ଝାରସୁଗୁଡ଼ା ୧୨।୫: ଅପରାଧୀଙ୍କୁ ପୋଲିସର ଏନକାଉଣ୍ଟର । ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ ଫାଟକ ନିକଟରେ ଭୁଜାଲି ମାଡ଼ ଘଟଣାରେ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ପୋଲିସ l ମୁଖ୍ୟ ଅଭିଯୁକ୍ତ ଚାନ୍ଦ ବନଛୋର ଏବଂ ସୁନୀଲ ମହାନନ୍ଦକୁ ପୋଲିସର ଏନକାଉଣ୍ଟର କରିଛି l ଏନକାଉଣ୍ଟର ପରେ ଅଭିଯୁକ୍ତ ମାନଙ୍କୁ ଲଖନପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l

ଏନକାଉଣ୍ଟର ନେଇ ଝାରସୁଗୁଡା ଏସ୍‌ପି ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ପ୍ରେସମିଟ୍ କରି ପ୍ରତିକ୍ରିୟା ରଖିଛନ୍ତି । ଏସ୍‌ପି କହିଛନ୍ତି ଯେ, ପୋଲିସ ଉପରକୁ ୬ ରାଉଣ୍ଡ ଗୁଳି ଚଳାଇଥିଲେ ଅପରାଧୀ । ସେମାନଙ୍କୁ କାବୁ କରିବାକୁ ପୋଲିସକୁ ୪ ରାଉଣ୍ଡ ଗୁଳି ଚଳାଇବାକୁ ପଡ଼ିଥିଲା । ଅପରାଧୀ ଦେଶୀ ବନ୍ଧୁକରୁ ଗୁଳି ଫୁଟାଇଥିଲେ । ଅପରାଧୀଙ୍କୁ ଦୃଢ଼ ହସ୍ତରେ ଦମନ କରାଯିବ ବୋଲି ଏସ୍‌ପି କହିଛନ୍ତି ।

Also Read:- Petrol Crisis: ପେଟ୍ରୋଲ ଓ ଡିଜେଲକୁ ନେଇ ଆସିଲା ନିର୍ଦ୍ଦେଶ, ଲିମିଟ୍ ଠାରୁ ପକାଇ ପାରିବେନି ଅଧିକ ତେଲ

ଉଲ୍ଲେଖଯୋଗ୍ୟ ଯେ, ଏନକାଉଣ୍ଟର ହୋଇଥିବା ଅଭିଯୁକ୍ତ ମାନଙ୍କ ଭୁଜାଲି ମାଡ଼ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ । ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ ଫାଟକରେ ଭୁଜାଲି ମାଡ଼ରେ ରାହୁଲ ମହତଙ୍କର ମୃତ୍ୟୁ ହୋଇଥିବା ବେଳେ ଆକାଶ ସାହୁ ଗୁରୁତର ହୋଇଥିଲେ । ଉଭୟ ବେଲପାହାଡ଼ ଜୁନାଡିହି କଲେଜ ପଡାର ବୋଲି ଜଣାପଡ଼ିଥିଲା । ୪ ଜଣ ଅଜଣା ଯୁବକ ଏକ କାର୍ରେ ଆସି ସଂଘବଦ୍ଧ ହୋଇ ଭୁଜାଲିରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ଗୁରୁତର ଯୁବକଙ୍କୁ ପ୍ରଥମେ ଲଖନପୁର ଚିକିତ୍ସାଳୟ ଓ ପରେ ଝାରସୁଗୁଡ଼ା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ଝାରସୁଗୁଡା ଏସ୍ପି, ବ୍ରଜରାଜନଗର ଏସ୍ଡିପିଓ, ବେଲପାହାଡ଼ ପୋଲିସ ଘଟଣାସ୍ଥଳରେ ତଦନ୍ତ କରିଥିଲେ ।