ଦିଗପହଣ୍ଡି ୭।୧୨: ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ସାଙ୍ଗ । ଜଣେ ମୃତ, ଜଣେ ଗୁରୁତର ଭାବେ ଉଦ୍ଧାର । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଚୁଡ଼ଙ୍ଗପୁର ମନ୍ଦିରବନ୍ଧରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଚୁଡ଼ଙ୍ଗପୁର ମନ୍ଦିରବନ୍ଧରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ସାଙ୍ଗ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଛି । ମୃତ ନାବାଳିକାଙ୍କ ବୟସ ୮ ବର୍ଷ ବୋଲି ଜଣାପଡିଛି । ଗୁରୁତର ନାବାଳିକାଙ୍କୁ ପ୍ରଥମେ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଗାଧୋଇବା ବେଳେ ପ୍ରଥମେ ବୁଡ଼ି ଯାଇଥିଲେ । ଜଣଙ୍କୁ ବଞ୍ଚାଇବାକୁ ଯିବାବେଳେ ଦୁଇ ସାଙ୍ଗ ଏଠାଠି ବୁଡ଼ି ଯାଇଥିଲେ ।