ନୂଆଦିଲ୍ଲୀ: ପାଞ୍ଚ ମ୍ୟାଚ୍ ବିଶିଷ୍ଟ ରୋମାଞ୍ଚକର ଟି-୨୦ ସିରିଜ୍ ସଂପନ୍ନ ହୋଇଛି। ଭାରତ ୩-୨ରେ ସିରିଜ ଜିତିଥିବା ବେଳେ ଘରୋଇ ଦଳ ମଧ୍ୟ ନିଜର ସମ୍ମାନ ରକ୍ଷା କରି ପାରିଛି। ଏହା ପରେ ନଭେମ୍ବର ୪ରୁ ଆରମ୍ଭ ହେବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍। ବହୁ ପ୍ରତୀକ୍ଷିତ ଏହି ଓ୍ଵାନଡେ ସିରିଜ୍ ପାଇଁ ପ୍ରସ୍ତୁତି ଜୋରଦାର ଚଳାଇଛି ଶୁଭମନ ଗିଲଙ୍କ ଟିମ୍ ଇଣ୍ଡିଆ। ତେବେ ଦିନିକିଆ ସିରିଜ୍ ପୂର୍ବରୁ ନ୍ୟୁଜିଲାଣ୍ଡକୁ ଲାଗିଛି ବଡ଼ ଝଟକା। ତାରକା ବ୍ୟାଟର ରଚିନ ରବୀନ୍ଦ୍ରନ ଓ ମାର୍କ ଚ୍ୟାପମ୍ୟାନ ଆହତ କାରଣରୁ ଦିନିକିଆ ସିରିଜରୁ ବାଦ୍ ପଡ଼ିଛନ୍ତି। ଏହି ଦୁଇ ଖେଳାଳି ଟି-୨୦ ସିରିଜ ଖେଳି ନ ଥିଲେ। ରଚିନଙ୍କ କାନ୍ଧରେ ଆଘାତ ଲାଗିଥିବା ବେଳେ ଚ୍ୟାପମ୍ୟାନଙ୍କୁ ଲାଗିଛି ହାର୍ମଷ୍ଟ୍ରିଙ୍ଗ ଇଞ୍ଜ୍ୟୁରି।

ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ଅନୁଯାୟୀ, ୟୁରୋପୀୟନ ଟି-୨୦ ପ୍ରିମିୟର ଲିଗ୍ ସମୟରେ ଚ୍ୟାପମ୍ୟାନଙ୍କୁ ହାର୍ମଷ୍ଟ୍ରିଙ୍ଗ ଆଘାତ ଲାଗିଥିଲା। ସଂପୂର୍ଣ୍ଣ ଫିଟ୍ ହେବା ପାଇଁ ତାଙ୍କୁ ୨ ସପ୍ତାହ ସମୟ ଲାଗିବ। ସେହିପରି କାନ୍ଧରେ ଆଘାତ ଲାଗିଥିବା କାରଣରୁ ରଚିନଙ୍କୁ ସୁସ୍ଥ ହେବା ପାଇଁ ଅଧିକ ସମୟ ଲାଗିବ। ଫଳରେ ଦଳରେ ୪ ପରିବର୍ତ୍ତନ କରିବାକୁ ପଡ଼ିଛି।

Also Read: ଟି-୨୦ କମବ୍ୟାକରେ ଫ୍ଲପ୍ ଭୁବନେଶ୍ୱର କୁମାର: ୪ ମ୍ୟାଚରୁ ମାତ୍ର ୧ ୱିକେଟ୍, ନାଁରେ ଯୋଡ଼ିହେଲା ଅଲୋଡ଼ା ରେକର୍ଡ

ଚିନ୍ତା ବ୍ୟକ୍ତ କଲେ କୋଚ୍

ନ୍ୟୁଜିଲାଣ୍ଡର ମୁଖ୍ୟ ପ୍ରଶିକ୍ଷକ ରବ ଓ୍ଵାଲଟର ନିରାଶ ବ୍ୟକ୍ତ କରି କହିଛନ୍ତି, ସମସ୍ତେ ଜାଣନ୍ତି ଯେ, ରଚିନ ରବୀନ୍ଦ୍ରନ ଓ ମାର୍କ ଚ୍ୟାପମ୍ୟାନ କେଉଁସ୍ତରର ଖେଳାଳି। ଉଭୟଙ୍କ ସିରିଜରୁ ବାଦ୍ ପଡ଼ିବା ବଡ଼ ଦୁର୍ଭାଗ୍ୟଜନକ। ପୁଣି ଚଳିତ ମାସରେ ଟେଷ୍ଟ ସିରିଜ୍ ବି ରହିଛି।ଏଥିପାଇଁ ଏହି ଦୁଇ ବଡ଼ ଖେଳାଳିଙ୍କୁ ନେଇ କୌଣସି ପ୍ରକାରର ରିସ୍କ ନେବାକୁ ଆମେ ଚାହୁଁନୁ।

ସ୍କ୍ଵାଡରେ ଅନେକ ପରିବର୍ତ୍ତନ

ପ୍ରଥମ ତିନୋଟି ଦିନିକିଆ ପାଇଁ ଏବେ ଟିମ୍ ସେଇଫର୍ଟଙ୍କୁ ଦିନିକିଆରେ ସାମିଲ୍ କରାଯାଇଛି। ଶେଷ ଦୁଇଟି ଦିନିକିଆ ପାଇଁ ପ୍ରଥମରୁ ତାଙ୍କୁ ଚୟନ କରାଯାଇଥିଲା।ଏବେ ସେଇଫର୍ଟ ପୂରା ସିରିଜରେ ଦଳ ପାଇଁ ଉପଲବ୍ଧ ରହିବେ। ଅନ୍ୟପଟେ ବାମହାତୀ ବ୍ୟାଟର ହେନରି ନିକୋଲାସଙ୍କୁକ ପ୍ରଥମ ତିନୋଟି ଏବଂ ଡିନ ଫକ୍ସ କ୍ରଫ୍ଟଙ୍କୁ ଶେଷ ୨ଟି ଦିନିକିଆ ମ୍ୟାଚ୍ ପାଇଁ ଦଳରେ ସାମିଲ୍ କରାଯାଇଛି। ଦ୍ରୁତ ବୋଲର ମ୍ୟାଟ୍ ଫିସରଙ୍କୁ ପୂର୍ବରୁ ହିଁ ଶେଷ ଦୁଇଟି ଦିନିକିଆ ପାଇଁ ଦଳରେ ଚୟନ କରାଯାଇଛି। ଏବେ ତାଙ୍କ ପ୍ରଥମ ତିନୋଟି ମ୍ୟାଚ୍ ପାଇଁ ମଧ୍ୟ ଦଳରେ ସାମିଲ୍ କରାଯାଇଛି।

Also Read: ସମସ୍ତଙ୍କୁ ଖୁସି କରିବା ମୋ କାମ ନୁହେଁ: ବୈଭବ ନ ଖେଳିବା ନେଇ ସମାଲୋଚନା ପରେ ଏମିତି କହିଲେ ଗୌତମ ଗମ୍ଭୀର

ପ୍ରଥମ ୩ଟି ଦିନିକିଆ ମ୍ୟାଚ୍ ପାଇଁ ଦଳ

ମିଚେଲ୍ ସାଣ୍ଟନର (ଅଧିନାୟକ), ମାଇକେଲ୍ ବ୍ରେସୱେଲ୍, ଡେଭନ୍ କନୱେ, ଜାକବ୍ ଡଫି, ମ୍ୟାଟ୍ ଫିସର, ମ୍ୟାଟ୍ ହେନରୀ, କାଇଲ୍ ଜେମିସନ୍, ଟମ୍ ଲାଥମ୍ (ୱିକେଟକିପର), ଡାରିଲ୍ ମିଚେଲ୍, ହେନରୀ ନିକୋଲାସ, ଗ୍ଲେନ୍ ଫିଲିପ୍ସ, ଟିମ୍ ସେଇଫର୍ଟ, ନାଥନ୍ ସ୍ମିଥ୍, ୱିଲ୍ ୟଙ୍ଗ, ବ୍ଲେୟାର ଟିକନର।

ଶେଷ ୨ଟି ଦିନିକିଆ ମ୍ୟାଚ୍ ପାଇଁ ଦଳ

ମିଚେଲ୍ ସାଣ୍ଟନର (ଅଧିନାୟକ), ଫିନ୍ ଆଲେନ୍, ମାଇକେଲ୍ ବ୍ରେସୱେଲ୍, କ୍ରିଷ୍ଟିଆନ୍ କ୍ଲାର୍କ, ଜାକବ୍ ଡଫି, ମ୍ୟାଟ୍ ଫିସର, ଡିନ୍ ଫକ୍ସକ୍ରଫ୍ଟ, ଲକି ଫର୍ଗୁସନ୍, ମିଚେଲ୍ ହେ (ୱିକେଟକିପର), ନିକ୍ କେଲି, ଟିମ୍ ସେଇଫର୍ଟ (ୱିକେଟକିପର), ବ୍ଲେୟାର ଟିକନର, ୱିଲ୍ ୟଙ୍ଗ।