ନୂଆଦିଲ୍ଲୀ: ଆୟରଲାଣ୍ଡ ଗସ୍ତ ପୂର୍ବରୁ ଭାରତୀୟ ଦଳକୁ ଝଟକା ଲାଗିଛି। ଦଳର ଷ୍ଟାର ସ୍ପିନର ବରୁଣ ଚକ୍ରବର୍ତ୍ତୀ ଆୟରଲାଣ୍ଡ ଗସ୍ତରୁ ବାଦ୍ ପଡ଼ିଛନ୍ତି। ସେ ସେଣ୍ଟର ଅଫ ଏକ୍ସିଲେନ୍ସରେ ପୁନଃ ଥଇଥାନର ଚୂଡ଼ାନ୍ତ ପର୍ଯ୍ୟାୟରେ ଗତି କରୁଛନ୍ତି। ଏହି ଗସ୍ତରେ ଭାରତୀୟ ଦଳ ଟି-୨୦ ମ୍ୟାଚ୍ ଖେଳିବ। ପ୍ରଥମ ମ୍ୟାଚ୍ ଜୁନ ୨୬ରେ ଖେଳାଯିବ। ଅଧିନାୟକ ଭାବେ ଶ୍ରେୟସ ଆୟରଙ୍କ ଏହା ପ୍ରଥମ ଗସ୍ତ। ଏହି ଦଳରେ ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ସାମିଲ୍।

ବାମ ଗୋଡ଼ ଆଙ୍ଗୁଠିରେ ଲାଗିଥିବା ଆଘାତର ଚିକିତ୍ସା ପରେ ବରୁଣ ଚକ୍ରବର୍ତ୍ତୀ ପୁନଃ ଥଇଥାନ ପାଇଁ ସେଣ୍ଟର ଅଫ ଏକ୍ସିଲେନ୍ସରେ ରହିଛନ୍ତି। ଆଇପିଏଲ୍ ୨୦୨୬ ସମୟରେ ତାଙ୍କୁ ଆଘାତ ଲାଗିଥିଲା। ବିସିସିଆଇ ନିଜର ଆନୁଷ୍ଠାନିକ ବୟାନରେ କହିଛି ଯେ, ବାମ ଗୋଡ଼ରେ ଆଘାତ ଲାଗିବା ପରେ ବରୁଣ ଚକ୍ରବର୍ତ୍ତୀ ସିଓଇରେ ନିଜର ପୁନଃଥଇଥାନର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ତେଣୁ ତାଙ୍କୁ ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜରୁ ବାହାର କରାଯାଇଛି।

Also Read: ଟିମକୁ ଫେରିଲେ କୋହଲି-ବୁମରା, ଶତକ ମାରି ବି ଜୟସ୍ୱାଲ ବାଦ୍; ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଟିମ୍ ଘୋଷଣା

ଶ୍ରେୟସଙ୍କ ଅଧିନାୟକ ଭାବେ ପ୍ରଥମ ଗସ୍ତ

ଅଧିନାୟକ ହେବା ପରେ ଶ୍ରେୟସଙ୍କ ଏହା ପ୍ରଥମ ବିଦେଶ ଗସ୍ତ। ସୂର୍ଯ୍ୟକୁମାରଙ୍କ ପରେ ତାଙ୍କୁ ଟି-୨୦ ଦଳର ଅଧିନାୟକ କରାଯାଇଛି। ଅଧିନାୟକ ଭାବେ ସୂର୍ଯ୍ୟକୁମାର ଯାଦବଙ୍କ ରେକର୍ଡ ଦମଦାର ରହିଛି। ତାଙ୍କ ନେତୃତ୍ଵରେ ଭାରତ ଟି-୨୦ ବିଶ୍ଵକପ୍ ୨୦୨୬ ଟାଇଟଲ୍ ଜିତିଥିଲା। ତେଣୁ ଏହି ସଫଳତାକୁ ବଜାୟ ରଖିବା ପାଇଁ ଶ୍ରେୟସଙ୍କ ଉପରେ ଚାପ ରହିବ। ତାଙ୍କ ସାମ୍ନାରେ ଏକ ମୁସ୍କିଲ ବୈଭବଙ୍କୁ କାହା ସ୍ଥାନରେ ଖେଳାଇବେ। କାରଣ ସଞ୍ଜୁ ସାମସନ, ଅଭିଷେକ ଶର୍ମା, ଇଶାନ କିଷନଙ୍କ ରୂପେ ଭାରତ ନିକଟରେ ଅନେକ ଓପନର ଅଛନ୍ତି।

ଆୟରଲାଣ୍ଡ ଗସ୍ତ ପାଇଁ ଭାରତୀୟ ଟି-୨୦ ଦଳ

ଶ୍ରେୟସ୍ ଆୟର (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ୍ (ୱିକେଟ୍ କିପର), ଇଶାନ୍ କିଷନ (ୱିକେଟ୍ କିପର), ଶିବମ୍ ଦୁବେ, ତିଲକ ଭର୍ମା (ଉପ-ଅଧିନାୟକ), ନୀତୀଶ କୁମାର ରେଡ୍ଡୀ, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, ରବି ବିଷ୍ଣୋଇ, ହର୍ଷିତ ରାଣା, ଅର୍ଶଦୀପ ସିଂ, ପ୍ରିନ୍ସ ଯାଦବ ଓ ପ୍ରସିଦ୍ଧ କୃଷ୍ଣା