ନିଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଏକଦିବସୀୟ ସିରିଜ୍ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି । ରବିବାର ୧୫ ସଦସ୍ୟ ବିଶିଷ୍ଟ ଟିମ୍ ଘୋଷଣା କରିଛି ବିସିସିଆଇ । ଟିମକୁ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି, କିନ୍ତୁ ସେ ସମ୍ପୂର୍ଣ୍ଣ ଫିଟ୍ ନାହାନ୍ତି । କୋହଲିଙ୍କ ଉପବଲବ୍ଧତା ତାଙ୍କ ଫିଟନେସ୍ କ୍ଲିୟରାନ୍ସ ଉପରେ ନିର୍ଭର କରିବ, ଅର୍ଥାତ୍ ଫିଟନେସ୍ ଟେଷ୍ଟ ପାସ୍ ହେବା ପରେ ସେ ସିରିଜରେ ସାମିଲ ହୋଇପାରିବେ । ସେପଟେ ଆୟରଲାଣ୍ଡ ବିପକ୍ଷ ଟି-୨୦ ସିରିଜରୁ ଆହତ ସମସ୍ୟା ଯୋଗୁଁ ବରୁଣ ଚକ୍ରବର୍ତ୍ତୀଙ୍କୁ ବାଦ ଦିଆଯାଇଛି ।

ଭାରତୀୟ ଟିମ୍ ଜୁଲାଇ ୧୪ରୁ ୧୯ ଯାଏ ଇଂଲଣ୍ଡ ଗସ୍ତରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ । ଟିମକୁ ଯଶପ୍ରୀତ ବୁମରାଙ୍କ ବି କମବ୍ୟାକ୍ ହୋଇଛି । ସେପଟେ ଆଫଗାନିସ୍ତାନ ବିପକ୍ଷ ଶେଷ ଦିନିକିଆରେ ଶତକ ମାରିଥିବା ଯଶସ୍ୱୀ ଜୟସ୍ୱାଲଙ୍କୁ ଟିମରେ ସ୍ଥାନ ମିଳି ନାହିଁ । ଏହି ସମୟରେ, ଆଫଗାନିସ୍ତାନ ସିରିଜରେ ଦିନିକିଆ ଡେବ୍ୟୁ କରିଥିବା ହର୍ଷ ଦୁବେ ଏବଂ ପ୍ରିନ୍ସ ଯାଦବଙ୍କୁ ମଧ୍ୟ ଇଂଲଣ୍ଡ ଗସ୍ତ ପାଇଁ ଦିନିକିଆ ଦଳରୁ ବାଦ ଦିଆଯାଇଛି । ଅକ୍ଷର ପଟେଲ ଟିମ୍ ଇଣ୍ଡିଆକୁ ଫେରିଛନ୍ତି । ଉଲ୍ଲେଖଯୋଗ୍ୟ, ହାର୍ଦ୍ଦିକ ପାଣ୍ଡ୍ୟା ଏପର୍ଯ୍ୟନ୍ତ ଅନଫିଟ୍ ଅଛନ୍ତି । ହର୍ଷିତ ରାଣାଙ୍କୁ ମଧ୍ୟ ଚୟନ କରାଯାଇଛି । ଭାରତୀୟ ଦଳରୁ ମହମ୍ମଦ ଶାମିଙ୍କୁ ପୁଣି ଥରେ ବାଦ ଦିଆଯାଇଛି ।

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ୧୪ ଜୁଲାଇରେ ଏଜବାଷ୍ଟନରେ ପ୍ରଥମ ଦିନିକିଆ ସହିତ ଆରମ୍ଭ ହେବ ।

ଏହା ପରେ, ସିରିଜର ଦ୍ୱିତୀୟ ମ୍ୟାଚ୍ ୧୬ ଜୁଲାଇରେ ଖେଳାଯିବ ।

ତୃତୀୟ ମ୍ୟାଚ୍ ଜୁଲାଇ ୧୯ରେ ଲଣ୍ଡନର ଐତିହାସିକ ଲର୍ଡସ୍ ଗ୍ରାଉଣ୍ଡରେ ଖେଳାଯିବ ।

ଦିନିକିଆ ସିରିଜ୍ ପୂର୍ବରୁ, ଜୁଲାଇ ୧ରୁ ଆୟରଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ T20 ସିରିଜ୍ ଖେଳାଯିବ ।

ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଭାରତୀୟ ଟିମ୍

ଶୁଭମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି (ଫିଟନେସ ଅଧୀନରେ), ଶ୍ରେୟାସ ଆୟର (ଉପ-ଅଧିନାୟକ), କେ.ଏଲ୍ ରାହୁଲ (ୱିକେଟ୍ କିପର), ଇଶାନ କିଶାନ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ଅକ୍ଷର ପଟେଲ, ନୀତୀଶ କୁମାର ରେଡ୍ଡୀ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ପ୍ରସିଦ୍ଧ କ୍ରିଷ୍ଣା, ହର୍ଷିତ ରାଣା, ଅର୍ଶଦୀପ ସିଂହ, ଗୁରନୂର ବରାର୍ ।

ଆୟରଲାଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ୍ ପାଇଁ ନୂଆ ଦଳ

ଶ୍ରେୟସ୍ ଆୟର୍ (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ୍ (ୱିକେଟ୍ କିପର), ଇଶାନ୍ କିଶାନ୍ (ୱିକେଟ୍ କିପର), ଶିବମ୍ ଦୁବେ, ତିଲକ ବର୍ମା (ଉପ-ଅଧିନାୟକ), ନୀତୀଶ ରେଡ୍ଡୀ, ଅକ୍ଷର ପଟେଲ, ୱାଶିଂଟନ୍ ସୁନ୍ଦର, ରବି ବିଷ୍ଣୋଇ, ହର୍ଷିତ ରାଣା, ଅର୍ଶଦୀପ ସିଂହ, ପ୍ରିନ୍ସ ଯାଦବ, ବୈଭବ ସୂର୍ଯ୍ୟବଂଶୀ, ପ୍ରସିଦ୍ଧ କ୍ରିଷ୍ଣା