ଭୁବନେଶ୍ୱର ୧୭।୦୫ : ଲୋକ ଦେଖିବେ ଜିତୁ ମୁଣ୍ଡାଙ୍କ କାହାଣୀ । ଜିତୁ ମୁଣ୍ଡାଙ୍କ ଜୀବନୀ ଏବଂ କଙ୍କାଳ ବୋହି ବ୍ୟାଙ୍କ ଆଣିବା ଘଟଣାକୁ ନେଇ ନିର୍ମାଣ ହୋଇପାରେ ଫିଲ୍ମ । ଏଥିପାଇଁ କଥାବାର୍ତ୍ତା ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିବା ସୂଚନା ମିଳିଛି। କେନ୍ଦୁଝରରେ ଭଉଣୀର ଗଳିତ ଶବକୁ କାନ୍ଧରେ ବୋହି ବ୍ୟାଙ୍କକୁ ନେଇ ଚର୍ଚ୍ଚାକୁ ଆସିଥିଲେ ଜିତୁ ମୁଣ୍ଡା ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କିଛି ଫଟୋ ଏବଂ ଖବର ଅନୁସାରେ, ଓଲିଉଡ୍ରେ ଜଣେ ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ଏବଂ ଜିତୁ ମୁଣ୍ଡାଙ୍କ ମଧ୍ୟରେ ଆଲୋଚନା ହୋଇଛି । କୁଆଡେ ସେହି ନିର୍ଦ୍ଦେଶକ ଜଣଙ୍କ ଜିତୁ ମୁଣ୍ଡାଙ୍କ କାହାଣୀକୁ ନେଇ ଫିଲ୍ମ କରିବାକୁ ମନସ୍ଥ କରିଛନ୍ତି । ଆଉ ଏଥି ପାଇଁ ଜିତୁ ମୁଣ୍ଡାଙ୍କୁ ଅନୁମତି ମାଗିଥିଲେ । ଯାହାକୁ ଜିତୁ ମୁଣ୍ଡା ପ୍ରଦାନ କରିଥିବା ସୂଚନା ରହିଛି । ତେବେ କେଉଁ ଫିଲ୍ମ ଓ କେବେ ନିର୍ମାଣ ହେବ । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

Also Read:-shefali shah: ମହିଳାଙ୍କୁ ପରାମର୍ଶ ଦେଲେ ଶେଫାଳୀ ଶାହ, କହିଲେ-ତରବରରେ ବିବାହ କରନି କି ପିଲା...

ସେହିପରି ଅନ୍ୟ ଏକ ଖବର ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କୁଆଡେ ନିଜ କାହାଣୀ ଉପରେ ନିର୍ମାଣ ହେବାକୁ ଯାଉଥିବା ଫିଲ୍ମରେ ନିଜେ ହିଁ ଅଭିନୟ କରିବେ ଜିତୁ ମୁଣ୍ଡା । ମାନେ ନିର୍ମାଣ ହେବାକୁ ଥିବା ଫିଲ୍ମରେ ଜିତୁ ମୁଣ୍ଡା ହିରୋ ହେବେ । ତେବେ ଦେଖାଯାଉ ସୋସିଆଲ ମିଡିଆରେ ଯେତିକି ଖବର ଭାଇରାଲ ହେଉଛି , ତାହା ସତ ନା ଆଉ କିଛି ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଡିଆନାଳି ଗାଁ ଚତୁରୀ ସାହିର ଜିତୁ ମୁଣ୍ଡା ମୃତ ଭଉଣୀ କାଲାରାଙ୍କ ନାମରେ ଥିବା ଟଙ୍କା ଉଠାଇବା ଲାଗି ପ୍ରମାଣ ଦେବାକୁ ଯାଇ ବ୍ୟାଙ୍କକୁ କଙ୍କାଳ ବୋହି ନେଇଥିଲେ। ଏହି ଘଟଣା ସାରା ରାଜ୍ୟରେ ବହୁ ଚର୍ଚ୍ଚିତ ହୋଇଥିଲା। ଏହାପରେ ସରକାର ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜିତୁଙ୍କ ପାଖକୁ ସହାୟତାର ହାତ ବଢାଇଥିଲେ।