ଭୁବନେଶ୍ୱର ୧୧।୦୪ : କୋଟିଆ ଲଢ଼େଇରେ ସରକାରଙ୍କ ସହ ଆମେ ଅଛୁ । କୋଟିଆ ଆମର, ଆମେ ଲଢ଼ିବୁ । କୋଟିଆ ସହ ସୀମା ବିବାଦକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କେବଳ ପୋଲିସ ପଠାଇ କିମ୍ବା ଲଢ଼େଇ କରି ସମସ୍ୟାର ସମାଧାନ ହେବନି । ବରଂ କୋଟିଆର ଲୋକଙ୍କ ଦାରିଦ୍ର୍ୟ ଦୂରୀକରଣ ଓ ଜୀବନଜୀବିକାର ବିକାଶ ଉପରେ ସରକାର ଗୁରୁତ୍ୱ ଦେବା ଆବଶ୍ୟକ ବୋଲି କହିଛନ୍ତି ଭକ୍ତ । ସମସ୍ତେ ଏକାଠି ହୋଇ ଏହି ଲଢ଼େଇ ଲଢ଼ିବାର ଆବଶ୍ୟକତା ରହିଛି ।

Also Read:-କଟକ-ଭୁବନେଶ୍ବରକୁ ଲମ୍ବିଥିଲା ବ୍ରାଉନସୁଗାର ନେଟଓ୍ବର୍କ, ୪ ଅଭିଯୁକ୍ତ ଗିରଫ, ମୁଖ୍ୟ ବେପାରୀ ଫେରାର

ସେହିପରି ଖଣି ଓ ଖଣିଜ ସମ୍ପଦ ନିୟମ (MMDR) ଅଧୀନରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ମିଲିୟନ୍ ଓ ଟ୍ରିଲିୟନ୍ ଟଙ୍କାର ପୁଞ୍ଜିନିବେଶ କଥା କୁହାଯାଉଛି। ସୀମାନ୍ତରେ ରହୁଥିବା ପରିବାରଙ୍କ ପାଇଁ ମାସିକ ୧୦ ହଜାର ଟଙ୍କାର ସହାୟତା କିମ୍ବା ଦାରିଦ୍ର୍ୟ ଦୂରୀକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କଲେ ଅସୁବିଧା କ'ଣ ବୋଲି ପ୍ରଶ୍ନ କରିଛନ୍ତି । କୋଟିଆ ଆମର, ଆମେ ଲଢ଼ିବୁ । ଏହି ଲଢ଼େଇରେ ସରକାରଙ୍କ ସହ ରହିଛୁ ବୋଲି ସ୍ପଷ୍ଟ କରିଛନ୍ତି ଭକ୍ତ ଚରଣ ଦାସ ।