ବୌଦ୍ଧ: କ୍ରିକେଟ ଖେଳ ହେଲା କାଳ। ବଜ୍ରପାତ ନେଲା ଜୀବନ। ପଡ଼ିଆରେ କ୍ରିକେଟ ଖେଳୁଥିବା ବେଳେ ବଜ୍ରପାତରେ ଦୁଇ ନାବାଳକଙ୍କ ମୃତ୍ୟୁ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଶଗଡ଼ା ଝାଙ୍କରପଡ଼ା ଗ୍ରାମରେ। ମିଳିଥିବା ସୂଚନା ଅନୁସାରେ, ଉଭୟ ଗୁରୁତରଙ୍କୁ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଛି। ମୃତକ ଝାଙ୍କରପଡ଼ା ଗ୍ରାମର ବିଶ୍ୱଜିତ୍ ମିର୍ଦ୍ଧା ଓ ଚଉଁରିଆ ପଦର ଗ୍ରାମର ଚରଣ କୁମ୍ଭାର।