ଭୁବନେଶ୍ବର ୩୦।୯: ତ୍ରିକୋଣୀୟ ପ୍ରେମ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ଧଉଳି ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ବିଶ୍ଵ ମୋହନ ପ୍ରଧାନ, ସ୍ବାଗତ ଶୁଭଙ୍କର ପ୍ରଧାନ । ସେମାନଙ୍କୁ ଧଉଳି ଅଞ୍ଚଳରୁ ଗିରଫ କରିଛି ପୋଲିସ ।

ଗତ ୧୩ ତାରିଖରେ ଧଉଳି ଥାନା ଅନ୍ତର୍ଗତ ନଖାଉର ଗାଁରେ ଜଣେ ଯୁବକଙ୍କୁ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଆକ୍ରମଣ ପରେ ଯୁବକଙ୍କ ବାଇକ୍ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଘଟଣାର ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା ଧଉଳି ଥାନା ପୋଲିସ । CCTV ଫୁଟେଜ୍ ଆଧାରରେ ଚିହ୍ନଟ ପରେ ଧଉଳି ଥାନା ଅଞ୍ଚଳରେ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ କାବୁ କରିଛି ପୋଲିସ ।

Also Read:- SCBରେ ରୋଗୀ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ, ମେଡିକାଲ କର୍ମଚାରୀ ପିଟିପିଟି ମାରିଦେବା ଅଭିଯୋଗ

ଗିରଫ ଅଭିଯୁକ୍ତ ହେଲେ ବିଶ୍ୱମୋହନ ପ୍ରଧାନ ଓ ସ୍ୱାଗତ ଶୁଭଙ୍କର ପ୍ରଧାନ । ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ଧଉଳି ପୋଲିସ ଚଢ଼ାଉ ଜାରି ରଖିଛି ।