ମୁମ୍ଵାଇ ୨୨।୦୯; ସିନେମାର ପରଦାରେ ଆସିବା ପୂର୍ବରୁ ରେକର୍ଡ କଲା ଫିଲ୍ମ।  ଗୋଟିଏ ସୁଟିଂ... ଗୋଟିଏ କ୍ୟାପଚର୍ ଭଲ୍ୟୁମ୍... ଆଉ ଏକାସାଙ୍ଗରେ ୩୭ ଜଣ କଳାକାରଙ୍କ ମୋସନ୍ କ୍ୟାପଚର୍। ଆଟଲିଙ୍କ ନିର୍ଦ୍ଦେଶନାରେ ଅଲ୍ଲୁ ଅର୍ଜୁନ୍ ଓ ଦୀପିକା ପାଦୁକୋନଙ୍କ ଅଭିନୟରେ ଆସୁଥିବା ସାଇନ୍ସ-ଫିକ୍ସନ୍ ଫିଲ୍ମ ‘ରାକା’ ଏବେ ଗିନିଜ୍ ୱାର୍ଲ୍ଡ ରେକର୍ଡରେ। କ୍ୟାମେରା ଆଗରେ ନୁହେଁ... ଟେକ୍ନୋଲୋଜିର ଦୁନିଆରେ ରେକର୍ଡ କଲା ଭାରତୀୟ ସିନେମା।

HISTORY MADE 🏆 A global triumph that takes Indian cinema to the world stage! 🌎#Raaka sets a Guinness World Record for the “Most People Motion-Captured in Real-Time”, with 37 performers captured simultaneously!
Mr. Allu Arjun and Mr. Atlee received the Guinness World Records… pic.twitter.com/BuozZNET6K

ସିନେମା ଯେତେବେଳେ ଟେକ୍ନୋଲୋଜି ସହ ହାତ ମିଳାଏ, ସେତେବେଳେ ପରଦାରେ ତିଆରି ହୁଏ ନୂଆ ଦୁନିଆ। ଆଉ ଏବେ ସେହି ନୂଆ ଦୁନିଆ ତିଆରି କରିବାର ଦୌଡ଼ରେ ଭାରତୀୟ ସିନେମା ହାସଲ କରିଛି ଏକ ବଡ଼ ମାଇଲଖୁଣ୍ଟ। ଆଟଲିଙ୍କ ନିର୍ଦ୍ଦେଶିତ ଏବଂ ଅଲ୍ଲୁ ଅର୍ଜୁନ୍ ଓ ଦୀପିକା ପାଦୁକୋଣଙ୍କ ଅଭିନୀତ ସାଇନ୍ସ-ଫିକ୍ସନ୍ ଫିଲ୍ମ ‘ରାକା’ ଏକ ଗିନିଜ୍ ୱାର୍ଲ୍ଡ ରେକର୍ଡ ହାସଲ କରିଛି।

ରେକର୍ଡଟି ହେଉଛି ଗୋଟିଏ ସେସନରେ ସର୍ବାଧିକ ସଂଖ୍ୟକ ଲୋକଙ୍କୁ ରିଅଲ୍-ଟାଇମ୍ ମୋସନ୍ କ୍ୟାପଚର୍ କରିବା। ଆଉ ଏହି ରେକର୍ଡ ପାଇଁ ଏକାସାଙ୍ଗରେ ମୋସନ୍ କ୍ୟାପଚର୍ ହୋଇଥିଲା ୩୭ ଜଣ କଳାକାରଙ୍କର। ଆଶ୍ଚର୍ଯ୍ୟର କଥା ଏହି ୩୭ ଜଣଙ୍କ ମଧ୍ୟରେ ଥିଲେ ୪ ବର୍ଷର ଶିଶୁଠାରୁ ଆରମ୍ଭ କରି ୭୦ ବର୍ଷୀୟ ବୟସ୍କ କଳାକାର ପର୍ଯ୍ୟନ୍ତ। ଫେବୃଆରୀ ୨୦୨୬ରେ ସୁଟିଂ ସମୟରେ ଏହି ରେକର୍ଡ ହାସଲ ହୋଇଥିବା ବେଳେ, ସେପ୍ଟେମ୍ବର ୧୫ରେ ଏହାକୁ ଆନୁଷ୍ଠାନିକ ଭାବେ ଗିନିଜ୍ ୱାର୍ଲ୍ଡ ରେକର୍ଡସ୍ ସ୍ୱୀକୃତି ଦେଇଛି।

ଏହି ରେକର୍ଡ ପଛରେ ରହିଛି ଅତ୍ୟାଧୁନିକ ଟେକ୍ନୋଲୋଜିର ବଡ଼ ଭୂମିକା। ୯୨ଟି ଅପ୍ଟିକାଲ୍ ମୋସନ୍-କ୍ୟାପଚର୍ କ୍ୟାମେରା ଜରିଆରେ ୩୭ ଜଣ କଳାକାରଙ୍କ ଗତିବିଧିକୁ ଏକାସାଙ୍ଗରେ ଟ୍ରାକ୍ କରାଯାଇଥିଲା। ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା—୩୭ ଜଣଙ୍କ ମୋସନ୍ ଡାଟାକୁ ଏକାସାଙ୍ଗରେ ଟ୍ରାକ୍ କରିବା, ଆଉ ସେଥିରେ ଯେମିତି ସିଗନାଲ୍ ହରାଇବ ନାହିଁ କିମ୍ବା ଡାଟାରେ ସ୍ଥାନଗତ ବିକୃତି ଆସିବ ନାହିଁ। ରିଅଲ୍-ଟାଇମ୍ ଭିଜୁଆଲାଇଜେସନ୍ ପାଇଁ ଅନରିଅଲ୍ ଇଞ୍ଜିନ୍ ସହ ସିଷ୍ଟମକୁ ସିଙ୍କ୍ରୋନାଇଜ୍ କରାଯାଇଥିଲା। ଫେସିଆଲ୍ ଟ୍ରାକିଂ ସହ ଲାଇଭ୍ ଡାଟା ଷ୍ଟ୍ରିମ୍ ମଧ୍ୟ ପରିଚାଳନା କରାଯାଇଥିଲା।

ଏହି ବଡ଼ ସଫଳତା ପରେ ଖୁସି ଜାହିର କରିଛନ୍ତି ଅଲ୍ଲୁ ଅର୍ଜୁନ୍। ତାଙ୍କ କହିବା ଅନୁସାରେ, ଏହି ସଫଳତା କେବଳ ଫିଲ୍ମର ନୁହେଁ, ବରଂ ପୂରା ଟିମ୍ ପାଇଁ ଗର୍ବର ମୁହୂର୍ତ୍ତ। ନିର୍ଦ୍ଦେଶକ ଆଟଲିଙ୍କ ଦୂରଦୃଷ୍ଟି, ସମଗ୍ର ଟିମ୍ର ପରିଶ୍ରମ ଓ ସନ୍ ପିକ୍ଚର୍ସର ସମର୍ଥନ ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି। ଆଉ ନିର୍ଦ୍ଦେଶକ ଆଟଲିଙ୍କ ପାଇଁ ଏହା ମଧ୍ୟ ଏକ ସ୍ୱପ୍ନ ପୂରଣର ମୁହୂର୍ତ୍ତ। ଛୋଟବେଳୁ ଗିନିଜ୍ ୱାର୍ଲ୍ଡ ରେକର୍ଡ ବିଷୟରେ ଶୁଣିଥିବା ଆଟଲି, ଦିନେ ନିଜ ଫିଲ୍ମ ଜରିଆରେ ଏଭଳି ରେକର୍ଡର ଅଂଶ ହେବେ ବୋଲି କେବେ ଭାବିନଥିବା କହିଛନ୍ତି। ୩୭ଟି ମୋସନ୍-କ୍ୟାପଚର୍ ଆସେଟ୍କୁ ଗୋଟିଏ ସୁଟିଂରେ ଏକାଠି କରିବାର ଏହି ସ୍ୱୀକୃତି ତାଙ୍କ ପାଇଁ ଅବିଶ୍ୱସନୀୟ ମୁହୂର୍ତ୍ତ ବୋଲି କହିଛନ୍ତି ଆଟଲି।

Alia Bhatt: ବହୁତ ଆଲିଶାନ ରଣବୀର-ଆଲିଆଙ୍କ ୨୫୦ କୋଟିର ବଙ୍ଗଳା; ଦେଖାଇଲେ ନୂଆ ଘରର ଝଲକ, ହେଲେ ଟ୍ରୋଲ