ନୂଆଦିଲ୍ଲୀ, ୧୪/୧୦ : ସାଉଦି ଆରବ ଏବଂ ଇରାନ ସମର୍ଥିତ ଆତଙ୍କବାଦୀ ସଙ୍ଗଠନ ହୁତି ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ଏବେ ଯୁଦ୍ଧର ଭୟାବହତା ବଢିବାରେ ଲାଗିଛି । ମଙ୍ଗଳବାର ବିଳମ୍ବିତ ରାତ୍ରରେ ସାଉଦି ଆରବର ପୂର୍ବପ୍ରାନ୍ତରେ ଥିବା ଧହରାନ୍ ସହରରେ ହୁତି ଆକ୍ରମଣ କରିଛି । ଏଠାରେ ଥିବା ସବୁଠୁ ବଡ଼ ତୈଳ କମ୍ପାନୀ ଆରାମକୋ ଉପରେ ଆକ୍ରମଣ କରାଯାଇଛି ।

ହୁତି ପକ୍ଷରୁ ସାଉଦି ଆରାମକୋ ଉପରେ ବାଲିଷ୍ଟିକ୍ ମିସାଇଲ୍ ମାଡ଼ ହୋଇଛି । ଯାହା ପରେ ଭୀଷଣ ନିଆଁ ଲାଗିଯାଇଥିଲା । କିନ୍ତୁ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ ।

ଆରାମକୋର ଏହି ବିଶୋଧନାଗାର କମ୍ପାନୀର ଏକ ପ୍ରମୁଖ ସଞ୍ଚାଳନ କେନ୍ଦ୍ର ଅଟେ । ଏହି କମ୍ପାନୀ ସାଉଦିର ଅର୍ଥ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ତୈଳକୂପ, ରିଫାଇନାରୀ ଏବଂ ରପ୍ତାନୀ କଥା କମ୍ପାନୀ ବୁଝାସୁଝା କରେ ।

Also Read :- ଆରମ୍ଭ ହୋଇଯିବ ମହାପ୍ରଳୟ ! ଋଷିଆକୁ ଧମକାଇଲେ ନାଟୋ କମାଣ୍ଡର, କହିଲେ -'ମସ୍କୋକୁ ରାତିରେ ଧ୍ୱଂସ କରିଦେବୁ'

ରିୟାଦ ସମେତ ଅନେକ ସ୍ଥାନରେ ଆଟାକ୍

ସାଉଦିର କହିବାନୁସାରେ, ଧହରାନରେ ଅନେକ ମିସାଇଲ୍ ମାଡ଼ ହୋଇଛି । ସାଧାରଣ ଲୋକେ ରହୁଥିବା ଅଞ୍ଚଳକୁ ମଧ୍ୟ ଟାର୍ଗେଟ୍ କରାଯାଇଛି । କେତେ ପରିମାଣରେ କ୍ଷୟକ୍ଷତି ହୋଇଛି ତାହାର ତଥ୍ୟ ମିଳିନାହିଁ । ରିୟାଦର ଦକ୍ଷିଣ ପ୍ରାନ୍ତରେ ମଧ୍ୟ ମିସାଇଲ୍ ଆଟାକ୍ ହୋଇଛି ।

ସୂଚନାଯୋଗ୍ୟ, ଧହରାନରେ ଆକ୍ରମଣ ପୂର୍ବରୁ ହୁତି ଧମକ ଦେଇଥିଲା । ୟେମେନ ରାଜଧାନୀ ସନାରେ ସାଉଦିର ଆଟାକକୁ ସଙ୍ଗଠନ ବିରୋଧ କରିଥିଲା । ଏହାସହ ଆରାମକୋର ମୁଖ୍ୟାଳୟକୁ ସେମାନେ ଧ୍ୱଂସ କରିଦେବେ ବୋଲି ମୁଖପାତ୍ର ୟାନହା ସରୀ କହିଥିଲେ ।