ପାରାଦୀପ: କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼ । ଘରୁ ଚୋରି ଅଭିଯୋଗରେ ଯୁବକଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼। ଘଟଣାର ଭିଡିଓ ଭାଇରାଲ ହେବା ପରେ ପୋଲିସ ୩ ଜଣଙ୍କୁ ଧରି ଆଣି ତଦନ୍ତ ଆରମ୍ଭ କରିଛି। ପାରାଦୀପ ଷଣ୍ଢକୁଦ ବସ୍ତିରେ ଦେଖିବାକୁ ମିଳିଛି ଏହି କଙ୍ଗାରୁ କୋର୍ଟ ।

ସୂଚନା ମୁତାବକ, ଗତ କିଛି ଦିନ ହେବ ଷଣ୍ଢକୁଦ ବସ୍ତି ଅଞ୍ଚଳରେ ମୋବାଇଲ, ଟଙ୍କା, ସାଇକେଲ ପ୍ରଭୃତି ଚୋରି ଘଟଣା ବୃଦ୍ଧି ପାଇଛି । ଏମିତିରେ ରବିବାର ଜଣେ ଯୁବକ ଜଣଙ୍କ ଘରୁ ଚୋରି କରିବା ସମୟରେ ଲୋକେ ମାଡ଼ି ବସିଥିଲେ। ମାତ୍ର ତାକୁ ଥାନାରେ ଦେବା ବଦଳରେ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ।

Also Read: ଫରେଷ୍ଟର ବ୍ୟାସଦେବ ମୃତ୍ୟୁ ଘଟଣାରେ ଛାନଭିନ୍, ପରିବାର କହିଲେ ମାନସିକ ଚାପ ହିଁ ନେଲା ଜୀବନ

ଏହି ଘଟଣାର ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ପ୍ରଘଟ ହେବା ପରେ ପାରାଦୀପ ଜଟାଧାର ସାମୁଦ୍ରିକ ଥାନା ପକ୍ଷରୁ ଆକ୍ସନ ନିଆଯାଇଛି । ଘଟଣାରେ ସମ୍ପୃକ୍ତ ୨ ପୁରୁଷ ଓ ଜଣେ ମହିଳାଙ୍କୁ ଥାନାକୁ ଆଣି ତଦନ୍ତ ଆରମ୍ଭ କରିଛି ପୋଲିସ ।