ଆଠଗଡ଼ ୩୧।୧୨: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍-ବାଇକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ୬୫ ନମ୍ବର ରାଜ୍ୟ ରାଜପଥ ଖୁଣ୍ଟୁଣୀ-ଆଠଗଡ଼ ରଥଗଡ଼ା ଛକ ନିକଟରେ ଘଟିଛି ଏଭଳି ସଡ଼କ ଦୁର୍ଘଟଣା । ମୃତ ଦୁଇ ବାଇକ୍ ଆରୋହୀ ଆଠଗଡ଼ ଅଞ୍ଚଳର ହୋଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ଖୁଣ୍ଟୁଣୀ-ଆଠଗଡ଼ ରଥଗଡ଼ା ଛକ ନିକଟରେ ‘ନୟନ’ ନାମକ ଯାତ୍ରୀବାହୀ ବସ୍ଟି ଆଠଗଡ଼ରୁ ଖୁଣ୍ଟୁଣୀ ଯାଉଥିଲା । ସେହି ସମୟରେ ବିପରୀତ ଦିଗରୁ ଏକ ବାଇକ୍‌ ଯୋଗେ ଦୁଇ ଜଣ ଯୁବକ ଆସୁଥିଲେ । ଯାହା ଫଳରେ ଉଭୟ ବସ୍ ଓ ବାଇକ୍ ମଧ୍ୟରେ ମୁହାମୁହିଁ ଧକ୍କା ହୋଇଥିଲା । ଦୁଇ ବାଇକ୍ ଆରୋହୀଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ଆଠଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ଦୁଇ ଜଣଙ୍କ ମଧ୍ୟରୁ ଜଣେ ରାମ ନାଏକ ଓ ଅନ୍ୟ ଜଣେ କଟକ ଯୋବ୍ରା ଅଞ୍ଚଳର ତାପସ ନାଏକ ବୋଲି ଜଣାପଡିଛି । ଉଭୟ ସମ୍ପର୍କରେ ଶଳା-ଭିଣୋଇ ବୋଲି ଜଣା ପଡିଛି ।

​​​​​​​​​​​​​​

ତେବେ ଘଟଣାସ୍ଥଳରେ ଆଠଗଡ଼ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ବସ୍‌ରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ଜଣାପଡିଛି । ସେପଟେ ଦୁର୍ଘଟଣା ଫଳରେ ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ଉତ୍ତ୍ୟକ୍ତ ଲୋକ ରାସ୍ତାରୋକ କରିଛନ୍ତି । ପୁରୁଣା କଟକ-ସମ୍ବଲପୁର ରାସ୍ତାର ମେଡ଼ିକାଲ ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟ ଲୋକେ ।