ଭୁବନେଶ୍ଵର: ଆସନ୍ତାକାଲି ଆରମ୍ଭ ହେବ ସପ୍ତଦଶ ବିଧାନ ସଭାର ସପ୍ତମ ଅଧିବେଶନ । ବିଧାନସଭା ପୂର୍ବରୁ ବିଧାନ ସଭା ବାହାରେ ଜମିଲାଣି ବିକ୍ଷୋଭ ପ୍ରତିବାଦ। ଭୁବନେଶ୍ବର ଲୋୟର ପିଏମଜିରେ ଜମୁଛି ବିକ୍ଷୋଭକାରୀଙ୍କ ଭିଡ । ବିଭିନ୍ନ ଦଫା ଦାବିରେ ବିଧାନସଭା ସମ୍ମୁଖରେ ବିକ୍ଷୋଭ କାରୀଙ୍କ ପ୍ରତିବାଦ, ନାରାବାଜି ଜାରି ରହିଛି। 

ଝାଡ଼ୁ ମାରିଲେ, ରାସ୍ତାରେ ଗଡ଼ିଲେ, ଆଣ୍ଠୁ ମାଡି କଲେ ମାତୃବନ୍ଦନା। ଟିକେ ଅନୁରୋଧ ଆଉ ଟିକେ ଚେତାବନୀ ସ୍ବରରେ ଲୋୟର ପିଏମଜିରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଗାଁ ସାଥୀମାନେ। ମାସିକ ୧୫ ହଜାର ଟଙ୍କା ଦରମା ସମେତ, ବ୍ଲକ୍ କ୍ୟାଡର୍ ସାମାଜିକ ସୁରକ୍ଷା, ଜିଆରଏସକୁ ପଦୋନ୍ନତି ଭଳି ଦାବି ନେଇ ଗର୍ଜିଛନ୍ତି ହଜାର ହଜାର ଗାଁ ସାଥୀ। ମହିଳା ଗାଁ ସାଥୀ ମାନେ ରାସ୍ତାରେ ଗଡି ଗଡି ଯାଇ ବିଧାନସଭା ସମ୍ମୁଖରେ ପ୍ରତିବାଦ କରିଥିଲେ। ଆସନ୍ତା କାଲି ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏହା ପୁର୍ବରୁ ବିଧାନ ସଭା ସମ୍ମୁଖ ଲୋୟର ପିଏମଜିରେ ବିକ୍ଷୋଭକାରୀଙ୍କ ନାହି ନ ଥିବା ଭିଡ ଦେଖିବାକୁ ମିଳିଛି । ବିକ୍ଷୋଭକାରୀଙ୍କ ନାରାବାଜି, ପ୍ରତିବାଦରେ ପ୍ରକମ୍ପିତ ହୋଇଛି ଲୋୟର ପିଏମଜି।

Also Read: ତ୍ରୁଟି ସୁଧାରିଲା ଗଣଶିକ୍ଷା ବିଭାଗ, ଛାତ୍ରଛାତ୍ରୀଙ୍କୁ ସଂଶୋଧିତ ପାଠ୍ୟପୁସ୍ତକ ବଣ୍ଟନ ଆରମ୍ଭ

ଏକ ସାଙ୍ଗରେ ଶୁଭିଲା ୧୪ ସଂଗଠନର ବିକ୍ଷୋର ସ୍ବର । ଆଗକୁ ବିକ୍ଷୋଭ କାରୀଙ୍କ ସଂଗଠନ ସଂଖ୍ୟା ବଢିପାରେ । ରାଜରାସ୍ତାରେ ରାଲି ଧାରଣା ପ୍ରତିବାଦରେ କମ୍ପୁଛି ବିଧାନ ସଭା ସମ୍ମୁଖ ଧାରଣ ସ୍ଥଳ। ମାଷ୍ଟର କ୍ୟାଣ୍ଟିନ ଛକ ଠାରୁ ବିଭିନ୍ନି ବିକ୍ଷୋଭ କାରୀମାନେ ବାହାରି ବିଧାନ ସମ୍ମୁଖରେ ଜୋରଦାର ପ୍ରତିବାଦ କରିଛନ୍ତି । ହଠାତ ଲୋୟର ପିଏମଜିକୁ ମାଡି ଆସିଲେ ହଜାର ହଜାର ଶିକ୍ଷକ। ଓଡ଼ିଶା ପ୍ରାଥମିକ ଶିକ୍ଷକ ଏକ୍ସ - କ୍ୟାଡ଼ର ମହାସଂଘ ଆହ୍ବାନରେ ବିଧାନସଭା ସାମ୍ନାରେ ଗର୍ଜିଛନ୍ତି ହଜାର ହଜାର ଶିକ୍ଷକ। ରାଲିରେ ଯାଇ ପ୍ରତିବାଦ କରିଛନ୍ତି ।

ସେପଟେ ବିଶାଳ ରାଲିରେ ରେ ଆସି ଲୋୟର ପିଏମଜିରେ ପ୍ରତିବାଦ କରିଛନ୍ତି ଅନୁଦାନ ଓ ଅଣ-ଅନୁଦାନ ମହାବିଦ୍ୟାଳୟ ଅଧ୍ୟାପକ,କର୍ମଚାରୀ ସଂଘ। ଆଗକୁ ଶିକ୍ଷକ ମାନେ ସମୁହ ଛୁଟି ନିଷ୍ପତ୍ତି ନେଇ ପାରନ୍ତି ବୋଲି ଚେତାବନୀ ଦେଇଛନ୍ତି । ସେପଟେ ଷାଣ୍ମାସିକ ପରୀକ୍ଷା ଥିବାରୁ ଆଗକୁ ପାଠପଢ଼ା ବ୍ୟାହତ ହେବା ଆଶଙ୍କା କରାଯାଉଛି। । ଲଘୁଚାପ ପାଇଁ ଆକାଶକୁ ମେଘ ଘୋଡ଼ାଇ ରଖିଥିବା ବେଳେ ରାଜଧାନୀରେ ତୁହାକୁ ତୁହା ବର୍ଷା ହେଉଛି. ତେବେ ବର୍ଷାକୁ ଖାତିର ନକରି ଆନ୍ଦୋଳନକାରୀମାନେ ସେଠାରେ ଧାରଣା ବିକ୍ଷୋଭ ଜାରି ରଖିଛନ୍ତି।