ମୁମ୍ବାଇ, ୦୫/୦୫: ଚଳିତ ଆଇପିଏଲରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି ଜସପ୍ରିତ ବୁମରା । ମୁମ୍ବାଇ ଇଣ୍ଡିଆନ୍ସର ଟପ୍ ବୋଲର ବୁମରା ଓ୍ୱିକେଟ୍ ନେବାକୁ ସଙ୍ଘର୍ଷ କରୁଛନ୍ତି । ତାଙ୍କ ଇକୋନୋମି ମଧ୍ୟ ଚଳିତ ଟୁର୍ଣ୍ଣାମେଣ୍ଟରେ ଅତି ଖରାପ ରହିଛି । ଲକ୍ଷ୍ନୌ ବିପକ୍ଷ ମୁକାବିଲାରେ ସେ ଅନେକ ତ୍ରୁଟି କରିଥିଲେ । ଯାହାକୁ ଟାର୍ଗେଟ୍ କରିଛନ୍ତି ପୂର୍ବତନ ଖେଳାଳି ସୁନିଲ ଗାଭାସ୍କର ।

ଲକ୍ଷ୍ନୌ ବ୍ୟାଟିଂର ୧୪ ତମ ଓଭରରେ ବୋଲିଂ କରୁଥିଲେ ବୁମରା । କ୍ରିଜରେ ଥିଲେ ଏଲଏସଜି ବ୍ୟାଟର ହିମ୍ମତ ସିଂ । ସେ ଏକ ସଟ୍ ଖେଳିବାକୁ ଯାଇ ରିୟାନ ରିକଲଟଲଙ୍କ ହାତରେ ଧରା ପଡିଥିଲେ । କିନ୍ତୁ ବୁମରାଙ୍କ ଖୁସି ବେଶି ସମୟ ନଥିଲା । କାରଣ ଏହା ଏକ ନୋ ବଲ୍ ଥିଲା । ଏତେ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ବୁମରାଙ୍କ ଓଭର ଷ୍ଟେପିଂକୁ ଗାଭାସ୍କର କଟାକ୍ଷ କରିଛନ୍ତି ।

ଗାଭାସ୍କର କହିଛନ୍ତି ଯେ, ଏହା କେବେହେଲେ ଗ୍ରହଣୀୟ ନୁହେଁ । ବୁମରା ଜଣେ ପ୍ରତିଭାବାନ୍ ଏବଂ ଅଭିଜ୍ଞ ଖେଳାଳି । ତାଙ୍କ ଭଳି ଜଣେ ବୋଲର ଏପରି ନୋ ବଲ୍ ପକାଇବା ବିଶ୍ୱାସ କରିହେଉନି । ଓ୍ୱାଇଡ୍ ପକାଇଲେ ଚଳିବ । ଏହା ସାଧାରଣ କଥା । କିନ୍ତୁ ନୋ ବଲ୍ ଗ୍ରହଣୀୟ ନୁହେଁ କହି ଗାଭାସ୍କର ବର୍ଷିଛନ୍ତି ।

ଜିତିଗଲା ମୁମ୍ବାଇ

ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍ । ଦଳ ଦମଦାର୍ ବ୍ୟାଟିଂ ପ୍ରଦର୍ଶନ କରିଥିଲା । ମିଚେଲ୍ ମାର୍ଶ, ନିକୋଲାସ ପୁରନଙ୍କ ବ୍ୟାଟିଂ ବଳରେ ଦଳ ନିର୍ଧାରିତ ୨୦ ଓଭରରେ ୨୨୮ ରନ୍ ସଂଗ୍ରହ କରିଥିଲା । ଯାହାକୁ ଚେଜ୍ କରିବା ସହଜ ନୁହେଁ ।

Also Read :- ସେଲିବ୍ରେସନ୍ ନୋଟରେ ରାଧେ ରାଧେ ଏବଂ ଜୟ ଶ୍ରୀରାମ...ରଘୁ ସିଂଙ୍କ ନୋଟକୁ ନେଇ ସବୁଠି ଚର୍ଚ୍ଚା, ଦେଖନ୍ତୁ ଭିଡିଓ

କିନ୍ତୁ ମୁମ୍ବାଇ ବ୍ୟାଟର ରୋହିତ ଶର୍ମା ଏବଂ ରିକେଲଟନ୍ ବିସ୍ଫୋରକ ପାଳି ଖେଳିଥିଲେ । ଉଭୟ ଛକା ଏବଂ ଚଉକା ବର୍ଷା କରିଥିଲେ । ଏହାସହ ଅର୍ଧଶତକ ମଧ୍ୟ ହାସଲ କରିଥିଲେ । ରିକେଲଟନ୍ ୮୩ ରନ୍ କରି ଆଉଟ୍ ହୋଇଥିବା ବେଳେ ରୋହିତ ୮୪ ରନ୍ କରିଥିଲେ । ଫଳରେ ଦଳର ବିଜୟ ସହଜ ହୋଇଥିଲା । ୧୮.୪ ଓଭରରେ ୪ ଓ୍ୱିକେଟ୍ ହରାଇ ଏମଆଇ ଟାର୍ଗେଟ୍ ହାସଲ କରିନେଇଥିଲା ।