ମୁମ୍ବାଇ ୦୮।୦୭ : ତାରିଖ ୭ ଅପ୍ରେଲ୍ ୨୦୨୬ । ଜାଗା ବର୍ସାପଡ଼ା ଷ୍ଟାଡିୟମ୍, ଆସାମ । ସାମ୍ନାରେ ଥିଲେ ବିଶ୍ୱର ଶ୍ରେଷ୍ଠ ବୋଲର, ନାଁ ଜଶପ୍ରୀତ୍ ବୁମ୍ରା । ତଥାପି ମନରେ ନଥିଲା କୌଣସି ଡ଼ର କିମ୍ବା ଭୟ । ୧୫ ବର୍ଷୀୟ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ କଲେ କମାଲ୍ । ୟକର୍ର ସ୍ପେଶାଲିଷ୍ଟ ଜଶପ୍ରୀତ୍ ବୁମ୍ରାଙ୍କ ପ୍ରଥମ ବଲ୍ରେ ବିରାଟ ଛକା, ପୁଣି ଚତୁର୍ଥ ବଲ୍ରେ ଆଉ ଏକ ଛକା । ବୁମ୍‌ରାଙ୍କ ଭଳି ଦକ୍ଷ ବୋଲରଙ୍କୁ ପ୍ରଥମ ଓଭରରେ ଦୁଇଟି ଛକା ମାରି ପୁରା ଚର୍ଚ୍ଚାକୁ ଆସିଛନ୍ତି। ଯାହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

ବର୍ଷା ଲାଗି ବିଳମ୍ବରେ ଆରମ୍ଭ ହୋଇଥିଲା ଆଇପିଏଲ୍ ୨୦୨୬ର ୧୩ ତମ ମ୍ୟାଚ୍‌ । ରାଜସ୍ଥାନ ରୟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ବର୍ଷା ଲାଗି ୧୧-୧୧ ବିଶିଷ୍ଟ ମ୍ୟାଚ୍‌ ହେବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ପ୍ରଥମ ଓଭରରେ  ମୁମ୍ବାଇର ଦୀପକ ଚହରଙ୍କୁ ୨୨ ରନ୍‌ ପଡ଼ିଥିଲା । ଏହାପରେ ୨ୟ ଓଭର ବୋଲିଂ କରିବାକୁ ଆସିଥିଲେ ବିଶ୍ୱ କ୍ରିକେଟ୍‌ର ସବୁଠାରୁ ଖତରନାକ ବୋଲର ଜଶପ୍ରୀତ୍‌ ବୁମ୍‌ରା । ତାଙ୍କ ସାମ୍ନାରେ ଥିଲେ ଯଶସ୍ୱୀ ଜୈସଓ୍ୱାଲ ଏବଂ ବୈଭବ୍‌ ସୂର୍ଯ୍ୟବଂଶୀ ।୨ୟ ଓଭରରେ ବୋଲିଂ କରିବାକୁ ଆସିଥିବା ବୁମ୍‌ରାଙ୍କ ପ୍ରଥମ ବୋଲରେ ବୈଭବ ମାରିଥିଲେ ବିରାଟ ଛକା । ବୁମ୍‌ରାଙ୍କ ଲାଇନ୍‌ ଲେନ୍ଥ ଠିକ୍‌ ଥିଲା, ହେଲେ ବୈଭବ୍‌ଙ୍କ ଟ୍ୟାଲେଣ୍ଟ ହିଁ ଭଲ ବଲ୍‌କୁ ଛକାରେ ପରିଣତି କରିଥିଲା । ୨ୟ ବଲ୍‌ରେ ଏକ ରନ୍‌, ୩ୟ ବଲ୍‌ରେ ଆଉ ଏକ ରନ୍‌ । ୪ର୍ଥ ବଲ୍‌ରେ ବୁମ୍‌ରାଙ୍କ ବଲ୍‌ରେ ଆଉ ଏକ ବିରାଟ ଛକା ମାରିଥିଲେ ବୈଭବ । ଉଭୟ ବ୍ୟାଟର ପାଓ୍ୱାର ପ୍ଲେରେ ବିସ୍ଫୋରକ ପାରି ଖେଳିଥିଲେ । ମାତ୍ର ୩.୨ ଓଭରରେ ୫୯ ରନ୍‌ ସଂଗ୍ରହ କରିଥିଲେ ।  

Also Read:-IPL 2026 : ଯଶସ୍ୱୀ-ବୈଭବ ଝଡ଼ରେ ଧରାଶାୟୀ ମୁମ୍ବାଇ, ୨୭ ରନ୍‌ରେ ହରାଇଲା ରାଜସ୍ଥାନ ରୟାଲ୍ସ

ମ୍ୟାଚ୍ ପୂର୍ବରୁ ଯୁବ ବ୍ୟାଟର ବୈଭବଙ୍କ ଉପରେ ସମସ୍ତଙ୍କ ନଜର ଥିଲା। ସେ ମଙ୍ଗଳବାର ମ୍ୟାଚ୍‌ରେ କିପରି ବୁମରାଙ୍କ ସାମ୍ନା କରିବେ। କିନ୍ତୁ ବୁମରାଙ୍କ ପ୍ରଥମ ବଲକୁ ହିଁ ସେ ସିଧାସଳଖ ଛକା ମାରି ନିଜର ଉଦ୍ଦେଶ୍ୟ ସ୍ପଷ୍ଟ କରିଦେଇଥିଲେ। ପରେ ଏକ ସ୍ଲୋୟର୍ ବଲକୁ ମଧ୍ୟ ସେ ବାଉଣ୍ଡାରୀ ପାର୍ କରାଇଥିଲେ। ବୈଭବ ନିଜର ଏହି ଛୋଟ ଇନିଂସରେ ୫ଟି ବିଶାଳ ଛକା ମାରିଥିଲେ। ବୈଭବଙ୍କ ନିର୍ଭୀକ ଶୈଳୀ ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଏବଂ ଅନ୍ୟ ଖେଳାଳିମାନଙ୍କୁ ନିରାଶ କରିଥିଲା। ଆଉଟ୍ ହେବା ପରେ ବୈଭବ ନିଜ ଉପରେ ବିରକ୍ତି ହୋଇ ନିରାଶ ବ୍ୟକ୍ତ କରୁଥିବାର ଦେଖିବାକୁ ମିଳିଥିଲା ।

ରାଜସ୍ଥାନ ପ୍ରଥମ ବ୍ୟାଟିଂ କରି ୧୧ ଓଭରରେ ୧୫୦/୩

ମୁମ୍ବାଇ ଦ୍ୱିତୀୟ ବ୍ୟାଟିଂ କରି ୧୧ ଓଭରରେ ୧୨୩/୯

୧୩ ତମ ମ୍ୟାଚ୍‌ରେ ମୁମ୍ବାଇକୁ ୨୭ ରନ୍‌ରେ ପରାସ୍ତ କରିଛି ରାଜସ୍ଥାନ