ତେହେରାନ, ୨୦ /୦୩:ଆମେରିକାର ଏକ ଏଫ୍-୩୫ ଯୁଦ୍ଧ ବିମାନ ଇରାନର ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଛି । ପରେ ଏହା ମଧ୍ୟପ୍ରାଚ୍ୟରେ ଥିବା ଏକ ଆମେରିକୀୟ ବାୟୁସେନା ଘାଟିରେ ଜରୁରି ଅବତରଣ କରିଛି ।

ଆମେରିକାର ସେଣ୍ଟ୍ରାଲ କମାଣ୍ଡ ମୁଖପାତ୍ର କ୍ୟାପ୍ଟେନ୍ ଟିମ୍ ହକିନ୍ସ କହିଛନ୍ତି,ପଞ୍ଚମ ପିଢ଼ିର ଏହି ଷ୍ଟିଲ୍ଦ ବିମାନଏଫ୍-୩୫ ଲାଇଟ୍ନିଂ-୨ଇରାନ ଉପରେ ଆକ୍ରମଣ ଲାଗି ଉଡ଼ୁଥିଲା । ଅଚାନକ ଏହା ଜରୁରି ଅବତରଣ କରିଛି । ଏହାର ପାଇଲଟ୍ ସୁରକ୍ଷିତ ଅଛନ୍ତି । ଘଟଣାଟି ଏବେ ତଦନ୍ତ ପରିସରରେ ରହିଛି ।

ସେପଟେ ଇରାନର ଇସଲାମିକ ରିଭଲ୍ୟୁସନାରି ଗାର୍ଡ କର୍ପସ (ଆଇଆରଜିସି) ଗୁରୁବାର ଆମେରିକାର ପଞ୍ଚମ ପିଢ଼ି ଏଫ୍୩୫ ବିମାନକୁ ହମ୍ଲା କରିଥିବା ଦାବି କରିଛି । ଇରାନର ଗଣମାଧ୍ୟମ ଦ୍ୱାରା ଏ ନେଇ ଏକ ଭିଡିଓ ବି ଜାରି କରାଯାଇଛି । ପୂର୍ବରୁ ଆମେରିକାର ଅନେକ ବିମାନ କ୍ଷତିଗ୍ରସ୍ତ ହୋଇଥିଲା । ୩ଟି ଏଫ୍-୧୫ ବିମାନକୁ କୁଏତ ଏୟାର ଡିଫେନ୍ସ ଦ୍ୱାରା ଭୁଲବଶତଃ ଖସାଯାଇଥିଲା । ଗତ ସପ୍ତାହରେ ଇନ୍ଧନ ଭର୍ତ୍ତି ବେଳେ ଏକ କେସି-୧୩୫ ଷ୍ଟ୍ରାଟୋଟ୍ୟାଙ୍କର ରିଫୁଏଲିଂ ବିମାନ ପଶ୍ଚିମ ଇରାକରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଥିବା ସମସ୍ତ ୬ ଜଣ କ୍ରୁ ସଦସ୍ୟ ପ୍ରାଣ ହରାଇଥିଲେ ।

ପ୍ରଥମ ଥର ପାଇଁ ଆମେରିକାର ଏଫ୍-୩୫ ବିମାନ କ୍ଷତିଗ୍ରସ୍ତ ହେବା ବେଶ୍ ଗୁରୁତ୍ୱ ବହନ କରୁଛି । ବିମାନର ଦାମ ୧୦୦ ନିୟୁତ ଡଲାର ବା ପାଖାପାଖି ୧,୦୦୦ କୋଟି ଟଙ୍କା ହେବ ।