ଜଗତସିଂହପୁର: ମାଙ୍କଡ଼କୁ ନେଇ ଭୟଭୀତ ଗ୍ରାମବାସୀ । ମାଙ୍କଡ଼କୁ ଡରି ଗ୍ରାମରେ ଘରର ତାଟି କବାଟ ବନ୍ଦ। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ତିର୍ତ୍ତୋଲ ଥାନା ବ୍ରାହ୍ମଣବାଡ଼ି ଗ୍ରାମରେ। ଏହି ଗାଁରେ ଗତ ୫ଦିନ ହେବ ଏକ ପାତି ମାଙ୍କଡ଼ ଆତଙ୍କ ଖେଳାଇଛି। ଅଭିଯୋଗ ଅନୁସାରେ, ମାଙ୍କଟି ଗାଁର ସାତରୁ ଉର୍ଦ୍ଧ୍ବ ମହିଳା ଏବଂ ଛୋଟ ପିଲାଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରିସାରିଲାଣି। ଯାହାକୁ ଗ୍ରାମବାସୀ ଏବେ ଭୟଭୀତ ଅବସ୍ଥାରେ।   

ସେପଟେ ବନ ବିଭାଗ ଅଧିକାରୀଙ୍କୁ ଜଣାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଯଥାଶୀଘ୍ର ଏହି ମାଙ୍କଡକୁ ଧରିବା କିମ୍ବା ଘଉଡ଼ାଇବା ବ୍ୟବସ୍ଥା ନକଲେ ସମସ୍ତ ଗ୍ରାମବାସୀ ରାସ୍ତାରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।