ଘଟଗାଁ ୨୮।୫: ଚଳନ୍ତା କାର୍‌ରୁ ବାହାରିଗଲା ଚକ । ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍ । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ, ୨ ଜଣ ଗୁରୁତର । କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅର୍ନ୍ତଗତ ରାଶୋଳ ଛକ ନିକଟରେ ଦୁର୍ଘଟଣା ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳରୁ ୪ ଜଣ ଯୁବକ ଘଟଗାଁ ମା’ ତାରିଣୀଙ୍କ ଦର୍ଶନ ପାଇଁ ଆସୁଥିବା ବେଳେ ବ୍ରାହ୍ମଣୀପାଳ-କେନ୍ଦୁଝର ରାସ୍ତାର ରାସୋଳ ଛକ ନିକଟରେ ହଠାତ କାର୍ର ପଛ ଚକ ବାହାରି ଯାଇଥିଲା । ଫଳରେ କାର୍ଟି ଭାରସାମ୍ୟ ହରାଇ ଏକ ବ୍ରିଜ୍‌ରେ ବାଡେଇ ହୋଇ ପୋଲ ତଳକୁ ଖସି ପଡ଼ିଥିଲା । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି ।

Also Read:- ଓଡ଼ିଶାରେ ଚାଲିବ ଇଭି ବୋଟ୍, ପ୍ରଥମ ପର୍ଯ୍ୟାୟରେ ୫ ସ୍ଥାନରେ ହେବ ବ୍ୟବସ୍ଥା

ଖବର ପାଇ ଦୈତାରୀ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲା । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ଅନ୍ୟ ୨ ଜଣ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି ।