ସାଉଥମ୍ପଟନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ର ପଞ୍ଚମ ତଥା ଶେଷ ମ୍ୟାଚ୍ ଶନିବାର ସାଉଥାମ୍ପଟନର ରୋଜ୍ ବୋଲ୍ କ୍ରିକେଟ ଷ୍ଟାଡିୟମ୍ରେ ଖେଳାଯାଉଛି। ଆଜିର ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ଟସ୍ ଜିତି ଆରମ୍ବରୁ ଘାତକ ବୋଲିଂ ପ୍ରଦର୍ଶନ କରିଛି। ଇଂଲଣ୍ଡ ପ୍ରଥମ ଓଭରରେ ମାତ୍ର ୪ ରନ୍ କରିଥିଲା। ହେଲେ ଦ୍ୱିତୀୟ ଓଭର ପକାଇବାକୁ ଆସିଥିବା ପ୍ରସିଦ୍ଧ କୃଷ୍ଣା ସାଂଘାତିକ ବୋଲିଂ କରି ଇଂଲଣ୍ଡର ଓପନର ଫିଲ ସଲ୍ଟକୁ ଆଉଟ୍ କରିଦେଇଛନ୍ତି। ୧.୪ ଓଭରରେ ଇଂଲଣ୍ଡ ସଲ୍ଟଙ୍କ ରୂପରେ ପ୍ରଥମ ୱିକେଟ୍ ହରାଇଥିବା ବେଳେ ସେ ମାତ୍ର ୬ ରନ୍ କରିପାରିଛନ୍ତି।

ଆଜି ସାଉଥାମ୍ପଟନର ରୋଜ୍ ବାଉଲରେ ଟ୍ରାଫିକ୍ ଭିଡ଼ ଯୋଗୁ ଟସ୍ ପଡ଼ିବାରେ ୪୫ ମିନିଟ୍ ବିଳମ୍ବ ହୋଇଥିଲା। ତେବେ ଏହା ଦଳ ଉପରେ କୌଣସି ପ୍ରଭାବ ପକାଇ ନାହିଁ ବୋଲି ଆୟର କହିଛନ୍ତି। ତେବେ ଆଜିର ମ୍ୟାଚରେ ସବୁଠାରୁ ବଡ଼ କଥା ହେଲା ନାବାଳକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀକୁ ଦଳରୁ ବାଦ ଦିଆଯାଇଛି। ଇଂଲଣ୍ଡ ବିପକ୍ଷ ପଞ୍ଚମ ଟି-୨୦ ପାଇଁ ତାଙ୍କ ସ୍ଥାନରେ ସଞ୍ଜୁ ସାମସନ ପୁଣିଥରେ ଦଳକୁ ଫେରିଛନ୍ତି। ବୈଭବ ସିରିଜର ତିନୋଟି ମ୍ୟାଚରେ ମାତ୍ର ୪୨ ରନ୍ (୧୪, ୧୩ ଏବଂ ୧୫) କରିପାରିଥିଲେ। ଇଂଲଣ୍ଡ ବୋଲର ବାରମ୍ବାର ବାଉନ୍ସ ମାରି ତାଙ୍କୁ ଟାର୍ଗେଟ୍ କରୁଥିଲେ। ଏପଟେ ସଞ୍ଜୁଙ୍କୁ ଦଳକୁ ଫେରାଇ ଆଣିବା ନେଇ ପ୍ରବଳ ଦାବି ହେଉଥିଲା। ତେଣୁ ଶେଷ ମ୍ୟାଚରେ ସଞ୍ଜୁଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିଛି।

ଆଜିର ମ୍ୟାଚରେ ଭାରତ ପ୍ଲେଇଂ ଏକାଦଶରେ ଦୁଇଟି ପରିବର୍ତ୍ତନ କରିଛି। ୱାଶିଂଟନ୍ ସୁନ୍ଦରଙ୍କ ସ୍ଥାନରେ ସୂର୍ଯ୍ୟାଂଶ ସେଗଡେ ଏବଂ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନରେ ସଞ୍ଜୁ ସାମସନଙ୍କୁ ଏଣ୍ଟ୍ରି ମିଳିଛି। ଏହି ମ୍ୟାଚ୍ ପାଇଁ ଏକ ନୂଆ କାର୍ଯ୍ୟସୂଚୀ ପ୍ରକାଶ କରାଯାଇଥିଲା। ଏହା ପ୍ରବଳ ଟ୍ରାଫିକ୍ ଯୋଗୁ ବିଳମ୍ବିତ ହୋଇଥିଲା। ଟସ୍ ସନ୍ଧ୍ୟା ୭:୧୫ ହୋଇଥିବା ବେଳେ ମ୍ୟାଚ୍ ସନ୍ଧ୍ୟା ୭:୩୦ ରେ ଆରମ୍ଭ ହୋଇଛି।

ଉଭୟ ଦଳର ପ୍ଲେଇଁ ଇଲେଭେନ -

ଭାରତ: ଅଭିଷେକ ଶର୍ମା, ସଞ୍ଜୁ ସାମସନ, ଇଶାନ କିଶନ (ୱିକେଟ୍ ରକ୍ଷକ), ଶ୍ରେୟସ୍ ଆୟର୍ (ଅଧିନାୟକ), ତିଲକ ବର୍ମା, ଶିବମ୍ ଦୁବେ, ସୂର୍ଯ୍ୟଂଶ ଶେଗଡ଼େ, ଅକ୍ଷର ପଟେଲ, ପ୍ରିନ୍ସ ଯାଦବ, ଅର୍ଶଦୀପ ସିଂଓ ପ୍ରସିଦ୍ଧ କୃଷ୍ଣ।

ଇଂଲଣ୍ଡ: ଫିଲ୍ ସଲ୍ଟ, ଜସ୍ ବଟଲର୍ (ୱିକେଟ୍ ରକ୍ଷକ), ହ୍ୟାରି ବ୍ରୁକ (ଅଧିନାୟକ), ଜାକବ ବେଥେଲ୍, ଟମ୍ ବଣ୍ଟନ୍, ସାମ କରନ୍, ୱିଲ୍ ଜ୍ୟାକ୍ସ, ଲିଆମ୍ ଡସନ୍, ଆଦିଲ ରସିଦ, ଜୋଫ୍ରା ଆର୍ଚର, ଜୋସ୍ ଟଙ୍ଗୁ।

ଟି-୨୦ଦଳସମୀକ୍ଷାକରାଯିବ

ଆୟର୍ଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ ପରାଜୟ ପରେ ବିସିସିଆଇ ଚଳିତ ମାସରେ ଭାରତୀୟ ଦଳର ପ୍ରଦର୍ଶନ ସମୀକ୍ଷା କରିବ। ବୋର୍ଡ ସଚିବ ଦେବଜିତ ସାଇକିଆ କହିଛନ୍ତି ଯେ ଦଳ ଆଶାନୁରୂପ ପ୍ରଦର୍ଶନ କରି ନାହିଁ ଏବଂ ବୋର୍ଡ ଏହାର କାରଣ ମୂଲ୍ୟାଙ୍କନ କରିବ।