ନୂଆଦିଲ୍ଲୀ ୨୧।୦୨ :  ସାବଧାନ । UGC ପକ୍ଷରୁ ଜାରି ହେଲା ଚେତାବନୀ । ଦେଶରେ ତିବ୍ର ଗତିରେ ବଢିଚାଲିଛି ଫେକ୍‌ ବିଶ୍ୱବିଦ୍ୟାଳୟ । UGC ପକ୍ଷରୁ ଜାରି ହୋଇଥିବା ଏକ ରିପୋର୍ଟ ସମସ୍ତଙ୍କୁ ଚକିତ କରିଛି । ଦେଶର ୧୨ ରାଜ୍ୟରେ ପ୍ରାୟ ୩୨ ବିଶ୍ୱବିଦ୍ୟାଳୟ  ଫେକ୍‌ ରହିଛି । ଯାହାପରେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମଧ୍ୟରେ ଛନକା ପଶିଛି ।

ଏକ ରିପୋର୍ଟ ଅନୁସାରେ, ଦେଶରେ ୩୨ ବିଶ୍ୱବିଦ୍ୟାଳୟ ଫେକ୍‌ ରହିଛି । ତାମଧ୍ୟରୁ ଦିଲ୍ଲୀରେ ସର୍ବାଧିକ ୧୨ଟି ବିଶ୍ୱବିଦ୍ୟାଳୟ ଫେକ୍ ରହିଛି । ଯେଉଁଥିରେ ଅଲିପୁର ସ୍ଥିତ ଅଲ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ପବ୍ଲିକ୍‌ ଆଣ୍ଡ ଫିଜିକା ହେଲ୍ଥ ସାଇନ୍ସ, ଦରିଆଗଞ୍ଜରେ ଥିବା କର୍ମସିଆଲ୍‌ ବିଶ୍ୱବିଦ୍ୟାଳୟ ଲିମିଟେଡ୍‌. ୟୁନାଇଟେଡ୍‌ ନେସନ୍ସ ବିଶ୍ୱବିଦ୍ୟାଳୟ, ବିଶ୍ୱକର୍ମା ମୁକ୍ତ ବିଶ୍ୱବିଦ୍ୟାଳୟ ଫର ସେଲ୍ଫ-ଏମ୍‌ପ୍ଲୋଏମେଣ୍ଟ, କୋଟଲା ମୁକାରକପୁରର ଇନ୍‌ଷ୍ଟଚ୍ୟୁଟ୍‌ ଅଫ ମ୍ୟାନେଜମେଣ୍ଟ ଆଣ୍ଡ ଇଞ୍ଜିନିୟରିଂ ଏବଂ ପୀତନପୁରାର ବିଶ୍ୱ ପିସ୍‌ ଅଫ ୟୁନାଇଟେଡ୍‌ ନେସନ୍ସ ବିଶ୍ୱବିଦ୍ୟାଳୟ ସମେତ ଅନେକ ନାମ ରହିଛି ।  

ତେବେ ଗତ ୨ ବର୍ଷ ମଧ୍ୟରେ ଫେକ୍‌ ବିଶ୍ୱବିଦ୍ୟାଳୟ ସଂଖ୍ୟା ୨୦ରୁ ବଢି ୩୨ ହୋଇଯାଇଛି । ଏହି ତାଲିକାରେ ହରିୟାଣା, ରାଜସ୍ଥାନ, ଝାରଖଣ୍ଡ, ଅରୁଣାଚଳ ପ୍ରଦେଶ ପରି ରାଜ୍ୟ ସାମିଲ ରହିଛି । ସେହିପରି ବେଙ୍ଗାଲୁରୁର ଥିବା ଗ୍ଲୋବଲ ହ୍ୟୁମାନ ପିସ୍‌ ବିଶ୍ୱବିଦ୍ୟାଳୟ ନାମରେ ଚାଲୁଥିବା ସଂସ୍ଥା ସଂପର୍କରେ UGC ବିଶେଷ ଚେତାବନୀ ଦେଇଛି । UGC କହିଛି ଯେ, ଏହା ବିଶ୍ୱବିଦ୍ୟାଳୟ ରୂପରେ କାର୍ଯ୍ୟ କରିବାର କୌଣସି ଅଧିକାର ନାହିଁ। ଆମ ସମାଜ ପାଇଁ ଶିକ୍ଷାର ନିହାତି ଆବଶ୍ୟକ ରହିଛି । ତେଣୁ ଶିକ୍ଷା କ୍ଷେତ୍ରରେ ଏପରି ଅବମାନନାକୁ ସହ୍ୟ କରିହେବ ନାହିଁ ।


କେଉଁ ରାଜ୍ୟରେ କେତେ ରହିଛି ଫେକ୍‌ ବିଶ୍ୱବିଦ୍ୟାଳୟ:-

ଦିଲ୍ଲୀ-୧୨

ଉତ୍ତର ପ୍ରଦେଶ-୪

ଆନ୍ଧ୍ର ପ୍ରଦେଶ-୨

କର୍ଣ୍ଣାଟକ-୨

କେରଳ-୨

ମହାରାଷ୍ଟ୍ର-୨

ପୁଡୁଚେରୀ-୨

ପଶ୍ଚିମବଙ୍ଗ-୨

ଅରୁଣାଚଳ ପ୍ରଦେଶ-୧

ହରିୟାଣା-୧

ଝାରଖଣ୍ଡ-୧

ରାଜସ୍ଥାନ-୧