ବ୍ରହ୍ମପୁର: ବ୍ରହ୍ମପୁର ଗୋଷାଣୀନୂଆଗାଁ ପୋଲିସ ୨୧ଟି ଆପରାଧିକ ମାମଲାରେ ଜଡ଼ିତ ଜଣେ ୱାରେଣ୍ଟିକୁ ମୁମ୍ବାଇରୁ ଗିରଫ କରିଛି। ତାଙ୍କ ବିରୁଦ୍ଧରେ ଚାରୋଟି ଜାମିନବିହୀନ ୱାରେଣ୍ଟ ବିଚାରାଧୀନ ଥିଲା। ଗିରଫ ଅଭିଯୁକ୍ତ ଟୁନା ଓରଫ ଜଗଦୀଶ ଚନ୍ଦ୍ର ପାତ୍ର l

ଗିରଫ ପରେ ଟ୍ରାଞ୍ଜିଟ୍ ରିମାଣ୍ଡରେ ଗୋଷାଣୀନୂଆଗାଁ ଥାନାକୁ ଆଣିଥିଲା ପୋଲିସ । ଅଭିଯୁକ୍ତ ଗୋଷାଣୀନୂଆଗାଁ ଥାନା ଏବଂ ବୈଦ୍ୟନାଥପୁର ଥାନାର ୨୧ ଟି ମାମଲାରେ ଜଡିତ। ହତ୍ୟା, ହତ୍ୟା ଉଦ୍ୟମ, ଡକାୟତି, ଦାଦାବଟି ଆଦାୟ ଏବଂ ଅସ୍ତ୍ରଶସ୍ତ୍ର ଆଇନ ମାମଲା ଏବଂ ବିସ୍ଫୋରକ ପଦାର୍ଥ ଆଇନ ଏବଂ ଏସସି ଏବଂ ଏସଟି ଆଇନ ଅଧୀନରେ ମାମଲା ଅନ୍ତର୍ଭୁକ୍ତ ଥିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ. ପି।