ନୂଆଦିଲ୍ଲୀ ୨୬।୦୫; ଉତ୍ତର ପ୍ରଦେଶରେ ଏକ ବଡ଼ ସଡ଼କ ଦୁର୍ଘଟଣା । ମଙ୍ଗଳବାର ସକାଳେ ଉନ୍ନାଉର ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସୱେରେ ଘଟଛି। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ୧୯ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପହଞ୍ଚି ପୋଲିସ ମୃତଦେହଗୁଡ଼ିକୁ ନିଜ ହେପାଜତକୁ ନେଇଛି।

ଦିଲ୍ଲୀରୁ ଗୋରଖପୁର ଯାଉଥିବା ଏକ ଡବଲ୍ ଡେକର ବସ୍ ନିୟନ୍ତ୍ରଣ ହରାଇ ଏକ ରେଲିଂରେ ଧକ୍କା ହୋଇଥିଲା ଯାହାଫଳରେ ବସଟି ସମ୍ପୂର୍ଣ୍ଣ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୯ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଅନେକ ଆହତ ଯାତ୍ରୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ଘଟଣାସ୍ଥଳ ହଇଚଇ ସୃଷ୍ଟି ହୋଇଇଥିଲା।

ରେଲିଂରେ ଧକ୍କା ପରେ ଓଲଟିଲା ବସ୍

ରିପୋର୍ଟ ଅନୁଯାୟୀ, ଡବଲ୍ ଡେକର ବସ୍ ଟି ଦିଲ୍ଲୀରୁ ଗୋରଖପୁର ଅଭିମୁଖେ ଯାତ୍ରା କରୁଥିଲା। ବସ୍ ଟି ଉନ୍ନାଉ ଜିଲ୍ଲାର ଔରସ ପୋଲିସ ଷ୍ଟେସନ ଅଧୀନରେ ଲକ୍ଷ୍ନୌ-ଆଗ୍ରା ଏକ୍ସପ୍ରେସୱେରେ ପହଞ୍ଚିବା ମାତ୍ରେ ଡ୍ରାଇଭର ଆଖି ଲାଗିଯାଇଥିଲା। ଯାହା ଫଳରେ ବସ୍ ଟି ନିୟନ୍ତ୍ରଣ ହରାଇ ପ୍ରଥମେ ରେଲିଂରେ ଧକ୍କା ଦେଇଥିଲା । ଏହା ପରେ ଓଲଟି ପଡ଼ିଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ବସର ଝରକା ଭାଙ୍ଗିଗଲା ଏବଂ ଅନେକ ଯାତ୍ରୀ ଗାଡ଼ିରୁ ବାହାରକୁ ଛିଟିକି ପଡ଼ିଲେ। ଯେଉଁମାନେ ବାହାରେ ପଡ଼ି ରହିଥିଲେ ସେମାନେ ଗୁରୁତର ଆହତ ହୋଇଥିଲେ। ବସ୍‌ରେ ଯାଉଥିବା କଏଦୀ ଓ ପୋଲିସଙ୍କ ମୃତ୍ୟୁ ହୋଇଛି

ଦୁର୍ଘଟଣାର ଖବର ପାଇବା ମାତ୍ରେ ପୋଲିସ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳକୁ ପହଞ୍ଚିଲେ। ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ପୋଲିସ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ, ବସ୍ ଭିତରେ ଫସି ରହିଥିବା ଯାତ୍ରୀମାନଙ୍କୁ ବାହାର କରାଯାଇଥିଲା। ଆହତମାନଙ୍କୁ ଆମ୍ବୁଲାନ୍ସ ମାଧ୍ୟମରେ ନିକଟସ୍ଥ ଡାକ୍ତରଖାନାକୁ ପଠାଯାଇଥିଲା। ଅନେକ ଗୁରୁତର ଯାତ୍ରୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ଲକ୍ଷ୍ନୌ ଟ୍ରମା ସେଣ୍ଟରକୁ ପଠାଯାଇଛି।

ବସ୍ ଦ୍ରୁତ ଗତିରେ ଥିଲା ବସ

ପୋଲିସ୍ ଅଧିକାରୀଙ୍କ ଅନୁଯାୟୀ, ଘଟଣାସ୍ଥଳେ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୧୯ ଜଣ ଆହତ ହୋଇଥିଲେ। ମୃତକମାନଙ୍କୁ ଚିହ୍ନଟ କରିବା ପାଇଁ ବର୍ତ୍ତମାନ ପ୍ରୟାସ ଜାରି ରହିଛି। ପୋଲିସ ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ୍ ପାଇଁ ପଠାଇଛି। ଦୁର୍ଘଟଣା ପରେ ଏକ୍ସପ୍ରେସୱେରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା କିନ୍ତୁ ପରେ ସ୍ୱାଭାବିକ ହୋଇଥିଲା।

Also Read-ଗଙ୍ଗା ଦଶହରା ପାଳନ ବେଳେ ଅଘଟଣ, ସ୍ନାନ କରିବାକୁ ନଦୀକୁ ଯାଇ ବୁଡ଼ିଗଲେ ୩୧ ଶ୍ରଦ୍ଧାଳୁ, ୭ ମୃତ