ନ୍ୟୁୟର୍କ,୨୫ /୦୩: ଇରାନ ଉପରେ ଆକ୍ରମଣ ବନ୍ଦ କରିବାକୁ ଆମେରିକା ଆଲୋଚନା କରୁଛି । ଅସ୍ତ୍ରବିରତ୍ତି ଘୋଷଣା କରିବା ସହ ତେହେରାନ ନିକଟରେ ନୂଆ ନୂଆ ସର୍ତ୍ତ ରଖୁଛି । କିନ୍ତୁ ଏପଟେ ମଧ୍ୟପ୍ରାଚ୍ୟକୁ ୧୦୦୦ରୁ ଅଧିକ ସୈନ୍ୟଙ୍କୁ ପଠାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଆମେରିକା ।

ରିପୋର୍ଟ ଅନୁସାରେ, ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଆମେରିକା ବଡ ପଦକ୍ଷେପ ନେଇଛି । ଆମେରିକା ସେନାର ସବୁଠୁ ଘାତକ ୟୁନିଟ୍ ୮୨ବି ଏଯାରବର୍ଣ୍ଣ୍ ଡିଭିଜନର ୧୦୦୦ ସୈନ୍ୟ ମଧ୍ୟପ୍ରାଚ୍ୟ ଯିବାକୁ ପ୍ରସ୍ତୁତ ହେଉଛନ୍ତି । ତେବେ କେହିକେହି ୧୦୦୦ରୁ ଅଧିକ ସୈନ୍ୟ ପଠାଇବାକୁ ଆମେରିକା ପ୍ରସ୍ତୁତି କରିଥିବା କହୁଛନ୍ତି ।

ନ୍ୟୁଜ୍ ଏଜେନ୍ସି ଏପିର ରିପୋର୍ଟ ଅନୁସାରେ, ସୈନ୍ୟମାନେ କିଛି ଦିନ ମଧ୍ୟରେ ମଧ୍ୟପ୍ରାଚ୍ୟ ଆଡେ ଗସ୍ତ କରିବେ । ୮୨ବି ଏୟାରବର୍ଣ୍ଣ୍ ଡିଭିଜନ ହେଉଛି ଆମେରିକୀୟ ସେନାର ଏମରଜେନ୍ସି ରେସପନ୍ସ ଫୋର୍ସ୍ । ଏମାନଙ୍କୁ ଖୁବ୍ କମ୍ ସମୟ ମଧ୍ୟରେ ଦୁନିଆର କୌଣସି ସ୍ଥାନରେ ମୁତୟନ କରାଯାଇପାରିବ ।

୧୦୦୦ରୁ୩୦୦୦ସୈନ୍ୟ

ଏପି ନ୍ୟୁଜ୍ ଏଜେନ୍ସିର କହିବାନୁସାରେ, ଆମେରିକା ୧୦୦୦ସୈନ୍ୟଙ୍କୁ ପଠାଇବାକୁ ସମସ୍ତ ଯୋଜନା ପ୍ରସ୍ତୁତ କରିଛି । ସେହିପରି ଓ୍ୱାଲ୍ ଷ୍ଟ୍ରିଟ୍ ଅଫ୍ ଜର୍ଣ୍ଣାଲ ଏହି ସଂଖ୍ୟା୩୦୦୦ବୋଲି କହିଛି । ରୟଟର୍ସ ମଧ୍ୟ ସମାନ କଥା କହିଛି ।

କାହିଁକି ଗୁରୁତ୍ୱପୂର୍ଣ୍ଣ ?

ଗତ ସପ୍ତାହରେ ଆମେରିକା ୨୨୦୦ମେରାଇନ୍ କମାଣ୍ଡୋଙ୍କୁ ମଧ୍ୟପ୍ରାଚ୍ୟ ପଠାଇଥିଲା । ଏହି ଯବାନମାନେ ଦୂତାବାସର ସୁରକ୍ଷାରେ ନିୟୋଜତ ହୋଇଛନ୍ତି । କିନ୍ତୁ୮୨ବି ଏୟାରବର୍ଣ୍ଣ୍ ଡିଭିଜନ୍ କୌଣସି ଯୁଦ୍ଧ ସ୍ଥିତି କିମ୍ବା ବିବାଦୀୟ ସ୍ଥାନକୁ ସୁରକ୍ଷିତ ରଖିବା ପାଇଁ ନିୟୋଜିତ ହୋଇଥାନ୍ତି । ତେଣୁ ଟ୍ରମ୍ପ୍ ସିଜ୍ ଫାୟାର୍ କରି ଇରାନ ମାଟିରେ ନିଜ ସୈନ୍ୟଙ୍କୁ ଓହ୍ଲାଇବେ ବୋଲି ଆଶଙ୍କା କରାଯାଉଛି ।