Vijay's driver's son Wins: ଗତକାଲି ତାମିଲନାଡୁ ରାଜନୀତିରେ ଯେଉଁ ବିଜୟ ଝଡ଼ ବୋହିଛି, ସେଥିରେ ବଡ଼ ବଡ଼ ମହାଦ୍ରୁମ ଉପୁଡ଼ି ପଡ଼ିଛନ୍ତି, ଆଉ ଏକାଧିକ ନୂଆ ଚେହେରାଙ୍କର ବିଜୟ ହୋଇଛି। ତାମିଲନାଡୁର ମୋଟ ୨୩୪ଟି ବିଧାନସଭା ଆସନରୁ ଟିଭିକେ ଜିତିଛି ୧୦୮ ଆସନ। ତେବେ ସବୁଠାରୁ ଭାବପ୍ରବଣଭରା ଦୃଶ୍ୟ ଥିଲା, ବିଜୟଙ୍କ ଡ୍ରାଇଭରଙ୍କ ପୁଅ ବିଧାୟକ ହେବା।

ବିଜୟଙ୍କ ଡ୍ରାଇଭରଙ୍କ ପୁଅ ୩୦ ବର୍ଷୀୟ ଆର. ସବରିନାଥନ୍ ଗତକାଲି ଭିରୁଗାମ୍ବକମ୍ ଆସନରୁ ଜିତି ଯାଇଛନ୍ତି। ଜିତିବା ପରର ଦୃଶ୍ୟ ଖୁବ୍ ଭାବପ୍ରବଣଭରା ଥିଲା। ସାବରିନାଥନ କାନ୍ଦି ପକାଇଥିଲେ। ଏହା ଭାଇରାଲ ବି ହୋଇଛି। ସାବରିନାଥନ ବିଜୟଙ୍କ ଦୀର୍ଘଦିନର ଡ୍ରାଇଭର ଥିବା ରାଜେନ୍ଦ୍ରନଙ୍କ ପୁଅ। ରାଜେନ୍ଦ୍ରନ ବିଜୟଙ୍କ ପ୍ରଥମ ଫିଲ୍ମ ନାଆଲାୟା ଥିରିପୁ ଠାରୁ ତାଙ୍କର ଡ୍ରାଇଭର ଅଛନ୍ତି। ଏହି ଦୀର୍ଘକାଳୀନ ସହଯୋଗ ପାଇଁ ବିଜୟ ରାଜେନ୍ଦ୍ରନଙ୍କ ପୁଅକୁ ଏଥର ପ୍ରାର୍ଥୀ କରାଇଥିଲେ। ବିଜୟଙ୍କ ଲୋକପ୍ରିୟ ଚେହେରାରେ ତାମିଲନାଡୁ ଜନତାଙ୍କୁ ତାଙ୍କୁ ଏଥର ବିଜୟୀ କରାଇଛନ୍ତି।

Also Read- ଚାମ୍ପିୟନ ବିଜୟ: ଡିଏମକେ ଓ ଏଆଇଡିଏମକେର ଟାଣୁଆ ନେତାଙ୍କୁ ହରାଇ ଦୁଇଟି ଆସନରେ ବିଜୟୀ ହେଲେ ଥାଲାପତି

ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ସବରିନାଥନ ୨୭,୦୮୬ ଭୋଟରେ ବିଜୟୀ ହୋଇଛନ୍ତି। ସେ ଡିଏମକେ ପ୍ରାର୍ଥୀ ପ୍ରଭାକର ରାଜା ଏଏମଭି ଏବଂ ଏଆଇଏଡିଏମକେର ଭିରୁଗାଇ ଭିଏନ ରବିଙ୍କୁ ପରାସ୍ତ କରିଛନ୍ତି।

ବିଜୟ ସାର୍ଟିଫିକେଟ୍ ପାଇବା ପରେ ସାମ୍ବାଦିକମାନଙ୍କ ସହ ସଂକ୍ଷିପ୍ତ ଆଲୋଚନାରେ ସବରୀନାଥନ କହିଥିଲେ, "ମୁଁ ଏହି ବିଜୟରେ ବହୁତ ଖୁସି ଅଛି ଏବଂ ଥାଲାପତି ବିଜୟଙ୍କ ପ୍ରତି ବହୁତ କୃତଜ୍ଞ,ସେ ଡିଏମକେର ଅନ୍ତ ଘଟାଇଛନ୍ତି"।

କିଛିଦନ ପୂର୍ବରୁ ସବରିନାଥନଙ୍କୁ କେହି ଚିହ୍ନି ନଥିଲେ। କେହି ଜାଣି ନଥିଲେ। ହେଲେ ବିଜୟ ଯେତେବେଳେ ତାଙ୍କୁ ପ୍ରାର୍ଥୀ କଲେ ସେତେବେଳେ ସାରା ରାଜ୍ୟରେ ତାଙ୍କ ନାଁ ଖୁବ୍ ଚର୍ଚ୍ଚାରେ ରହିଥିଲା। ଷ୍ଟେଜ୍ ଉପରେ ଯେତେବେଳେ ସେ କାନ୍ଦି ପକାଇଥିଲେ ବିଜୟ, ତାଙ୍କ ପାଖକୁ ଯାଇ ଲୁହ ପୋଛିଥିଲେ। ଏହି ଭିଡିଓ ରାଜ୍ୟସାରା ଭାଇରାଲ୍ ହୋଇଥିଲା। ଯାହା ଫ୍ୟାନଙ୍କ ମନକୁ ଛୁଇଁଥିଲା।

ଭିରୁଗାମ୍ବକମରେ ନୂଆ ଝଡ଼

ଭିରୁଗମ୍ବକମ୍ ନିର୍ବାଚନ ମଣ୍ଡଳୀ ହେଉଛି ଏମିତି ଏକ ନିର୍ବାଚନ ମଣ୍ଡଳୀ, ଯେଉଁଠି ବିଗତ ପାଞ୍ଚଟି ନିର୍ବାଚନରେ ଦଳ ପରିବର୍ତ୍ତନ ହୋଇ ଆସିଛି। ବିପରୀତ ଦଳର ନେତାମାନେ ଏଠାରେ ବିଧାୟକ ହୋଇଛନ୍ତି। ଏଥରେ ବି ଏଠାରେ ନେତା ପରିବର୍ତ୍ତନ ହୋଇଛନ୍ତି। ନିର୍ବାଚନ ମଣ୍ଡଳୀକୁ ଏଥର ନୂଆ ଦଳ ନୂଆ ନେତା ମିଳିଛି।

ଟିଭିକେ ପାଇଁ, ଏହି ବିଜୟ କେବଳ ଏକ ଆସନର ବିଜୟ ନୁହେଁ, ବରଂ ପ୍ରକୃଷ୍ଟ ରଣନୀତିର ନିଦର୍ଶନ। ବିଜୟ ଓ ତାଙ୍କ ଦଳ ତାମିଲନାଡୁ ଜନତାଙ୍କ ମଧ୍ୟରେ ଯେଉଁ ଏଜେଣ୍ଡା ଫିଟ୍ କରିଥିଲା, ଯେଉଁ ବିଶ୍ୱାସ ଜନ୍ମାଇଥିଲା, ଏହା ତାରି ପ୍ରତିଫଳନ ବୋଲି କୁହାଯାଉଛି।  

Also Read- ​​​​​​​Tamil Nadu Election Result: ପରାଜୟ ସ୍ୱୀକାର କଲେ ଏମକେ ଷ୍ଟାଲିନ; କହିଲେ, ମୁଣ୍ଡ ନୂଆଇଁ ଜନାଦେଶ ଗ୍ରହଣ କରୁଛି

ଦୁଇଟି ଆସନରୁ ଜିତିଲେ ବିଜୟ

ତାମିଲନାଡୁରେ ଚହଳ ପକାଇଥିବା ଟିଭିକେ ବର୍ତ୍ତମାନ ରାଜ୍ୟର ବଡ଼ ପାର୍ଟି ହୋଇ ଉଭା ହୋଇଛି। ଏହାର ଫାଉଣ୍ଡର ବିଜୟ ମଧ୍ୟ ଦୁଇଟି ଆସନରୁ ବିଜୟୀ ହୋଇଛନ୍ତି। ବିଜୟ ୨୫,୦୦୦ ରୁ ଅଧିକ ଭୋଟର ଲିଡ୍ ପାଇ DMK ଏବଂ AIADMKକୁ ପରାସ୍ତ କରି ତ୍ରିଚି ଇଷ୍ଟ ଆସନରୁ ବିଜୟୀ ହୋଇଛନ୍ତି। ଏହି ଆସନରୁ ଡିଏମକେର ଇନିଗୋ ଇରୁଦୟାରାଜ ବର୍ତ୍ତମାନ ବିଧାୟକ ଅଛନ୍ତି। ହେଲେ ବିଜୟ ତାଙ୍କୁ ହରାଇ ଦେଇଛନ୍ତି।

ପ୍ରଥମ କରି ନିର୍ବାଚନ ଲଢ଼ୁଥିବା ବିଜୟ ତାଙ୍କୁ ବଡ଼ ବ୍ୟବଧାନରେ ହରାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। କେବଳ ତ୍ରିଚି ଇଷ୍ଟରୁ ନୁହେଁ ପେରାମ୍ବୁର ଆସନରୁ ମଧ୍ୟ ବିଜୟ ହୋଇଛନ୍ତି ବିଜୟ।ତାମିଲନାଡୁ ୨୦୨୬ ବିଧାନସଭା ନିର୍ବାଚନରେ ବିଜୟ ଏହି ଦୁଇ ଆସନରୁ ନିର୍ବାଚନ ଲଢ଼ୁଥିଲେ। ସେ ଦୁଇଟି ଯାକ ଜିତିଥିଲେ ବି ଏବେ ତାଙ୍କୁ ଗୋଟିଏ ଆସନ ଛାଡ଼ିବାକୁ ପଡ଼ିବ।