ଉଦଳା ୧୪।୧୦: ସଭାପତି ପ୍ରାର୍ଥୀଙ୍କ ଫଟୋ ଧରି କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲେ ବିସିଜେଡି ପ୍ରାର୍ଥୀ ଓ କିଛି ସମର୍ଥିତ କଲେଜ ଛାତ୍ରଛାତ୍ରୀ । ଉଦଳା କଲେଜ ସମ୍ମୁଖରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ଉଦଳା କଲେଜ ନିର୍ବାଚନ ପାଇଁ ବିସିଜେଡି ପକ୍ଷରୁ ଶୁଭଲକ୍ଷ୍ମୀ ହାତୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଆଜି ‘ହ୍ଵାଏ ଆଇ ଷ୍ଟାଣ୍ଡ ଫର୍’ ମିଟିଂରେ ସେ ଅନୁପସ୍ଥିତ ଥିବା ଏବଂ ତାଙ୍କ ଦ୍ୱାରା ଦିଆଯାଇଥିବା ଭିଡିଓ ମେସେଜକୁ ମିଟିଂରେ ଚଲାଇବାକୁ କହିଥିଲେ । ହେଲେ ତାହାକୁ ଚଲାଇବାକୁ ମନା କରାଯାଇଥିଲା ।

Also Read:- ଡବଲ୍ ଇଞ୍ଜିନ ସରକାରକୁ ନବୀନଙ୍କ ଟାର୍ଗେଟ୍, ‘ସବୁ ବର୍ଗର ଲୋକ ହଇରାଣ’

ଉକ୍ତ ଭିଡିଓ ମେସେଜରେ ସଭାପତି ପ୍ରାର୍ଥୀଙ୍କ ପରିବାରକୁ ଅନ୍ୟ ରାଜନୈତିକ ଦଳ ଚାପ ପକାଇଥିବାରୁ ତାଙ୍କୁ ଲୁଚାଇ ରଖାଯାଇଥିବା ସେ କହିଛନ୍ତି । ଯାହାକି ପ୍ରାର୍ଥୀଙ୍କୁ ଅପହରଣ କରାଯାଇଥିବା କହି ବିସିଜେଡି ପକ୍ଷରୁ ପ୍ରାର୍ଥୀ ଏବଂ ଛାତ୍ରଛାତ୍ରୀ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

Watch Video: