ଭୁବନେଶ୍ୱର ୩୦।୦୪ : ଅସୁରକ୍ଷିତ ରାଜଧାନୀ । ଏଠି ପ୍ରତିଦିନ ରାଜରାସ୍ତାର ପଡୁଛି ରକ୍ତର ଛିଟା । କେଉଁ ଦିନ କିଏ କାହାକୁ ଧମକାଇ ଖଣ୍ଡା ଚୋଟ ମାରିଲାଣି ତ ଆଉ କେଉଁଠି ବାକି ଦେବାନେବାକୁ ନେଇ ହଣାକଟା । ଏଠି ପ୍ରଶ୍ନ ଉଠୁଛି। ରାଜଧାନୀର ଗୁଣ୍ଡା ପୋଲିସକୁ ଡରିବା କମ୍ କରିଦେଲେଣି ନା ଅପରାଧୀ ଏବେ ପାଓ୍ୱାରପୁଲ।

ବୁଧବାରର ଘଟଣା ବୋଧେ କାହା ମନରୁ ଯାଇନଥିବ । ସାମାନ୍ୟ କେଇଟା ଟଙ୍କା ପାଇଁ ରାଜଧାନୀରେ ଜଣେ କାଠ ମିସ୍ତ୍ରୀକୁ ଖଣ୍ଡାରେ ହାଣି ୬୧୦ ଟଙ୍କା ଏବଂ ଦୁଇଟି ମୋବାଇଲ ଲୁଟ୍ କରିଥିଲେ । ଆଉ ଏବେ ଭୁବନେଶ୍ୱରର ସାମନ୍ତରାପୁର ଅଞ୍ଚଳରୁ ଆସିଛି ଏକ ଭୟଙ୍କର ଘଟଣା । ଯେଉଁଠି ପାନ ଦୋକାନରେ ବାକି ଦେବାନେବାକୁ ନେଇ ଆରମ୍ଭ ହୋଇଥିଲା ଗଣ୍ଡଗୋଳ। କପିଳେଶ୍ୱରର ଗାଁର ରାକେଶ ମଲିଆଙ୍କ ଖଣ୍ଡା ଚୋଟରେ ଧଉଳି କୁମ୍ଭାଟେଇ ଗାଁର ବିଭୁ ସାହୁ ଗୁରୁତର ହୋଇଛନ୍ତି । ଏପିରିକି ଖଣ୍ଡା ଚୋଟରେ ବିଭୁଙ୍କ ହାତ ପାପୁଲି ଛିଡ଼ିଯାଇଛି । ତଳେ ପଡ଼ିଥିବା ହାତ ପାପୁଲିକୁ କୁକୁର ନେଇ ଚମ୍ପଟ ମାରିଛି । ସେପଟେ କୁକୁର ନେଇ ଚମ୍ପଟ ମାରିଥିବା କଟା ପାପୁଲିକୁ ଖୋଜୁଛି ପୋଲିସ । ବିଭିନ୍ନ ଜାଗାରେ ପୋଲିସ ପକ୍ଷରୁ ଚାଲିଛି ଅପରେସନ ।

Also Read:-କାଠ ମିସ୍ତ୍ରୀଙ୍କୁ ଖଣ୍ଡା ଚୋଟ, ୬୧୦ ଟଙ୍କା ଏବଂ ଦୁଇଟି ମୋବାଇଲ ନେଇ ଛୁ ମାରିଲେ ଲୁଟେରା

ଅନ୍ୟପଟେ ଆକ୍ରମଣ କରିଥିବା କପିଳେଶ୍ଵରର ଗାଁର ରାକେଶ ମଲିଆକୁ ଲିଙ୍ଗରାଜ ଥାନାରେ ଅଟକ ରଖି ଜେରା କରୁଛି ପୋଲିସ । ଏହାସହ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛି । ଆକ୍ରମଣ ପଛର ସଠିକ କାରଣକୁ ନେଇ ଛାନ୍ଭିନ୍ ମଧ୍ୟ କରୁଛି ପୋଲିସ ।