ବ୍ରହ୍ମପୁର: ଭାଣିଜୀକୁ ହତ୍ୟା ଘଟଣାରେ ମାମୁକୁ ହେଲା ଫାଶୀ ଦଣ୍ଡ । ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆଡହୋକ ପକ୍ସୋ କୋର୍ଟ। ଅଭିଯୁକ୍ତ ମାମୁ ହେଲେ ଶିପିରିଆନ୍ ଦିଗାଲ ।

ସୂଚନାଯୋଗ୍ୟ, ୨୦୨୨ ଏପ୍ରିଲ ୨୫ ତାରିଖରେ ଗୋଇଲୁଣ୍ଡି ବିଦ୍ୟାନଗରରେ ହୋଇଥିଲା ଏକ ହତ୍ୟାକାଣ୍ଡ। ୧୩ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି କୋର୍ଟ ଶୁଣାଇଛନ୍ତି ରାୟ । ଶିପିରିଆନ୍ ନିଜ ପତ୍ନୀଙ୍କୁ ହତ୍ୟା ଅଭିଯୋଗରେ ପୂର୍ବରୁ ଗିରଫ ହୋଇ ଫୁଲବାଣୀ ଜେଲରେ ଥିଲେ । ଫୁଲବାଣୀ ଜେଲରୁ ପାରୋଲରେ ନିଜ ଭଉଣୀ ଘରକୁ ଆସି ନିଜ ଭାଣିଜୀକୁ କିରୋସିନି ଢ଼ାଳି ହତ୍ୟା କରିଥିଲେ। ତେବେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆଡହୋକ ପକ୍ସୋ କୋର୍ଟ ଫାଶୀ ଦଣ୍ଡ ଶୁଣାଇଥିବା କହିଛନ୍ତି ସରକାରୀ ଓକିଲ।

Also Read: ଦଶମ ଶ୍ରେଣୀ ଛାତ୍ରୀଙ୍କୁ କରୁଥିଲା ପ୍ରେମ ନିବେଦନ, ମନା କରିବାରୁ ଜାଳି ମାରିବାକୁ ଉଦ୍ୟମ