ଭୁବନେଶ୍ୱର ୨୯।୦୪ : କାଠ ମିସ୍ତ୍ରୀକୁ ଖଣ୍ଡା ଚୋଟ । ଲୁଟ୍ ପାଇଁ କାଠ ମିସ୍ତ୍ରୀକୁ ଖଣ୍ଡା ଚୋଟ । ଭୁବନେଶ୍ୱର ମଞ୍ଚେଶ୍ୱର କାଳିଖମା ନିକଟରେ ଖଣ୍ଡା ମାଡ଼ କରିଛନ୍ତି ଦୁର୍ବୃତ୍ତ । ଲୁଟର ଶିକାର ହୋଇଥିବା ସଞ୍ଜୟ ମହାରଣା ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ପିଠି ଓ ହାତକୁ ଏକାଧିକ ଖଣ୍ଡା ଚୋଟରେ ଆକ୍ରମଣ କରାଯାଇଛି ।

ଖବର ଅନୁଯାୟୀ, ମଙ୍ଗଳବାର ରାତିରେ ସଞ୍ଜୟ କାମ ସାରି ପଟିଆରୁ ଫେରୁଥିଲେ। ବାଟରେ ପଟିଆ ଷ୍ଟେସନ ନିକଟରେ ତିନି ଜଣ ବ୍ଲାକ ପଲସରରେ ଆସି ଅଟକାଇଥିଲେ । କେହି କିଛି ବୁଝିବା ପୂର୍ବରୁ କଣ ପାଖରେ ଅଛି ଦେଇଦେ । ନହେଲେ ଯାହା ହେବ ତୁ ବୁଝିବୁ । ସଞ୍ଜୟ କିଛି କହିବା ପୂର୍ବରୁ ଦୁର୍ବୃତ୍ତ ଆରମ୍ଭ କରିଦେଲେ ଲୁଟ୍ପାଟ୍ । ସଞ୍ଜାୟଙ୍କ ପାଖରେ ଦୁଇଟି ମୋବାଇଲ ସହ ପର୍ସରେ ଥିବା ୬୧୦ ଟଙ୍କା ଛଡ଼ାଇ ନେଇଛନ୍ତି । ଏପିରିକି ସଞ୍ଜୟଙ୍କୁ ଆକ୍ରମଣ କରିବାକୁ ମଧ୍ୟ ପଛେଇନଥିଲେ । ସଞ୍ଜୟ ଯେତେ ନେହୁରା ହୋଇଥିଲେ ବି ସେମାନେ ଛାଡ଼ିନଥିଲେ । ଜୀବନ ବିକଳରେ ଯୁବକ ଜଣଙ୍କ ବିଲ ଭିତରକୁ ଦୌଡି ପଳାଇଥିଲେ ।

Also Read:-America In Fear: ଋଷ-ଚୀନର ହାଇପରସୋନିକ ମିସାଇଲ ଆଗରେ ଆମେରିକା ହୋଇପାରେ ବେସାହାରା, ଆସୁଛି ଟ୍ରମ୍ପଙ୍କ 'ଗୋଲ୍ଡେନ୍ ଡୋମ୍'

ସେପଟେ ଘଟଣା ସଂପର୍କରେ ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ଯୁବକଙ୍କୁ ଉଦ୍ଧାର କରିବା ସହ ଗାଡ଼ିକୁ ଜବତ କରିଛି ପୋଲିସ । କିଏ ଓ କାହିଁକି ଆକ୍ରମଣ କରିଛି । ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଏପିରିରକି ପାଖରେ ଲାଗିଥିବା ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରୁଛି ।