ନୂଆଦିଲ୍ଲୀ ୦୨।୦୫; ଇରାନର ନୂଆ ପ୍ରସ୍ତାବକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ । ତେହେରାନ ପ୍ରସ୍ତାବରେ ଖୁସି ନଥିବା ପ୍ରକାଶ କରିଛନ୍ତି ଟ୍ରମ୍ପ । ଶୁକ୍ରବାର ଦୀର୍ଘ ସମୟ ଧରି ଚାଲିଥିଲା ଆଲୋଚନା । ପରେ ହ୍ୱାଇଟ୍ ହାଉସରେ ସାମ୍ବାଦିକମାନଙ୍କୁ ଟ୍ରମ୍ପ୍ କହିଛନ୍ତି, ଆମେରିକା ଇରାନ୍ ସହ ଚୁକ୍ତି କରିବ କି ନାହିଁ ସେ ନେଇ ନିଶ୍ଚିତ ନୁହେଁ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଯୁଦ୍ଧ ବନ୍ଦ କରିବା ପାଇଁ ଚାଲିଥିବା ଆଲୋଚନାରେ ଇରାନର ସଦ୍ୟତମ ପ୍ରସ୍ତାବକୁ ନେଇ ସନ୍ତୁଷ୍ଟ ନୁହେଁ ।

ସେମାନେ ଚୁକ୍ତି କରିବାକୁ ଚାହୁଁଛନ୍ତି, କିନ୍ତୁ ମୁଁ ଏଥିରେ ସନ୍ତୁଷ୍ଟ ନୁହେଁ, ତେଣୁ ଆଗକୁ କ'ଣ ହେବ ତାହା ଆମେ ଦେଖିବୁ । ତେବେ ଇରାନର ଏହି ପ୍ରସ୍ତାବରେ କ'ଣ ତ୍ରୁଟି ରହିଛି ତାହା ଟ୍ରମ୍ପ ସ୍ପଷ୍ଟ କରି ନାହାନ୍ତି । ପାକିସ୍ତାନରେ ମଧ୍ୟସ୍ଥତା ପାଇଁ ଇରାନ୍ ତା’ର ସଦ୍ୟତମ ପ୍ରସ୍ତାବ ଉପସ୍ଥାପନ କରିଛି ବୋଲି ସରକାରୀ ସମ୍ବାଦ ସରବରାହ ସଂସ୍ଥା ଇରନା ପକ୍ଷରୁ କୁହାଯାଇଛି । ଇରାନ୍ ପକ୍ଷରୁ ଆଲୋଚନା ପାଇଁ ପାକିସ୍ତାନ, ଆମେରିକା ନିକଟକୁ ଏକ ପ୍ରସ୍ତାବ ପଠାଇଥିଲା । ଗତ ସପ୍ତାହରେ ଅଧିକାରୀଙ୍କ ପାକିସ୍ତାନ ଗସ୍ତ ବାତିଲ ହେବା ପରେ ମଧ୍ୟ ଆଲୋଚନା ଜାରି ରହିଥିବା ଟ୍ରମ୍ପ କହିଛନ୍ତି । ଇରାନର ନେତୃତ୍ୱକୁ ନେଇ ନିରାଶା ପ୍ରକାଶ କରିଛନ୍ତି ।

ଆଉ ଟ୍ରମ୍ପ କହିଛନ୍ତି, ସେମାନେ ଏକ ଚୁକ୍ତି କରିବାକୁ ଚାହୁଁଛନ୍ତି, କିନ୍ତୁ ସେମାନେ ସମସ୍ତେ ସମ୍ପୂର୍ଣ୍ଣ ଭାବେ ଦ୍ୱନ୍ଦ୍ୱରେ ଅଛନ୍ତି । ଇରାନର ସରକାରୀ ଗଣମାଧ୍ୟମ ଏବଂ ପାକିସ୍ତାନର ଜଣେ ଅଧିକାରୀ କହିଛନ୍ତି ଯେ, ଆମେରିକା ସହ ଆଲୋଚନା ପାଇଁ ତେହେରାନ ନିଜର ନୂଆ ପ୍ରସ୍ତାବ ଦାଖଲ କରିଛି । ଏହି ପଦକ୍ଷେପ ଦ୍ବାରା ଇରାନ ଯୁଦ୍ଧକୁ ବନ୍ଦ କରିବା ପାଇଁ କଟକଣାକୁ ଦୂର କରିବାର ଆଶା ସୃଷ୍ଟି କରିପାରେ ।

Also Read-AIର ବାହାନା ଦେଖାଇ ଚାକିରିରୁ ବାହାର କରିପାରିବେନି କମ୍ପାନୀ...କୋର୍ଟଙ୍କ କଡ଼ା ନିର୍ଦ୍ଦେଶ