ପଦ୍ମପୁର ୮।୭: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଝାଞ୍ଜ ପାହାଡରେ ନିଖୋଜ ହୋଇଥିବା ଦୁଇ ଯୁବକ ସୁରକ୍ଷିତ ଉଦ୍ଧାର । ଦୀର୍ଘ ପ୍ରାୟ ୨୦ ଘଣ୍ଟାର ସନ୍ଧାନ ପରେ ଯୁବକ ଦୁଇ ଜ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ।

ପାହାଡ଼ିଆ ଓ ଘଞ୍ଚ ଜଙ୍ଗଲ ଅଞ୍ଚଳରେ ଲଗାତାର ପ୍ରାୟ ୨୦ ଘଣ୍ଟା ଧରି ଖୋଜାଖୋଜି ଚାଲିଥିଲା । ପରେ ଉଭୟ ଯୁବକଙ୍କୁ ଛତିଶଗଡ଼ ବନୁଭଟା ଗାଁରେ ସୁରକ୍ଷିତ ଅବସ୍ଥାରେ ଥିବା ଫୋନ କରିଥିଲେ । ଉଭୟ ଯୁବକ ସୁରକ୍ଷିତ ଥିବା ଜଣାପଡ଼ିବା ପରେ ପରିବାର ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା । ଘଟଣା ସ୍ଥଳରେ ପଦ୍ମପୁର ପୋଲିସ ପହଞ୍ଚି ଦୁହିଁଙ୍କୁ ଉଦ୍ଧାର କରିଛି ।

Also Read:- ହୀରାକୁଦରୁ ନିଷ୍କାସିତ ହେବ ପ୍ରଥମ ବନ୍ୟାଜଳ, ଗୁରୁବାର ୧୧ଟାରେ ଖୋଲିବ ଗେଟ୍

ସୂଚନା ଅନୁଯାୟୀ, କନସିଂହା ଗ୍ରାମର ରାଜ ମଲ୍ଲିକ ଓ ଗଣେଶ ଡୁଡୁକା ମଙ୍ଗଳବାର ଝାଞ୍ଜ ପାହାଡ ନିକଟସ୍ଥ କୁଠିଖୋଲ ଅଞ୍ଚଳକୁ ଯାଇଥିବା ବେଳେ ରାସ୍ତା ଭୁଲି ନିଖୋଜ ହୋଇଯାଇଥିଲେ । ସେମାନଙ୍କ ସହ କୌଣସି ଯୋଗାଯୋଗ ନ ହେବାରୁ ପରିବାର ପକ୍ଷରୁ ପ୍ରଶାସନକୁ ସୂଚନା ଦିଆଯାଇଥିଲା । ଖବର ପାଇବା ପରେ ବନ ବିଭାଗ, ଅଗ୍ନିଶମ ବିଭାଗ, ପୋଲିସ ଏବଂ ଡିଭିଏଫ୍ (DVF) ଟିମ୍ ମିଳିତ ଭାବେ ବ୍ୟାପକ ସନ୍ଧାନ ଅଭିଯାନ ଆରମ୍ଭ କରିଥିଲେ । ଦୀର୍ଘ ୨୦ ଘଣ୍ଟା ପରେ ଉଭୟ ଯୁବକଙ୍କ ସନ୍ଧାନ ମିଳିଛି । ସେମାନଙ୍କ ପତ୍ତା ପାଇବା ପରେ ସେମାନଙ୍କ ପରିବାର ଲୋକ ଆଶ୍ବସ୍ଥ ହୋଇଛନ୍ତି ।