ଟାଙ୍ଗୀ ୧୫।୧୦: ନେତା ବାଛୁଛି କ୍ୟାମ୍ପସ । ଛାତ୍ର ସଂସଦ ନିର୍ବାଚନ ପାଇଁ ଭୋଟିଂ ଚାଲିଛି । ସକାଳ ୮ଟାରୁ ବିଭିନ୍ନ ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟରେ ମତଦାନ ଆରମ୍ଭ ହୋଇଛି । ଏହା ଦିନ ୨ଟା ଯାଏ ଜାରି ରହିବ । ଏହାରି ଭିତରେ ଅନେକ ସ୍ଥାନରେ ଶୃଙ୍ଖଳିତ ଭାବେ ଭୋଟିଂ ଚାଲିଥିବା ବେଳେ କିଛି କଲେଜରେ ଛାତ୍ର ଅଶାନ୍ତି ସହ ଉତ୍ତେଜନା ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କଲେଜ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ (KBDAV College) ନିରାକାରପୁର ଛାତ୍ର ନିର୍ବାଚନ ବାତିଲ ।

କଲେଜରେ ଛାତ୍ର ସଂସଦ ନିର୍ବାଚନ ବେଳେ ଗଣ୍ଡଗୋଳ ସାଙ୍ଗକୁ ପରିସ୍ଥିତି ଅଣାୟତ ରହିବା କାରଣରୁ ନିର୍ବାଚନକୁ କଲେଜ ଅଧ୍ୟକ୍ଷଙ୍କ ସୁପାରିଶ କ୍ରମେ ବାତିଲ କରିଛନ୍ତି ଖୋର୍ଦ୍ଧା ଉପ-ଜିଲ୍ଲାପାଳ । କଲେଜ ପରିସର ଠାରୁ ଆରମ୍ଭ କରି ଆଖପାଖ ଅଞ୍ଚଳରେ ୭ ଦିନ ପାଇଁ BNS U/s ୧୬୩ ଧାରା ଲାଗୁ କରାଯାଇଛି । ପ୍ରତ୍ୟେକ ସ୍ଥାନରେ ପରିସ୍ଥିତିକୁ କଣ୍ଟ୍ରୋଲ କରିବା ପାଇଁ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

Also Read:- ୟୁନିଫର୍ମ ପିନ୍ଧି କଲେଜ ଭିତରେ ପଶିଲେ ଅଣଛାତ୍ର ! କ୍ୟାମ୍ପସ୍‌ରୁ ଘଉଡ଼ାଇଲା ପୋଲିସ

ଉଲ୍ଲେଖଯୋଗ୍ୟ ଯେ, ଛାତ୍ର ସଂସଦ ନିର୍ବାଚନ ପାଇଁ ଚାଲିଛି ଭୋଟିଂ । ୩ ଶହରୁ ଅଧିକ କଲେଜ ଓ ୧୩ ବିଶ୍ଵବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚ ଅନୁଷ୍ଠିତ ହେଉଛି । ବିଭିନ୍ନ ପଦପଦବୀ ପାଇଁ ମଇଦାନରେ ଅଛନ୍ତି ୬ ହଜାରରୁ ଅଧିକ ପ୍ରାର୍ଥୀ । ସକାଳ ୮ଟାରୁ ଆରମ୍ଭ ହୋଇଛି ମତଦାନ । ଏହା ଦିନ ୨ଟା ଯାଏ ଚାଲିବ । ଏହାପରେ ଗଣତି ହୋଇ ସନ୍ଧ୍ୟାରେ ପ୍ରକାଶ ପାଇବ ଫଳ । ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ପାଇଁ କ୍ୟାମ୍ପସରେ ରହିଛି ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା । ସନ୍ଧ୍ୟା ସୁଦ୍ଧା ଫଳାଫଳ ପରେ ଜଣାପଡିବ Zen Z କାହାକୁ ଭରସିଛନ୍ତି ?

Watch Video: