ମୁମ୍ବାଇ, ୦୫/୦୫: ସୋମବାରା ଆଇପିଏଲରେ ଖେଳାଯାଇଥିଲା ହାଇ ଭୋଲଟେଜ୍ ମୁକାବିଲା । ଏମଆଇ ବିପକ୍ଷରେ ଲକ୍ଷ୍ନୌ କରିଥିଲା ବିଶାଳ ସ୍କୋର । ହେଲେ ବାଜି ମାରିନେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଏମଆଇ ବିଜୟରେ ହିରୋ ଥିରେ ରୋହିତ ଶର୍ମା ଏବଂ ରିୟାନ ରିକେଲଟନ୍ । ଉଭୟ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଜିତାଇଥିଲେ । ତେବେ ମୁମ୍ବାଇର ବୋଲିଂ ବେଳେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ରଘୁଙ୍କ ଜୟ ଶ୍ରୀ ରାମ ସେଲିବ୍ରେସନ୍ 

ମ୍ୟାଚରେ ମୁମ୍ବାଇ ରଘୁ ଶର୍ମାଙ୍କୁ ସୁଯୋଗ ଦେଇଥିଲା । ସେ ନିଜର ଆଇପିଏଲର ଦ୍ୱିତୀୟ ମୁକାବିଲା ଖେଳୁଥିଲେ । ତେବେ ମ୍ୟାଚରେ ସେ ଲକ୍ଷ୍ନୌ ସୁପର ଜାଏଣ୍ଟସର ଅକ୍ଷତ ରଘୁବଂଶୀଙ୍କୁ ଆଉଟ୍ କରିଥିଲେ । ୧୧ ରନ୍ କରି ପ୍ୟାଭିଲିୟନ ଫେରିଥିଲେ ଅକ୍ଷତ । ଯାହାପରେ ଭିନ୍ନ ଅନ୍ଦାଜରେ ସେଲିବ୍ରେସନ୍ କରିଥିଲେ ରଘୁ ଶର୍ମା ।

Also Read :- CSK vs DC : ଖେଳିବେନି ଧୋନୀ, ଉଭୟ ଦଳ ପାଇଁ କର ବା ମର ମୁକାବିଲା

ଓ୍ୱିକେଟ୍ ନେବା ପରେ ରଘୁ ଏକ ନୋଟ୍ ବାହାର କରିଥିଲେ । ଏହାକୁ ସେ କ୍ୟାମେରା ସହ ସାଥି ଖେଳାଳିଙ୍କୁ ଦେଖାଇଥିଲେ । ଏଥିରେ ତାଙ୍କର ୧୫ ବର୍ଷର ଅପେକ୍ଷା ଏବଂ ସଫଳତା ବାବଦରେ ଉଲ୍ଲେଖ ରହିଥିଲା । ଏହାସହ ପ୍ରତୀକ୍ଷାର ଅନ୍ତ ହୋଇଥିବା ସେ ନୋଟରେ ଉଲ୍ଲେଖ କରିଥିଲେ । ନୋଟର ଆରମ୍ଭରେ ସେ ରାଧେ ରାଧେ ଲେଖିଥିବା ବେଳେ ଗୁରୁଦେବଙ୍କ ଆଶୀର୍ବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଟିମକୁ ଧନ୍ୟବାଦ ଦେଇଥିଲେ ।

ସୂଚନାଯୋଗ୍ୟ, ରଘୁ ଶର୍ମାଙ୍କୁ ମୁମ୍ବାଇ ଗତ ବର୍ଷ ଦଳରେ ସାମିଲ କରିଥିଲା । ବିଘ୍ନେଶ ପୁଥୁର ଆହତ ହେବା ପରେ ରଘୁଙ୍କୁ ନିଆ ଯାଇଥିଲା । ପ୍ରଥମେ କିଛି ମୁକାବିଲାରେ ବେଞ୍ଚରେ ବସାଇବା ପରେ ଦଳ ତାଙ୍କୁ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷରେ ସୁଯୋଗ ଦେଇଥିଲା । ସେ ସିଏସକେ ବିପକ୍ଷରେ ୨୪ ରନ୍ ବ୍ୟୟ କରିଥିଲେ ମଧ୍ୟ କୌଣସି ଓ୍ୱିକେଟ୍ ନେଇନଥିଲେ ।