବି କରିଛନ୍ତି। ଆଗାମୀ ଦିନରେ ବିଧାନସଭାଠାରୁ ଆରମ୍ଭ କରି ରାଜରାସ୍ତା ପର୍ଯ୍ୟନ୍ତ ବନ୍ୟା କ୍ଷୟକ୍ଷତିର ହିସାବ ମାଗିବ କଂଗ୍ରେସ । ବନ୍ୟା ବିପର୍ଯ୍ୟୟକୁ ନେଇ ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ। ରାଜ୍ୟରେ ସରକାର ଅଛି ତ ? ସରକାର ନିଜ ଦାୟିତ୍ୱ ନିର୍ବାହ କରିବାରେ କାହିଁକି ବିଫଳ ହେଲେ?

Also Read:-କୋଟିଆ ପ୍ରସଙ୍ଗରେ ସରକାରଙ୍କୁ ଘେରିଲା ବିଜେଡି, କେନ୍ଦ୍ରର ହସ୍ତକ୍ଷେପ ଦାବି; ନହେଲେ ଆନ୍ଦୋଳନ ଚେତାବନୀ

ବାତ୍ୟା କିମ୍ବା ବନ୍ୟା ପୂର୍ବରୁ ସରକାର ସ୍ଥିତି ଅନୁଧ୍ୟାନ କରିବା ସହ ଆଗୁଆ ପଦକ୍ଷେପ ନେବା କଥା। ଗଜପତି ଓ ଗଞ୍ଜାମ ଜିଲ୍ଲାରେ ୫୦୦ ମିଲିମିଟର ବର୍ଷା ହେବା ନେଇ ସରକାରଙ୍କ ପାଖରେ ଆଗୁଆ ସୂଚନା ଥିଲା କି ନାହିଁ, ଯଦି ଥିଲା ତେବେ ଏହି ଦୁଇ ଜିଲ୍ଲାକୁ କାହିଁକି ଅଧିକ ଫୋକସ୍ କରାଗଲା ନାହିଁ ।  ସରକାରଙ୍କ ଅପାରଗତା ପାଇଁ ପୂର୍ବରୁ ହଇଜା ଓ ଏବେ ବନ୍ୟାରେ ଲୋକଙ୍କ ଜୀବନ ଯାଇଥିବା ସେ ଅଭିଯୋଗ କରିଛନ୍ତି। ରିଲିଫ୍ ବଣ୍ଟନରେ ମଧ୍ୟ ସରକାର ବିଫଳ ହୋଇଛନ୍ତି । ଏହାସହ ଭୂସ୍ଖଳନରେ ନିଖୋଜଙ୍କ ମୃତଦେହ ଏଯାଏଁ ଉଦ୍ଧାର ହୋଇପାରିନଥିବା ପ୍ରସଙ୍ଗ ଉଠାଇଛନ୍ତି।

ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଦାୟିତ୍ୱରେ ଥିବା ଯେଉଁ ଅଧିକାରୀମାନେ କାର୍ଯ୍ୟରେ ଖିଲାପ କରିଛନ୍ତି, ସେମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ବନ୍ୟାରେ ୧୦ ଲକ୍ଷ ଏକରରୁ ଅଧିକ ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ୨୭ଟି ବ୍ଲକ୍ ସହ ୩୯୮ରୁ ଅଧିକ ଗାଁ ପ୍ରଭାବିତ ହୋଇଛି। ଚାଷୀଙ୍କ କ୍ଷତି ତୁଳନାରେ ସରକାରଙ୍କ ସହାୟତା ଯଥେଷ୍ଟ ନୁହେଁ । ଅଢ଼େଇ ଏକର ଜମି ପାଇଁ ମାତ୍ର ୮ ହଜାର ୫୦୦ ଟଙ୍କା ସହାୟତା ଦିଆଯାଉଥିବା ବେଳେ ହେକ୍ଟର ପିଛା ୫୫ ହଜାର ଟଙ୍କା ଦେବାକୁ ସେ ଦାବି କରିଛନ୍ତି।