ମେଷ- କର୍ମକ୍ଷେତ୍ରରେ ଉନ୍ନତି ଓ ନୂତନ ସୁଯୋଗ ମିଳିପାରେ। ସନ୍ତାନଙ୍କ ପାଠପଢ଼ା ଓ ସଫଳତାକୁ ନେଇ ଖୁସି ଅନୁଭବ କରିବେ। ଆର୍ଥିକ ଦିଗରେ ଲାଭର ସମ୍ଭାବନା ରହିଛି। ପୁରୁଣା ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ। ପ୍ରେମ ସମ୍ପର୍କରେ ମଧୁରତା ବଢ଼ିବ। ତରବରିଆ ନିବେଶରୁ ଦୂରେଇ ରୁହନ୍ତୁ।

ବୃଷ- ପାରିବାରିକ ଜୀବନରେ କିଛି ମତଭେଦ ଦେଖାଦେଇପାରେ। ଜମିବାଡ଼ି ଓ ଗୃହ ସମ୍ବନ୍ଧୀୟ କାର୍ଯ୍ୟରେ ଅଗ୍ରଗତି ହେବ। ମାତାଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। କର୍ମକ୍ଷେତ୍ରରେ ଦାୟିତ୍ୱ ବଢ଼ିପାରେ। ଆୟ ତୁଳନାରେ ଖର୍ଚ୍ଚ ବଢ଼ିବାର ସମ୍ଭାବନା ରହିଛି। ନୂତନ ଯାନବାହନ କିମ୍ବା ଗୃହ କ୍ରୟ ଯୋଜନା କରିପାରନ୍ତି।

ମିଥୁନ- ସାହସ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଭାଇଭଉଣୀଙ୍କ ସହଯୋଗ ମିଳିବ। ବ୍ୟବସାୟରେ ନୂତନ ଯୋଗାଯୋଗ ଲାଭଦାୟକ ହେବ। ଅଟକି ରହିଥିବା କାର୍ଯ୍ୟରେ ଗତି ଆସିବ। ଯାତ୍ରାରୁ ଶୁଭଫଳ ମିଳିପାରେ। କଥାବାର୍ତ୍ତାରେ ସଂଯମ ରଖନ୍ତୁ।

କର୍କଟ- ଧନ ସମ୍ବନ୍ଧୀୟ କାର୍ଯ୍ୟରେ ସତର୍କ ରହିବା ଆବଶ୍ୟକ। ପରିବାରରେ କୌଣସି ବିଷୟକୁ ନେଇ ଚିନ୍ତା ବଢ଼ିପାରେ। ଆୟ ବୃଦ୍ଧିର କିଛି ନୂତନ ସୁଯୋଗ ମିଳିବ। କର୍ମକ୍ଷେତ୍ରରେ ନିଜର ଦକ୍ଷତା ପ୍ରମାଣ କରିବେ। ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ। ଅଯଥା ବାଦବିବାଦରୁ ଦୂରେଇ ରୁହନ୍ତୁ।

ସିଂହ- ଚନ୍ଦ୍ର ନିଜ ରାଶିରେ ଅବସ୍ଥାନ କରୁଥିବାରୁ ମନୋବଳ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ନିଜ କାର୍ଯ୍ୟରେ ସଫଳତା ମିଳିପାରେ। ସମାଜରେ ପ୍ରତିଷ୍ଠା ଓ ସମ୍ମାନ ବଢ଼ିବ। ନୂତନ କାର୍ଯ୍ୟ ଆରମ୍ଭ ପାଇଁ ଯୋଜନା କରିବେ। ଦାମ୍ପତ୍ୟ ଜୀବନରେ ଅହଂକାର ଓ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ।

କନ୍ୟା- ଅଯଥା ଖର୍ଚ୍ଚ ଓ ମାନସିକ ଚିନ୍ତା ବଢ଼ିପାରେ। ବିଦେଶ ସମ୍ବନ୍ଧୀୟ କାର୍ଯ୍ୟରେ ଶୁଭ ସମ୍ବାଦ ମିଳିବାର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ଗୁପ୍ତ ଶତ୍ରୁଙ୍କ ପ୍ରତି ସତର୍କ ରୁହନ୍ତୁ। ଅନାବଶ୍ୟକ ଯାତ୍ରାରୁ ଦୂରେଇ ରୁହନ୍ତୁ। ପୁରୁଣା ଋଣ ପରିଶୋଧ ପାଇଁ ଉଦ୍ୟମ କରିବେ। ଧ୍ୟାନ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ମନ ଲାଗିବ।

ତୁଳା- ଆର୍ଥିକ ଦିଗରେ ଲାଭ ଓ ଉନ୍ନତିର ଯୋଗ ରହିଛି। ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ। ବ୍ୟବସାୟରେ ନୂତନ ଗ୍ରାହକ ଓ ଲାଭଦାୟକ ସୁଯୋଗ ମିଳିପାରେ। ମନୋକାମନା ପୂରଣ ହେବାର ସମ୍ଭାବନା ରହିଛି। ସନ୍ତାନଙ୍କ ଉନ୍ନତିରେ ଖୁସି ମିଳିବ। ପ୍ରେମ ଓ ବୈବାହିକ ଜୀବନରେ ମଧୁରତା ବଢ଼ିବ।

ବିଛା- କର୍ମକ୍ଷେତ୍ରରେ ଦାୟିତ୍ୱ ବୃଦ୍ଧି ପାଇବ ଓ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିପାରେ। ଚାକିରିରେ ପଦୋନ୍ନତି କିମ୍ବା ନୂତନ ସୁଯୋଗ ଆସିପାରେ। ପରିବାରରେ କିଛି ମତଭେଦ ଦେଖାଦେଇପାରେ। ବ୍ୟବସାୟରେ ଧୈର୍ଯ୍ୟର ସହ କାର୍ଯ୍ୟ କରନ୍ତୁ। ପିତାଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ଧନୁ- ଭାଗ୍ୟର ସହଯୋଗ ମିଳିବା ସହ ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ଉଚ୍ଚଶିକ୍ଷା ଓ ପ୍ରତିଯୋଗିତାମୂଳକ କ୍ଷେତ୍ରରେ ଶୁଭଫଳ ମିଳିପାରେ। ଦୀର୍ଘଦିନର ଯାତ୍ରା ଯୋଜନା ସଫଳ ହୋଇପାରେ। ଗୁରୁଜନଙ୍କ ଆଶୀର୍ବାଦ ପାଇବେ। ଆର୍ଥିକ ଉନ୍ନତିର ସୁଯୋଗ ରହିଛି। କାର୍ଯ୍ୟରେ ଅଳସୁଆମି କରନ୍ତୁ ନାହିଁ।

ମକର- ଅଷ୍ଟମ ଚନ୍ଦ୍ର ଯୋଗୁଁ ମାନସିକ ଅଶାନ୍ତି ଓ ଅନାବଶ୍ୟକ ଚିନ୍ତା ବଢ଼ିପାରେ। ଧନ ସମ୍ବନ୍ଧୀୟ କାରବାରରେ ସତର୍କ ରୁହନ୍ତୁ। ଗୁପ୍ତ ଶତ୍ରୁଙ୍କଠାରୁ ସାବଧାନ ରହିବା ଆବଶ୍ୟକ। ଯାନବାହନ ଚଳାଚଳ ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ଅଟକିଥିବା କାର୍ଯ୍ୟରେ ବିଳମ୍ବ ହୋଇପାରେ। ଧୈର୍ଯ୍ୟ ଓ ସଂଯମ ରଖନ୍ତୁ।

କୁମ୍ଭ- ଦାମ୍ପତ୍ୟ ଜୀବନରେ ମତଭେଦ ଦେଖାଦେଇପାରେ। ବ୍ୟବସାୟିକ ସହଯୋଗ ଓ ନୂତନ ଚୁକ୍ତିରେ ସତର୍କ ରୁହନ୍ତୁ। ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଚାକିରି କ୍ଷେତ୍ରରେ କିଛି ନୂତନ ଦାୟିତ୍ୱ ମିଳିପାରେ। ଅନ୍ୟମାନଙ୍କ କଥାରେ ପଡ଼ି ନିଷ୍ପତ୍ତି ନିଅନ୍ତୁ ନାହିଁ।

ମୀନ- ଶତ୍ରୁଙ୍କ ଉପରେ ବିଜୟ ଓ ଅଟକିଥିବା କାର୍ଯ୍ୟରେ ସଫଳତା ମିଳିପାରେ। ଚାକିରି ଓ ବ୍ୟବସାୟରେ ଉନ୍ନତିର ଯୋଗ ରହିଛି। ପୁରୁଣା ଋଣ କିମ୍ବା ଆର୍ଥିକ ସମସ୍ୟାର ସମାଧାନ ହୋଇପାରେ। ସହକର୍ମୀଙ୍କ ସହଯୋଗ ମିଳିବ। ସ୍ୱାସ୍ଥ୍ୟରେ ସୁଧାର ଆସିପାରେ। ଅନାବଶ୍ୟକ ବିବାଦରେ ସମୟ ନଷ୍ଟ କରନ୍ତୁ ନାହିଁ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682