ନୂଆଦିଲ୍ଲୀ ୨୩।୧୦ : ଭାରତ-ଚୀନ୍‌ ସୀମାରେ ପୁଣି ମୁହାଁମୁହିଁ। ଭାରତ ଏବଂ ଚୀନ୍ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା, LACରେ ଉତ୍ତେଜନା କିଛି ନୂଆ ନୁହେଁ। କିନ୍ତୁ ITBP ମହାନିର୍ଦ୍ଦେଶକ ଶତ୍ରୁଜିତ୍ କପୁର ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ ଉତ୍ତେଜନା କଥାକୁ ସ୍ବୀକାର କରିଛନ୍ତି। 

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅରୁଣାଚଳ ପ୍ରଦେଶର ଅନେକ ଅଞ୍ଚଳରେ ପିଏଲଏ ସୈନ୍ୟଙ୍କ ସହ ମୁହାଁମୁହିଁ ସ୍ଥିତି ଲାଗି ରହିଛି। ରାଜସ୍ଥାନର ଅଲୱାରରେ ITBP ଯବାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଚୀନ୍ ସୈନ LAC ଠାରୁ ମାତ୍ର ଛଅରୁ ୭ କିଲୋମିଟର ଦୂରରେ କ୍ୟାମ୍ପ ପକାଇଛନ୍ତି।  ଯାହାର ଜବାବରେ ଭାରତୀୟ ସେନା ମଧ୍ୟ କାଉଣ୍ଟର-ଡିପ୍ଲୟମେଣ୍ଟ କରି ନିଜ ସ୍ଥିତି ମଜବୁତ ରଖିଛି। ITBP ମହାନିର୍ଦ୍ଦେଶକଙ୍କ ଏହି ବୟାନ ସ୍ପଷ୍ଟ କରିଦେଇଛି ଯେ ସୀମାରେ ଅନେକ ସ୍ଥାନରେ ଚୀନ ସହ ମୁହାଁମୁହିଁ ସ୍ଥିତି ଲାଗି ରହିଛି।  

Also Read:-୯ ମାସ ହେଲା ପାଇନାହାନ୍ତି ଭତ୍ତା, ବ୍ଲକ ଅଫିସ ଦୌଡି ଦୌଡି ହେଲେଣି ନୟାନ୍ତ...

ସେହିପରି ଇଣ୍ଡୋ-ତିବ୍ବତୀୟ ବର୍ଡର ପୋଲିସ ମହାନିର୍ଦ୍ଦେଶକ ଶତ୍ରୁଜିତ କପୁରଙ୍କ ସୂଚନା ଅନୁଯାୟୀ, ଅରୁଣାଚଳ ପ୍ରଦେଶର ତକ୍ ସିଂ ଏବଂ ଆସାଫିଲା ଭଳି ଏକାଧିକ ସ୍ଥାନରେ ଚୀନ୍ ର ପିପୁଲ୍ସ ଲିବରେସନ ଆର୍ମି ସହିତ ମୁହାଁମୁହିଁ ସ୍ଥିତି ଉପୁଜିଛି। ଏହି ପରିସ୍ଥିତିକୁ ସାମ୍ନା କରିବା ପାଇଁ ITBP ପକ୍ଷରୁ ସ୍ୱେଚ୍ଛାକୃତ ଭାବେ ବିଶେଷ ତାଲିମପ୍ରାପ୍ତ 'ଶୌର୍ଯ୍ୟ କମାଣ୍ଡୋ' ୟୁନିଟ୍ ଗଠନ କରାଯାଇ ସୀମାରେ ମୁତୟନ କରାଯାଉଛି।

ସେପ୍ଟେମ୍ବର ୨୦୨୬ ରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ସୀମା ଶାନ୍ତି ପାଇଁ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଏହା ପୂର୍ବରୁ ଅଗଷ୍ଟରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ବେଜିଂ ଗସ୍ତ କରି ସୀମା ମାମଲାରେ ସମାଧାନ ପାଇଁ ଆଲୋଚନା କରିଥିଲେ। ଏଭଳି ସ୍ଥିତିରେ  ITBP ମହାନିର୍ଦ୍ଦେଶକଙ୍କ ବୟାନ ଏବେ ବଡ ଚର୍ଚ୍ଚା ସୃଷ୍ଟି କରିଛି।