ଟାଙ୍ଗୀ ୨୭।୩: ବାଲୁଗାଁ ପଣ୍ଡା ଢାବାରେ ମର୍ଡର ଘଟଣାର ପର୍ଦ୍ଦାଫାଶ । ଦୁଇ ହତ୍ୟାକାରୀଙ୍କୁ ଗିରଫ କରିଛି ବାଲୁଗାଁ ପୋଲିସ । ଜଣେ ହତ୍ୟା କରିଥିଲା ଓ ଆଉ ଜଣେ ହତ୍ୟାକାରୀକୁ ସହଯୋଗ କରିଥିଲା । ଏହି ହତ୍ୟା ଘଟଣାରେ ସିନ୍-ରିକ୍ରିଏସନ୍ କରିଛି ବାଲୁଗାଁ ପୋଲିସ ।

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରେ ଥିବା ପଣ୍ଡା ଢାବାରେ ହେଲା ମର୍ଡର । ଢାବାରେ କାର୍ଯ୍ୟ କରୁଥିବା ସପ୍ଲାଏରକୁ କେହି ବେକ କାଟି ହତ୍ୟା କରିଛି । ହତ୍ୟା ହେବା ପରେ ମୃତଦେହକୁ ଅନ୍ୟତ୍ର ଫିଙ୍ଗି ଦିଆଯାଇଛି । କିଏ ହତ୍ୟା କଲା ? କ'ଣ ପାଇଁ ହତ୍ୟା କଲା ? ହତ୍ୟାକାଣ୍ଡ ପଛରେ କ'ଣ ରହିଛି ରହସ୍ୟ ? ଏହି ଘଟଣାରେ କେତେ ଜଣ ସଂପୃକ୍ତ ଅଛନ୍ତି ? ଏସବୁ ପ୍ରଶ୍ନର ଖିଅକୁ ନେଇ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଏହି ହତ୍ୟାକାଣ୍ଡରେ ସଂପୃକ୍ତ ୨ ହତ୍ୟାକାରୀଙ୍କୁ ମଧ୍ୟ ଗିରଫ କରିବାରେ ସଫଳତା ପାଇଛି ବାଲୁଗାଁ ପୋଲିସ । ଜଣେ ହତ୍ୟା କଲା ଓ ଆଉ ଜଣେ ହତ୍ୟାକାରୀକୁ ସହଯୋଗ କରିଥିଲା ।

​​​​​​​Also Read:-Weather Update: ୪୦ ଡିଗ୍ରୀ ଛୁଇଁପାରେ ଦିନର ସର୍ବୋଚ୍ଚ ତାପମାତ୍ରା, ୭ ଦିନ ଯାଏଁ ବଜ୍ରପାତ ସହ କୁଆପଥର ବର୍ଷା !

ଦୁଇ ହତ୍ୟାକାରୀଙ୍କୁ ଗିରଫ କରିବା ପରେ ହତ୍ୟାକାଣ୍ଡ ଘଟଣାର ସିନ୍-ରିକ୍ରିଏସନ୍ କରିଛି ବାଲୁଗାଁ ପୋଲିସ । ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଓ ରକ୍ତ ଭିଜା ଗାମୁଛା ବାଲୁଗାଁ ପୋଲିସ ଜବତ କରିଛି । ଜଣେ ହତ୍ୟା କଲା ଓ ଆଉ ଜଣେ ଏହି ହତ୍ୟାକାଣ୍ଡରେ ସହଯୋଗ କରିଥିଲା । ଏହି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଲୁଗାଁ ପୋଲିସ । ମୋବାଇଲ ଦେଖିବା ଘଟଣାକୁ କେନ୍ଦ୍ରକରି ହୋଇଥିଲା ହତ୍ୟାକାଣ୍ଡ ।

ବାଲୁଗାଁ ପଣ୍ଡା ଢାବାରେ ସପ୍ଲାଏର ଭାବେ କାମ କରୁଥିଲା ବାଣପୁର ଥାନା ଏକଡାଳିଆ ଗାଁର କଥା କହିପାରୁ ନଥିବା ଦିବ୍ୟାଙ୍ଗ ପପୁ ଦଳ ବେହେରା । ମଙ୍ଗରାଜପୁର ଗାଁର ଶାନ୍ତନୁ ପ୍ରଧାନ ଏକ ଛୁରୀରେ ପପୁର ବେକକୁ କାଟି ହତ୍ୟା କରିଥିଲା । ପରେ ମୃତଦେହକୁ ଗୋଟିଏ ସ୍ଥାନରୁ ନେଇ ଅନ୍ୟତ୍ର ଫିଙ୍ଗିଦେଇଥିଲା । ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀ ଓ ରକ୍ତଭିଜା ଗାମୁଛାକୁ ଲୁଚାଇ ରଖିବାରେ ସହଯୋଗ କରିଥିଲା ଢାବା ମାଲିକ ତଥା ସ୍ଥାନୀୟ ବିଧାରପୁର ଗାଁର ମନୋରଞ୍ଜନ ବେହେରା । ଦୁଇ ଜଣଙ୍କୁ ଗିରଫ କରିଛି ବାଲୁଗାଁ ପୋଲିସ ।