ଭୋପାଳ, ୨୩/୧୦: ସ୍ୱାମୀ ସହ ଭଲ ଲାଗୁ ନଥିଲା । ନିଜ ପାଇଁ ପ୍ରେମିକ ଠିକ୍ କରିଥିଲା ପତ୍ନୀ । ସ୍ୱାମୀ ଘରେ ନଥିବା ବେଳେ ଘଣ୍ଟା ଘଣ୍ଟା ଧରି ଫୋନରେ ଗପୁଥିଲା । ଭିଡିଓ କଲ୍ ବି ଚାଲିଥିଲା । ପରେ କିନ୍ତୁ ସ୍ୱାମୀର ସନ୍ଦେହ ହୋଇଥିଲା । ଆଉ ସନ୍ଦେହ ନେଇଥିଲା ବାସ୍ତବତାର ରୂପ । ସ୍ତ୍ରୀକୁ ପ୍ରେମିକ ସହ ରେଡ୍ ହ୍ୟାଣ୍ଡେଡ୍ ଧରିଥିଲା ସ୍ୱାମୀ ଏବଂ ଆରମ୍ଭ ହୋଇଯାଇଥିଲା ହାଇଡ୍ରାମା ।

ରିପୋର୍ଟ ଅନୁସାରେ, ମଧ୍ୟପ୍ରଦେଶର ଶିବପୁରୀ ଅଞ୍ଚଳରେ ସ୍ୱାମୀ ସ୍ତ୍ରୀ ବିବାଦ ଚରମ ରୂପ ନେଇଛି । ଏପରିକି ଉଭୟେ ଏକ ଦର୍ଶନୀୟ ସ୍ଥାନରେ ମାରପିଟ୍ ହୋଇଛନ୍ତି । ଅଭିଯୋଗ ଅନୁସାରେ, ଜଣେ ମହିଳା ତାଙ୍କ ପ୍ରେମିକଙ୍କ ସହ ଭଦେୟାକୁଣ୍ଡ ବୁଲିବାକୁ ଯାଇଥିଲେ । ଏହି ସମୟରେ ମହିଳାଙ୍କ ପତି ସେଠାରେ ପହଁଚି ଯାଇଥିଲେ । ଏହାପରେ ସ୍ତ୍ରୀ ଏବଂ ପ୍ରେମିକଙ୍କୁ ପତି ବେଲ୍ଟରେ ପିଟିଥିଲେ । ଯାହାର ଭିଡିଓ ମଧ୍ୟ ଭାଇରାଲ ହେଉଛି ।

Also Read :- ମାଡ଼ି ଆସୁଥିଲା ଡ୍ରାଗନ ସେନା, ଅଟକାଇଲେ ଭାରତୀୟ ଯବାନ...ଅରୁଣାଚଳ ପ୍ରଦେଶରେ ଭୟଙ୍କର ସଂଘର୍ଷ

ପୋଲିସର କହିବାନୁସାରେ, ପୂଜା ନାମକ ଜଣେ ମହିଳା ଭଦେୟାକୁଣ୍ଡ ବୁଲି ଆସିଥିଲେ । ତାଙ୍କ ପ୍ରେମିକ ମଧ୍ୟ ସେଠାରେ ଥିଲେ । ସବୁ କଛି ଠିକଠାକ୍ ଚାଲିଥିଲା ।କିନ୍ତୁ ଏହି ସମୟରେ ମହିଳାଙ୍କ ପତି ଗୋବିନ୍ଦ ସେଠାରେ ପହଁଚିଯାଇଥିଲେ । ସେ ଉଭୟଙ୍କୁ ଦେଖି ରାଗି ଯାଇଥିଲେ । ଏପରିକି ବେଲ୍ଟରେ ପତ୍ୱୀଙ୍କୁ ମାଡ ମାରିବା ସହ ପ୍ରେମିକଙ୍କ ଗୋଡକୁ ମଧ୍ୟ ବାନ୍ଧି ଦେଇଥିଲେ । ଖବର ପାଇ ପୋଲିସ ପହଁଚି ସ୍ଥିତି ନିୟନ୍ତ୍ରଣକୁ ଆଣିଥିଲା ।

ପୋଲିସ ମହିଳା, ପ୍ରେମିକା ଏବଂ ସ୍ୱାମୀଙ୍କୁ ଥାନାକୁ ନେଇଛି । ମହିଳା ମଧ୍ୟ ସ୍ୱାମୀଙ୍କ ନାଁରେ ଅଭିଯୋଗ କରିଛନ୍ତି । ଉଭୟଙ୍କ ମଧ୍ୟରେ ପୂର୍ବରୁ ବିବାଦ ଥିଲା । ଯାହା ଏବେ ଉଗ୍ରରୂପ ନେଇଥିବା ସ୍ଥାନୀୟ ଥାନା ଅଧିକାରୀ କହିଛନ୍ତି ।