ନୂଆଦିଲ୍ଲୀ: ଅଶାନ୍ତ ମଧ୍ୟପ୍ରାଚ୍ୟ ଶାନ୍ତି ଫେରିବ କେବେ ? ଯୁଦ୍ଧ ଚାଲିବାର ୫୦ ଦିନ ବିତିଗଲାଣି । ଏବେ ସେଠାରେ ଅସତ୍ରବିରତି ଚାଲିଛି । ତଥାପି ବିଶ୍ୱ ଅସ୍ଥିରତା ଜାରି ରହିଛି । ଯୁଦ୍ଧର ପ୍ରଭାବରେ ସାରା ବିଶ୍ୱରେ ତୈଳ ଓ ଗ୍ୟାସ୍ ସଂକଟ ବଡ ସମସ୍ୟା ସୃଷ୍ଟି କରିଛି । କାରଣ ହର୍ମୁଜ ଷ୍ଟେଟ୍ ବନ୍ଦଦ ହୋଇଗଲାଣି । ଏହି ସବୁ ଭିତରେ ସଂଯୁକ୍ତ ରାଷ୍ଟ୍ର ବିକାଶ ପ୍ରମୁଖ ରାଷ୍ଟ୍ରରୁ ବଡ଼ ଚେତାବନୀ ଦିଆଯାଇଛି । ଯେଉଁଥିରେ କୁହାଯାଇଛି କି ୟୁଏସ୍-ଇରାନ୍ ଠାରୁ ସୃଷ୍ଟି ହୋଇଥିବା ସମସ୍ୟା ପାଖାପାଖି ୩ କୋଟି ଲୋକ ଗରୀବ ହୋଇପାରନ୍ତି । ରିପୋର୍ଟରେ ଏହା ପଛର ବଡ଼ କାରଣ ବି କୁହାଯାଇଛି ।

ବର୍ଷ ଶେଷରେ ବଡ଼ ପ୍ରଭାବ:

ରଏଟର୍ସ ରିପୋର୍ଟ ମୁତାବକ, ସଂଯୁକ୍ତ ରାଷ୍ଟ୍ରର ଗ୍ରୋଥ ଚିଫ୍ ଆଲେକ୍ଜାଣ୍ଡର ଡି. କ୍ରୁ ମଧ୍ୟପ୍ରାଚ୍ୟର ବିପଦଜନକ ପ୍ରଭାବ ଉପରେ ଫୋକସ କରିଛନ୍ତି । ଖାଲି ଫୋକସ କରିନାହାଁନ୍ତି ତ ଚେତାବନୀ ବି ଦେଇଛନ୍ତି । ସେ କହିଛନ୍ତି ଯେ ଆମେରିକା-ଇରାନ ଯୁଦ୍ଧ ଯୋଗୁଁ ହର୍ମୁଜ ପ୍ରଣାଳୀରେ ମାଲବାହୀ ଜାହାଜଗୁଡ଼ିକର ନିରନ୍ତର ଅବରୋଧ କେବଳ ଇନ୍ଧନ ନୁହେଁ ବରଂ ସାର ଯୋଗାଣକୁ ମଧ୍ୟ ପ୍ରଭାବିତ କରିଛି । ଯାହା ସିଧାସଳଖ କୃଷି ଉତ୍ପାଦନକୁ ପ୍ରଭାବିତ କରିଛି । ଫସଲ ଉତ୍ପାଦନ ଉପରେ ଏହି ପ୍ରଭାବ ଏହି ବର୍ଷ ଶେଷ ସୁଦ୍ଧା ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବ।

କ୍ରୁ ଆହୁରି କହିଛନ୍ତି ଯେ ଯଦିଓ ଆମେରିକା ଏବଂ ଇରାନ ମଧ୍ୟରେ ଏହି ଯୁଦ୍ଧ ଆସନ୍ତାକାଲି ଶେଷ ହୁଏ । ତଥାପି ଏହାର ପୂର୍ବରୁ ଦୃଶ୍ୟମାନ ପ୍ରଭାବ ଜାରି ରହିବ । ଯାହା ବିଶ୍ୱବ୍ୟାପୀ ୩୦ ନିୟୁତ କିମ୍ବା ଅଧିକ ଲୋକଙ୍କୁ ଦାରିଦ୍ର୍ୟ ଭିତରକୁ ଠେଲିଦେବ । ଏହି ସଂଘର୍ଷର ପରୋକ୍ଷ ପ୍ରଭାବ ଆଗାମୀ ମାସଗୁଡ଼ିକରେ ଖାଦ୍ୟ ଅସୁରକ୍ଷା ବୃଦ୍ଧି କରିବ ବୋଲି ଆଶା କରାଯାଉଛି।

ସାରା ବିଶ୍ୱକୁ ଘାରିବ ଖାଦ୍ୟାଭାବ:

​​​​​​​ସଂଯୁକ୍ତ ରାଷ୍ଟ୍ରର ଫୁଡ ଆଣ୍ଡ ଏଗ୍ରିକଲଚର ଅର୍ଗାନାଇଜେସନ(Faq) ବି ଗତ ସପ୍ତାହରେ କିଛି ଏମିତି ଚେତାବନୀ ଜାରି କରିଥିଲା । ଯେଉଁଥିରେ କୁହାଯାଇଥିଲା କି, ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ହର୍ମୁଜ ଷ୍ଟ୍ରେଟ୍ରେ ଦୀର୍ଘ ସମୟ ଧରି ଚାଲିବାକୁ ଜାତିସଂଘ ଖାଦ୍ୟ ଏବଂ କୃଷି ସଂଗଠନ (FAO) ଗତ ସପ୍ତାହରେ ସମାନ ଚେତାବନୀ ଜାରି କରି କହିଛି ଯେ ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ହର୍ମୁଜ୍ ପ୍ରଣାଳୀରେ ଦୀର୍ଘକାଳୀନ ସଙ୍କଟ ଏକ ବିଶ୍ୱ ଖାଦ୍ୟ ସଙ୍କଟ ସୃଷ୍ଟି କରିପାରେ।

Also Read...US Sailor Monkey Attack: ହର୍ମୁଜ ପ୍ରଣାଳୀ ମିଶନ ବେଳେ ଆମେରିକୀୟ ସୈନିକଙ୍କୁ ମାଙ୍କଡ଼ ଆକ୍ରମଣ, ଥାଇଲ୍ୟାଣ୍ଡରେ ଘଟିଲା ଅଭାବନୀୟ ଘଟଣା

FAO ଅନୁଯାୟୀ, ଭାରତ, ବାଂଲାଦେଶ, ଶ୍ରୀଲଙ୍କା, ସୋମାଲିଆ, ସୁଡାନ, ତାଞ୍ଜାନିଆ, କେନିଆ ଏବଂ ଇଜିପ୍ଟ ଭଳି ଦେଶ ସର୍ବାଧିକ ବିପଦରେ ଅଛନ୍ତି। ରିପୋର୍ଟରେ କୁହାଯାଇଛି ଯେ କିଛି ମାସ ମଧ୍ୟରେ ଖାଦ୍ୟ ଅସୁରକ୍ଷା ବ୍ୟାପକ ହେବ, ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ବିଷୟରେ ବହୁତ କିଛି କରାଯାଇପାରିବ ନାହିଁ।ଚାପରେ GDP, ସଙ୍କଟରେ ବିଶ୍ୱସଂଯୁକ୍ତ ରାଷ୍ଟ୍ର ବିକାଶ (UNDP) ମୁଖ୍ୟ ଡି କ୍ରୁ କହିଛନ୍ତି ଯେ ଇରାନ ଯୁଦ୍ଧର ପ୍ରଭାବ ବିଶ୍ୱ GDPର 0.୫% ରୁ 0.୮% ନଷ୍ଟ କରିସାରିଛି।

ସେ କହିଛନ୍ତି ଯେ ଆଠ ସପ୍ତାହ ଧରି ଚାଲିଥିବା ଆମେରିକା-ଇରାନ ଯୁଦ୍ଧ ଦଶନ୍ଧି ଧରି ହେଉଥିବା ଜିନିଷକୁ ନଷ୍ଟ କରିବା ପାଇଁ ଯଥେଷ୍ଟ ଥିଲା।ଏହି ଯୁଦ୍ଧ ଫେବୃଆରୀ ୨୮ରେ ଆରମ୍ଭ ହୋଇଥିଲା । ଯେତେବେଳେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଥିଲେ । ଇରାନର ପ୍ରତିଶୋଧ ପରେ, ବିଶ୍ୱର ଜୀବନରେଖା ସ୍ୱରୂପ ତୈଳ ଓ ଗ୍ୟାସ୍ ପଥଗୁଡ଼ିକୁ ଅବରୋଧ କରାଯାଇଥିଲା । ଶକ୍ତି ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହୋଇଥିଲା।