ନୂଆଦିଲ୍ଲୀ,|୦୬ବୟସ ମାତ୍ର ୧୫ । କିନ୍ତୁ କରୁଛନ୍ତି ବିଧ୍ୱଂସୀ ବ୍ୟାଟିଂ । ସବୁ ବୋଲରଙ୍କୁ ପ୍ରହାର । ପେସ୍ ଠୁ ସ୍ପିନ୍ । କେହି ବି ବାଦ୍ ପଡୁ ନାହାନ୍ତି । ସବୁ ବୋଲରଙ୍କୁ ନିର୍ଘାତ ପିଟୁଛନ୍ତି । ସେ ହେଲେ ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ ତାଙ୍କୁ ଭାରତୀୟ ସିନିଅର ଦଳରେ ସ୍ଥାନ ମିଳିଛି । ଏବେ ସବୁ ପାଇଲା ପରେ ବି ବୈଭବଙ୍କ ଆଖିରେ ଲୁହ ।

ରିପୋର୍ଟ ଅନୁସାରେ, ଇଂଲଣ୍ଡ ଗସ୍ତ ପାଇଁ ବୈଭବଙ୍କୁ ମିଳିଛି ସୁଯୋଗ । ଭାରତୀୟ ସିନିୟର ଟିମରେ ସେ ସାମିଲ ହୋଇଛନ୍ତି । ଏହାସହ ଖୁବ୍ ଶୀଘ୍ର ସଚିନ ତେନ୍ଦୁଲକରଙ୍କ ରେକର୍ଡ ମଧ୍ୟ ସେ ଭାଙ୍ଗିବେ । କିନ୍ତୁ ତାଙ୍କ ଆଖିରେ ଏବେ ଲୁହ ଆସିଯାଇଛି । ଭାରତୀୟ ଦଳର ଜର୍ସିରେ ସେ ନିଜ ନାଁ ଦେଖିଲା ପରେ ଭାବବିହ୍ୱଳ ହୋଇ କାନ୍ଦି ପକାଇଛନ୍ତି । ସେ ଯେଉଁ ସ୍ୱପ୍ନ ନିଜ ପିଲାଦିନ ଦେଖିଥିଲେ ତାହା ସତ ହୋଇଛି ।

Also Read :- ମହାରାଷ୍ଟ୍ର ରାଜନୀତିରେ ହାଇ-ଭୋଲ୍ଟେଜ ଡ୍ରାମା; ସଫଳ ହେଲା ସିନ୍ଦେଙ୍କ ‘ଅପରେସନ୍ ଟାଇଗର'

ବିସିସିଆଇ ଏକ ଭିଡିଓ ସେୟାର କରିଛି । ସେୟାର ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ବୈଭବ ନିଜ ଭାବନାକୁ ପ୍ରକାଶ କରୁଛନ୍ତି । ଏଥିରେ ସେ କହୁଛନ୍ତି ଯେ, ସେ ଯେବେ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ ଦିନେ ଭାରତୀୟ ଜର୍ସି ପିନ୍ଧିବା କଥା ସ୍ୱପ୍ନ ଦେଖିଥିଲେ । ଏବେ ସବୁ ସ୍ୱପ୍ନ ସତ ହେବାକୁ ଯାଉଛି । ହେଲେ ସେ ଏତ ବଡ ଖୁସିକୁ ବିଶ୍ୱାସ କରିପାରୁ ନାହାଁନ୍ତି ।

ଭାରତୀୟ ଦଳର ଏହି ଯୁବ ବ୍ୟାଟର ଆହୁରି କହିଛନ୍ତି ଯେ, କ୍ରିକେଟ୍ ଖେଳିବାର କିଛି ପାହାଚ ଅଛି । ଯେଉଁ ମୁଖ୍ୟ ପାହାଚ ଚଢିବା ପାଇଁ ସମସ୍ତ କ୍ରିକେଟର ସ୍ୱପ୍ନ ଦେଖନ୍ତି ତାହା ସତ ହେବାକୁ ଯାଉଛି । ତାଙ୍କର ସବୁ ସ୍ୱପ୍ନ ପୂରା ହୋଇଛି । ଯାହାକୁ ସେ ଶବ୍ଦ ମାଧ୍ୟମରେ ପ୍ରକାଶ କରିପାରିବେ ନାହିଁ ।

ଆହୁରି ମଧ୍ୟ ସେ କହିଛନ୍ତି ଯେ, ଯେତେବେଳେ ସେ ଭାରତୀୟ ଦଳର ଜର୍ସି ଦେଖିଥିଲେ ଏବଂ ତାଙ୍କର ନାଁ ଲେଖାଥିଲା ସେ ନିଜ ଭାବନାକୁ ନିୟନ୍ତ୍ରଣ କରିପାରିନଥିଲେ । ସେହି ଟି ସାର୍ଟ୍ ଦେଖି ଖୁସି ହୋଇ ଯାଇଥିଲେ । ବେଳେବେଳେ ଚିନ୍ତା କରିନଥିବା ଜିନିଷ ଜୀବନରେ ଘଟିଥାଏ । ଏହାକୁ ସହଜରେ ପ୍ରକାଶ କରିହେବ ନାହିଁ । ତାଙ୍କ ସହ ମଧ୍ୟ ସାମନ ଘଟଣା ଘଟିଥିବା ବୈଭବ କହିଛନ୍ତି ।

ସୂଚନାଯୋଗ୍ୟ, ବୈଭବଙ୍କୁ ଦଳରେ ଏମିତି ସେମିତି ଭାବେ ଚୟନ କରାଯାଇ ନଥିଲା । ସେ ଆଇପିଏଳରେ ନିଜ ଦମ୍ ଦେଖାଇଥିଲେ । ଗତ ଆଇପିଏଲରେ ସେ ଅରେଞ୍ଜ୍ କ୍ୟାପ୍ ଜିତିଥିଲେ । ଏହା ସହ ନିକଟରେ ସରିଥିବା ତ୍ରିରାଷ୍ଟ୍ରୀୟ ଫାଇନାଲରେ ୨୯ ବଲରୁ ୯୪ ରନର ଇନିଂସ ଖେଳିଥିଲେ ବୈଭବ । ଫଳରେ ଭାରତ –ଏ ଶ୍ରୀଲଙ୍କ-ଏକୁ ପରାସ୍ତ କରିବାରେ ସଫଳ ହୋଇଥିଲା ।