ଭୁବନେଶ୍ୱର ୦୨।୧୨ : ଅଧା ରହିଗଲା ଜଗା ଦର୍ଶନ । ସଡକ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ । ଭୁବନେଶ୍ୱର ବଡଗଡ଼ ଥାନା ବିଜେବି ନଗର ଠାରେ ସକାଳୁ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା ।

ଖବର ଅନୁଯାୟୀ, ମୃତ ଯୁବକଙ୍କ ଘର ନୟାଗଡ଼ ହୋଇଥିବା ବେଳେ ସେମାନେ ବିଜେଇଏମ୍ ସ୍କୁଲ ନିକଟରେ ଥିବା ବସ୍ତିରେ ରହୁଥିଲେ। ଜଣଙ୍କ ନାଁ ଶୁଭମ ନାୟକ ହୋଇଥିବା ବେଳେ ଅନ୍ୟ ଜଣଙ୍କ ନାଁ ପ୍ରୀତିରଞ୍ଜନ ନାୟକ। ଦୁହିଙ୍କ ବୟସ ପାଖାପାଖି ୨୦ ବର୍ଷ ହେବ। ମଙ୍ଗଳବାର ସକାଳୁ ସକାଳୁ ବାଇକ ଯୋଗେ ସେମାନେ ପୁରୀ ବାହାରିଥିଲେ। ଜଗା ଦର୍ଶନ କରିବା ଲାଗି ବେଶ୍ ଖୁସିରେ ବାହାରିଥିଲେ ପୁରୀ । ହେଲେ କିଏ ଜାଣିଥିଲା ଉଭୟଙ୍କ ଜଗା ଜର୍ଶନ ଅଧାରେ ରହିଯିବ । ଉଭୟ ଘରୁ ବାହାରିବା ବେଳେ ଦ୍ରୁତ ଗତିରେ ଯାଉଥିଲେ । ଏହି ସମୟରେ ରାସ୍ତାରେ ଥିବା ଏକ ଡିଭାଇଡରରେ ପିଟି ହୋଇଥିଲେ । ପରେ ସେମାନଙ୍କୁ ହସ୍ପିଟାଲକୁ ନେବା ବାଟରେ ହିଁ ଦୁହିଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଦେଖାଯାଇଛି ଉତ୍ତେଜନା।